/odishatv-khabar/media/post_attachments/uploadimage/library/16_9/16_9_0/s_1671681647.jpg)
Similipal Tusker Death: Deceased Turam Purti's Wife Alleging Murder
ଶିମିଳିପାଳ ହାତୀପୋଡ଼ି ଘଟଣାରେ ବିଷ ପିଇ ବନ କର୍ମଚାରୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ସମ୍ପୃକ୍ତ ବନ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କ ପତ୍ନୀ ଝିଲମ୍ ପୂର୍ତ୍ତି ଏହି ହତ୍ୟା ଅଭିଯୋଗ ଆଣିଛନ୍ତି। ଏନେଇ ସେ ଯଶୀପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଜେନାବିଲି ରେଞ୍ଜରଙ୍କ ସମେତ ୩ ବନ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ: ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ ! ମୃତଦେହକୁ ପୋଡ଼ି ଅବଶେଷକୁ ପାଣିରେ ଭସାଇଥିଲେ ବନ କର୍ମଚାରୀ
ତୁରାମଙ୍କୁ ମାଡ଼ ମାରି ଜୋରଜବରଦସ୍ତ ବିଷ ପିଆଇଥିବା ପତ୍ନୀ ଅଭିଯୋଗ କରିଛନ୍ତି। ଏତଲା ପରେ ୩ ଜଣଙ୍କ ବିରୋଧରେ ଯଶୀପୁର ପୋଲିସ୍ ମାମଲା ରୁଜୁ କରିଛି। ହାତୀ ଶିକାର ପରେ ମୃତଦେହକୁ ପୋଡ଼ି ପାଣିରେ ଭସାଇ ଦେବା ଘଟଣାର ପ୍ରମୁଖ ସାକ୍ଷୀ ଥିଲେ କଣ୍ଟ୍ରାକ୍ଚୁଆଲ୍ରେ ଥିବା ବନ କର୍ମଚାରୀ ତୁରାମ ପୂର୍ତ୍ତି। ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଶିବ ଶଙ୍କର ସାମଲ, ବିନୋଦ ଦାସ, ଚନ୍ଦ୍ରଭାନୁ ବେହେରା ମିଶିକି ନିସ୍ତୁକ ପିଟିବା ସହିତ ତାଙ୍କୁ ବିଷ ପିଆଇ ମାରି ଦେଇଥିବା ତୁରାମଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଗତ ୧୧ ତାରିଖରେ ତୁରାମଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ଅସୁସ୍ଥ ଅବସ୍ଥାରେ ପ୍ରଥମେ ଯଶୀପୁର ଏବଂ ପରେ କରଞ୍ଜିଆ ଏବଂ କଟକ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଗତ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତ ୭ ତାରିଖରେ ଦନ୍ତା ହାତୀକୁ ଶିକାର କରି ପ୍ରମାଣ ନଷ୍ଟ କରାଯାଇଥିଲା। ଏନେଇ ତଦନ୍ତ ହେବା ପରେ ୩ ବନ କର୍ମଚାରୀ ନିଲମ୍ବିତ ହୋଇଥିଲେ। ଏହାପରେ ନିଲମ୍ବିତ ବନ କର୍ମଚାରୀମାନେ ଅସ୍ଥାୟୀ ବନ କର୍ମଚାରୀ ତୁରାମଙ୍କୁ ନିର୍ଯାତନା ଦେବା ସହ ଧମକଚମକ ଦେଇଥିଲେ।ଏଥିରେ ଅତିଷ୍ଠ ହୋଇ ସେ ବିଷ ପିଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)