• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦୁଝର ପୋଲିସ ଦ୍ୱାରା ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ ହୋଇଛି । ଏହି ରାକେଟ ୩୦୦ରୁ ଅଧିକ ସାଇବର ଅପରାଧରେ ସଂପୃକ୍ତ ଥିବା ସୂଚନା ମିଳିଛି । ଏଥିରେ ଘଷିପୁରା ଅଞ୍ଚଳର ୪ ଜଣ ସାଇବର ଠକଙ୍କୁ ପୋଲିସ ଗିରଫ କରିଛି ।

ସେମାନଙ୍କ ଠାରୁ ୫୩୮ଟି ସିମ୍, ୧୮ଟି ମୋବାଇଲ, ୫ଟି ବାୟୋମେଟ୍ରିକ ସ୍କାନର, ୨୫ଟି ଏଟିଏମ୍ କାର୍ଡ଼, ୨୫ଟି ଆଇଡି କାର୍ଡ, ଗୋଟିଏ ଲାପଟପ ସହ ୭ଟି ପାସବୁକ୍ ଜବତ କରିଛି ପୋଲିସ ।

ଧରାପଡିଥିବା ଅଭିଯୁକ୍ତ ଜାମତରା ଗ୍ୟାଙ୍ଗ ଲିଙ୍କରେ ବିହାର, ରାଜସ୍ଥାନ ସାଇବର ଅପରାଧୀଙ୍କୁ ଯୋଗାଉଥିଲେ ଆକ୍ଟିଭେଟେଡ ସିମ୍ । ୪ଜଣ ସାଇବର ଠକକୁ ଗିରଫ କରି କେନ୍ଦୁଝର ପୋଲିସ ୫୩୮ ସିମ କାର୍ଡ ସହ ବାୟୋମେଟ୍ରିକ ସ୍କାନର ଜବତ କରିଛି। ଏମାନେ ୩୦୦ରୁ ଅଧିକ ସାଇବର ଠକେଇରେ ସଂପୃକ୍ତ ଥିବା ଜଣାପଡ଼ିଛି।  ଗିରଫ ୪ ଅଭିଯୁକ୍ତ କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳର ଜାମତରା ଗ୍ୟାଙ୍ଗ ସାଇବର ଅପରାଧୀଙ୍କୁ ଦେଉଥିଲେ ସିମ୍ ।

 

OTV is now on Whatsapp

Join and get latest news update delivered to you via whatsapp

Join Now