Advertisment

ଏଭଳି ଘଟଣା କେମିତି ଘଟିଲା ପ୍ରଭୁ ଜଗନ୍ନାଥଙ୍କୁ ଜଣା: ଡିଜିପି

ନାନା ଚର୍ଚ୍ଚା ଭିତରେ ଆଜି ଗୋପାଳର ବ୍ରଜରାଜନଗର ସ୍ଥିତ କ୍ବାର୍ଟରରେ ଛାନଭିନ୍ କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Naba Das Murder Case

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ବହିଷ୍କୃତ ପୋଲିସ ASI ? ଛକ ମଝିରେ, ସ୍ପଷ୍ଟ ଦିବା ଲୋକରେ ଏବଂ ସମର୍ଥକଙ୍କ ଭିତରେ ପଶି କାହିଁକି ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ପଏଣ୍ଟ ବ୍ଲାଙ୍କରେ ଗୁଳିକଲା ଗୋପାଳକୃଷ୍ଣ ଦାସ ? ତାହା କେବଳ ସେହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହିଁ ଜଣା। ରାଜ୍ୟର ଜଣେ ପାୱାରଫୁଲ୍ ମନ୍ତ୍ରୀଙ୍କୁ ଗୁଳିକାଣ୍ଡର ୬ଦିନ ପରେ ମୁହଁ ଖୋଲି ଆଜି ଏକଥା କହିଛନ୍ତି, ଡିଜିପି ସୁନୀଲ୍ ବଂଶଲ। କେବଳ ଏତିକି ନୁହେଁ, ହତ୍ୟାର ଉଦ୍ଦେଶ୍ୟ ଏବଂ ଅପରାଧର ରହସ୍ୟ ଜାଣିବାକୁ ହେଲେ ଆଉ ୨/୪ ଦିନ ନୁହଁ, ବରଂ ଆହୁରି କିଛିଦିନ ଲାଗିବ ବୋଲି ଡିଜିପି କହିଛନ୍ତି।

Advertisment

ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି.ଦାସଙ୍କ ମନିଟରିଂରେ ତଦନ୍ତ ଚାଲୁ ରହିଛି। ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ହେଲେ ଟିକେ ସମୟ ଲାଗିବ। କେନ୍ଦ୍ରର ସହଯୋଗ ନିଆଯିବ, ଗୃହ ମନ୍ତ୍ରାଳୟ ସହ କଥା ହୋଇଛି। ଗୃହ ମନ୍ତ୍ରାଳୟ ବି ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ! ତଦନ୍ତରେ ସହଯୋଗ କରିବାକୁ CFSL ଟିମ୍ ଆସିପାରେ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶ।

ଅଧିକ ପଢ଼ନ୍ତୁ: କୋଇଲା ଟ୍ରାନ୍ସପୋର୍ଟିଂ ଶତ୍ରୁତା ପାଇଁ ଗଲା କି ନବଙ୍କ ଜୀବନ?

ତେବେ ଏସପି, ଏସଡିପିଓ, ଥାନା ଅଧିକାରୀ, ଫାଣ୍ଡି ଅଧିକାରୀ, ମନ୍ତ୍ରୀଙ୍କ ପିଏସ୍ଓ ପ୍ରମୁଖଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବଦଳି ପ୍ରସଙ୍ଗରେ ବି ସ୍ପଷ୍ଟ କରିଛନ୍ତି ପୋଲିସ ଡିଜି ! କହିଛନ୍ତି, ତଦନ୍ତରେ ସ୍ବଚ୍ଛତା ପାଇଁ ସେଠାକାର ପୋଲିସଙ୍କୁ ବଦଳି କରାଯାଇଛି! ଆଗକୁ ଏଭଳି ଘଟଣା ଯେମିତି ନଘଟିବ, ସେଥିପାଇଁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଉଥିବା ଟପ୍ ଏଜେନ୍ସି ସହ କଥାବାର୍ତ୍ତା କରିବୁ। ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଏସପିଜି ସହ ବି କଥା ହୋଇ ସେମାନେ କିଭଳି ବ୍ୟବସ୍ଥା ଗ୍ରହଣ କରିଛନ୍ତି, ପରାମର୍ଶ ନେବୁ ବୋଲି ଡିଜିପି କହିଛନ୍ତି।

Advertisment

ଏଠି ପ୍ରଶ୍ନ ଉଠୁଛି, ନବ ଦାସଙ୍କୁ ହତ୍ୟା ପଛରେ ଏମିତି କି ରହସ୍ୟ ଲୁଚିରହିଛି, ଯାହାର ଖୁଲାସା କରିବାକୁ କ୍ରାଇମବ୍ରାଞ୍ଚକୁ ଲାଗିଗଲାଣି ୬ ଦିନ ? ଜଣେ ପୋଲିସ ଅଧିକାରୀ ଭାବେ ଅଭିଜ୍ଞତା ଥିବାରୁ ଜେରାବେଳେ କ୍ରାଇମବ୍ରାଞ୍ଚକୁ ଗୋଲ୍ ଗୋଲ୍ ବୁଲାଉଛି କି ଗୋପାଳ ? ନା ହତ୍ୟା ପଛରେ ଟପ୍ ଲେବଲ୍ ଷଡ଼ଯନ୍ତ୍ର ଥିବାରୁ କ୍ରାଇମବ୍ରାଞ୍ଚ ହାତେ ମାପି ଚା’ଖଣ୍ଡେ ଚାଲୁଛି ? ଏନେଇ ନାନା ଚର୍ଚ୍ଚା ଭିତରେ ଆଜି ଗୋପାଳର ବ୍ରଜରାଜନଗର ସ୍ଥିତ କ୍ବାର୍ଟରରେ ଛାନଭିନ୍ କରିଛି। ସେହିପରି ବ୍ରହ୍ମପୁରରେ ବି ସାଙ୍ଗସାଥୀଙ୍କ ସହ ପରିବାର ଓ ସଂପର୍କୀୟଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ତା’ସହ ବ୍ରହ୍ମପୁର ନୁଆ ବସ୍‍ଷ୍ଟାଣ୍ଡ ଯାଇ ଝାରସୁଗୁଡା ଯାଉଥିବା ବସ୍ କର୍ମଚାରୀଙ୍କୁ ଗୋପାଳଙ୍କ ପାଇଁ ଘର ଲୋକ ପଠାଉଥିବା ମେଡିସିନ ସମ୍ପର୍କରେ ପଚାରି ବୁଝିଛି।

Naba Das Firing
Advertisment
Advertisment