• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫ୍‌ତାବ ଅମିନ୍ ପୁନାୱାଲାର ନାର୍କୋ ଟେଷ୍ଟ ଶେଷ ହୋଇଛି । ସ୍ୱତନ୍ତ୍ର ପୋଲିସ ଅଧିକାରୀ ସାଗର ପ୍ରୀତ ହୁଡ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଦୀର୍ଘ ଦୁଇ ଘଣ୍ଟା ଧରି ଅଫ୍‌ତାବ୍‌ର ନାର୍କୋ ଟେଷ୍ଟ କରାଯାଇଥିଲା । ଯାହାକି ସଫଳତା ରୂପକ ଶେଷ ହୋଇଛି । ଅଫ୍‌ତାବ ଏବେ ସୁସ୍ଥ ଅଛି । ଦିଲ୍ଲୀ ରୋହିଣୀର ,କ ହସ୍ପିଟାଲରେ ଏହି ନାର୍କୋଟେଷ୍ଟ କରାଯାଇଥିଲା ।

ଅଧିକାରୀ ସୂଚନା ଦେଇଛନ୍ତି ଯେ, ସକାଳ ପ୍ରାୟ ୮ଟା ୪୦ରେ ଅଫ୍‌ତାବ୍‌କୁ ରୋହିଣୀର ବାବା ସାହେବ ଆମ୍ବେଦ୍‌କର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପ୍ରାୟ ଦିନ ୧୦ଟା ବେଳକୁ ନାର୍କୋ ଟେଷ୍ଟ ଆରମ୍ଭ ହୋଇଥିଲା । ଟେଷ୍ଟ ପରେ ତାକୁ ଡାକ୍ତରଙ୍କ ଅବଜରଭେସନରେ ରଖାଯାଇଥିଲା । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅଫ୍‌ତାବ୍‌କୁ ପରେନ୍ସିକ୍‌ ସାଇନ୍‌ସ ଲାବ୍ରୋଟୋରୀ (FSL) ନିଆଯିବା ନେଇ ଯୋଜନା କରାଯାଉଛି । FSLର ସୂଚନା ଅନୁଯାୟୀ, ନାର୍କୋ ଟେଷ୍ଟ ବେଳେ ଅଫ୍‌ତାବ ଦେଇଥିବା ପ୍ରଶ୍ନର ଉତ୍ତର ଗୁଡ଼ିକୁ ତର୍ଜମା ତଥା ବିଶ୍ଲେଷଣ କରାଯିବ । ଏହାସହ ଅଫ୍‌ତାବକୁ ସେନେଇ ସୂଚନା ମଧ୍ୟ ଦିଆଯିବ । ଅଫ୍‌ତାବ ଟେଷ୍ଟ ସମୟରେ ଯାହା କହିଥିଲା ସେହି କଥାକୁ ନେଇ ପୁଣି ତାକୁ ପଚରାଯିବ ।

ଅଧିକ ପଢ଼ନ୍ତୁ: କ’ଣ ଏହି ନାର୍କୋ ଟେଷ୍ଟ୍; କିପରି ଧରାପଡ଼େ ସତ ?

ଜଣେ ବରିଷ୍ଟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନାର୍କୋ ଟେଷ୍ଟ ପୂର୍ବରୁ ଅଫ୍‌ତାବର ବ୍ଲଡ୍‌ ପ୍ରେସର, ନରଭସ୍‌, ତାପମାତ୍ରା ଏବଂ ହାର୍ଟ ବିଟ୍ ଯାଞ୍ଚ କରାଯିବା ସହ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା । ଖାଲି ସେତିକି ନୁହେଁ, ଟେଷ୍ଟ ପୂର୍ବରୁ ଏକ ଫର୍ମ ମଧ୍ୟ ଦିଆଯାଇଥିଲା । ଯେଉଁଥିରେ ଲେଖାଥିଲା ଯେ, ଅଫ୍‌ତାବର ଇଚ୍ଛା ଅନୁସାରେ ଏହି ଟେଷ୍ଟ କରାଯାଉଛି । ଏଥିରେ ତାର ସହମତି ରହିଛି । ଏହି ଫର୍ମରେ ଅଫ୍‌ତାବର ଦସ୍ତଖତ ମଧ୍ୟ ନିଆଯାଇଛି ।

ତେବେ ଆସନ୍ତୁ ଜାଣିବା ଏହି ନାର୍କୋ ଟେଷ୍ଟ କ’ଣ ?

  • ନାର୍କୋ ଟେଷ୍ଟ୍ ବେଳେ ଅଭିଯୁକ୍ତ ବା କୌଣସି ବ୍ୟକ୍ତି ବିଶେଷକୁ ସେରମ୍ ବା ଏକ ପ୍ରକାର ରାସାୟନିକ ପଦାର୍ଥ ଇଞ୍ଜେକସନ ଆକାରରେ ଦିଆଯାଏ । ଏହାକୁ ଟ୍ରୁଥ୍ ସେରମ୍ ମଧ୍ୟ କୁହାଯାଏ ।
  • ଏହି ଟ୍ରୁଥ୍ ସେରମ୍ ସୋଡ଼ିୟମ ପେଣ୍ଟୋଥାଲ୍, ସ୍କୋପୋଲାମାଇନ୍ କିମ୍ବା ସୋଡ଼ିୟମ ଆମିଟାଲ୍ ହୋଇପାରେ । 
  • ଏହା ରକ୍ତରେ ମିଶିବା ପରେ ସାମୟିକ ଭାବେ ଏକପ୍ରକାର ହିପ୍ନୋଟିକ୍ ସ୍ଥିତି ବା ନିଶାସକ୍ତ ସ୍ଥିତିକୁ ଚାଲିଯାଏ ଅଭିଯୁକ୍ତ । 
  • ସେତେବେଳେ ସମ୍ପୃକ୍ତ ବ୍ୟକ୍ତି ମିଛ କହିବା ପାଇଁ ମନଗଢ଼ା କଥା ଚିନ୍ତା କରିବା ସ୍ଥିତିରେ ନଥାଏ । 
  • ନିଜ ଆତ୍ମଚେତନା ଉପରୁ ନିୟନ୍ତ୍ରଣ ହରାଇଥାଏ ଏବଂ ବିନା ଦ୍ୱିଧାରେ ସତ କହିବାରେ ଲାଗେ ।
  •  ଲିଙ୍ଗ, ବୟସ, ସ୍ୱାସ୍ଥ୍ୟାବସ୍ଥା ଓ ଶାରିରୀକ ସ୍ଥିତିକୁ ଦେଖି ଟ୍ରୁଥ୍ ସେରମ୍‌ର ଡୋଜ୍ ନିର୍ଦ୍ଧାରଣ କରାଯାଏ । 
  • ସଠିକ୍ ଡୋଜ୍‌ର ସେରମ୍ ଦିଆନଗଲେ ଜଣେ କୋମାକୁ ଚାଲିଯାଇପାରେ କିମ୍ବା ତାର ମୃତ୍ୟୁ ମଧ୍ୟ ହୋଇପାରେ ।
  •  ଅଭିଯୁକ୍ତର ମାନସିକ ଓ ଶାରିରୀକ ସ୍ଥିତି ପରଖିବା ପାଇଁ ନାର୍କୋଟେଷ୍ଟ ବେଳେ କାର୍ଡିଓ କଫ୍ ଓ ସେନ୍‌ସିଟିଭ୍ ଇଲେକ୍ଟ୍ରୋଡ୍ ଆଦି ବ୍ୟବହାର କରାଯାଏ । 
  • ଅଭିଯୁକ୍ତର ରକ୍ତଚାପ, ହୃଦସ୍ପନ୍ଦନ, ଶ୍ୱାସକ୍ରିୟାର ଗତି ଏବଂ ସ୍ୱେଦଗ୍ରନ୍ଥି ଉପରେ ନଜର ରଖିଥାନ୍ତି ଡାକ୍ତର ।
  • ନାର୍କୋଟେଷ୍ଟ ପାଇଁ ସମ୍ପୃକ୍ତ ଅଭିଯୁକ୍ତ ବା ବ୍ୟକ୍ତି ବିଶେଷର ସହମତି ଜରୁରୀ । 
  • ନାର୍କୋଟେଷ୍ଟ ବେଳେ ଦିଆଯାଇଥିବା ବୟାନକୁ କୋର୍ଟରେ ପ୍ରମାଣ ଭାବେ ଗ୍ରହଣ କରାଯାଏ ନାହିଁ । 
  • ଏହା ପୋଲିସକୁ ଆନୁସଙ୍ଗିକ ପ୍ରମାଣ ଯୋଗାଡ଼ କରିବାରେ ସହାୟତା କରେ ।
  • ଏହି ପଦ୍ଧତି ଶତ ପ୍ରତିଶତ ସଠିକ୍ ନୁହେଁ । ବହୁ କ୍ଷେତ୍ରରେ ଟ୍ରୁଥ୍ ସେରମ୍ ଦିଆଯିବା ସତ୍ତ୍ୱେ ଅଭିଯୁକ୍ତ ମିଛ କହିବାର ନଜିର ରହିଛି ।  
  • ଆରୁଷି ତଲଓ୍ୱାର୍ ହତ୍ୟା ମାମଲା, ୨୦୦୭ ହାଇଦ୍ରାବାଦ ଟ୍ୱିନ୍ ବ୍ଲାଷ୍ଟ୍, ନିଠାରୀ ହତ୍ୟାକାଣ୍ଡ, ଷ୍ଟାମ୍ପ ପେପର୍ ସ୍କାମ୍ ଓ ମୁମ୍ବାଇ ଆକ୍ରମଣରେ ଆତଙ୍କୀ କସାବକୁ ନାର୍କୋ ଟେଷ୍ଟ କରାଯାଇଥିଲା ।