Advertisment

ରୋଗାକ୍ରାନ୍ତ ସ୍ୱାମୀକୁ ରାସ୍ତାରୁ ହଟାଇବାକୁ ସ୍ତ୍ରୀର ମାଷ୍ଟର ପ୍ଲାନ, ପ୍ରେମିକ ସହ ମିଶି କଲା ହତ୍ୟା

ରାମନିବାସଙ୍କ ପତ୍ନୀ ନିଜ ପ୍ରେମିକ ସହ ରହିବାକୁ ଚାହୁଁଥିଲେ। ସ୍ୱାମୀଙ୍କ ଦେହ ପ୍ରାୟତଃ ଖରାପ ରହୁଥିଲା। ପ୍ରେମିକ ସହ ମିଶି ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ୩ମାସ ପୂର୍ବେ ଜନସେବା କେନ୍ଦ୍ରର ପରିଚାଳକ ରାମକିଶନଙ୍କ ନିକଟରେ ୨୦ଲକ୍ଷର ଜୀବନବୀମା କରିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Wife Killed Her Husband for Insurance

Murder for Insurance

ବୀମା ଟଙ୍କା ପାଇବା ଲୋଭରେ ପ୍ରେମିକ ସହ ମିଶି ରୋଗିଣା ସ୍ୱାମୀକୁ ରାସ୍ତାରୁ ହଟାଇ ଦେଲା ସ୍ତ୍ରୀ। ପୋଲିସ ଆଖିରେ ଧୂଳି ଦେଇ ଖସିଯିବାକୁ ଚେଷ୍ଟା କରି ଶେଷରେ ବନ୍ଧା ହେଲା। ରାସ୍ତା କଡ଼ରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ଉତ୍ତର ପ୍ରଦେଶର ସମ୍ୱଲ ଥାନା ପୋଲିସ । ଏହାପରେ ସଇତାନ ସ୍ତ୍ରୀର ପ୍ରକୃତ ରୂପ ସାମନାକୁ ଆସିଛି।

Advertisment

ସୂଚନା ଅନୁଯାୟୀ, ମାର୍ଚ୍ଚ ୧୨ତାରିଖରେ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୃତକ ହେଲେ କୌଲା ଦେବୀ ଥାନା ଅଞ୍ଚଳ ମୁବାରକପୁର ଗାଁର ରାମନିବାସ। ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା। କେହି ତାଙ୍କୁ ହତ୍ୟା ପରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରିଥିଲା।

ସିଓ ଅନୁଜ ଚୌଧୁରୀଙ୍କ ନେତୃତ୍ୱରେ ପୋଲିସ ତଦନ୍ତ ଆରମ୍ଭ କରି ଶେଷରେ ଅଭିଯୁକ୍ତ ନିକଟରେ ପହଞ୍ଚିଥିଲା। ମୃତକଙ୍କ ସ୍ତ୍ରୀ ବୀମା ରାଶି ଲୋଭରେ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଥିଲା। ହତ୍ୟାପରେ ସେମାନେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ ମୋଟ୍ ୪ଜଣ ସଂପୃକ୍ତ ଥିବାବେଳେ ପୋଲିସ ମୃତକଙ୍କ ସ୍ତ୍ରୀ ରାଜବତୀ, ତାଙ୍କ ପ୍ରେମିକ ବିଜୟ ସିଂ ଓ ଜଣେ ଜନସେବା କେନ୍ଦ୍ରର ପରିଚାଳକ ରାମକିଶନଙ୍କୁ ଗିରଫ କରିଛି।

Advertisment

ଅଧିକ ପଢ଼ନ୍ତୁ: ୱେବସିରିଜ ଦେଖି ମର୍ଡର ପ୍ଲାନ; ବାହା ହେବାକୁ ଜିଦ୍ କରିବାରୁ କଇଁଚି ଭୁସି ହତ୍ୟା କଲା ପ୍ରେମିକ

ପୋଲିସର ସୂଚନାନୁସାରେ, ରାମନିବାସଙ୍କ ପତ୍ନୀ ନିଜ ପ୍ରେମିକ ସହ ରହିବାକୁ ଚାହୁଁଥିଲେ। ସ୍ୱାମୀଙ୍କ ଦେହ ପ୍ରାୟତଃ ଖରାପ ରହୁଥିଲା। ପ୍ରେମିକ ସହ ମିଶି ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ୩ମାସ ପୂର୍ବେ ଜନସେବା କେନ୍ଦ୍ରର ପରିଚାଳକ ରାମକିଶନଙ୍କ ନିକଟରେ ୨୦ଲକ୍ଷର ଜୀବନବୀମା କରିଥିଲେ।

ଏହାପରେ ଟଙ୍କା ହଡପ କରିବାର ପୂରା ପ୍ଲାନିଂ କରିସାରି ରାମନିବାସକୁ ବାଇକରେ ନେଇ ମଦ ପିଆଇ ହତ୍ୟା କରିଥିଲେ। ପରେ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ। ଅଭିଯୁକ୍ତମାନେ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବା ପାଇଁ ସଡ଼କ ଦୁର୍ଘଟଣାର ରୂପ ଦେଇଥିଲେ। ମାତ୍ର ହତ୍ୟାକାଣ୍ଡର ୫ଦିନ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଧର୍ମେନ୍ଦ୍ର ଫେରାର ଥିବା ବେଳେ ତାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Murder Murder Case
Advertisment
Advertisment