Advertisment

ଅଶ୍ଲୀଳ ନୁହେଁ, ଉତ୍ତେଜକ କଣ୍ଟେଣ୍ଟ ଥିଲା: ଶିଳ୍ପା

ରାଜଙ୍କ ବିରୋଧରେ ଆସିଥିବା ପର୍ଣ୍ଣ ଫିଲ୍ମ ନିର୍ମାଣ, ପ୍ରସାରଣ ଅଭିଯୋଗ ରାକେଟ୍ ବିଷୟରେ ଶିଳ୍ପା ଅବଗତ ଥିଲେ କି ନାହିଁ, ସେ ସମ୍ପର୍କରେ ତାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି। ଏପଟେ ଶିଳ୍ପା ରାଜଙ୍କ ଭିଆନ ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ପଦରୁ କାହିଁକି ଇସ୍ତଫା ଦେଇଥିଲେ ତାର ବି ଯାଞ୍ଚ୍ କରୁଛି।

author-image
Chandan Shishu
ଅଶ୍ଲୀଳ ନୁହେଁ, ଉତ୍ତେଜକ କଣ୍ଟେଣ୍ଟ ଥିଲା: ଶିଳ୍ପା

Silpa and Kundra

ମୁମ୍ବାଇ: ରାଜ କୁନ୍ଦ୍ରାଙ୍କ ଓଟିଟି ଆପ୍‌ରେ ଅଶ୍ଲୀଳ ନୁହେଁ, ଉତ୍ତେଜକ କଣ୍ଟେଣ୍ଟ ଥିଲା। ପର୍ଣ୍ଣ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ତାଙ୍କ ସ୍ୱାମୀ ନିର୍ଦ୍ଦୋଷ ବୋଲି କହି ତାଙ୍କ ସପକ୍ଷରେ ବାହାରିଛନ୍ତି ପତ୍ନୀ ଶିଳ୍ପୀ ସେଟ୍ଟୀ। କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ରାଜ କୁନ୍ଦ୍ରା ଗିରଫ ହେବା ପରେ ଆଜି ଏ ମାମଲାରେ ତାଙ୍କ ଅଭିନେତ୍ରୀ ପତ୍ନୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କୁ ଦୀର୍ଘ ୬ ଘଣ୍ଟା ଧରି ଜେରା କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ୍। କୁନ୍ଦ୍ରାଙ୍କ ଉପସ୍ଥିତିରେ ଶିଳ୍ପାଙ୍କୁ ତାଙ୍କ ବାସଭବନରେ ହିଁ ପଚରାଉଚରା କରାଯାଇଥିଲା।

Advertisment

ରାଜଙ୍କ ବିରୋଧରେ ଆସିଥିବା ପର୍ଣ୍ଣ ଫିଲ୍ମ ନିର୍ମାଣ, ପ୍ରସାରଣ ଅଭିଯୋଗ ରାକେଟ୍ ବିଷୟରେ ଶିଳ୍ପା ଅବଗତ ଥିଲେ କି ନାହିଁ, ସେ ସମ୍ପର୍କରେ ତାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି। ଏପଟେ ଶିଳ୍ପା ରାଜଙ୍କ ଭିଆନ ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ପଦରୁ କାହିଁକି ଇସ୍ତଫା ଦେଇଥିଲେ ତାର ବି ଯାଞ୍ଚ୍ କରୁଛି। ତେଣେ ଭିଆନ ଅପିସରେ କ୍ରାଇମବ୍ରାଞ୍ଚ୍ ରେଡ୍ ବେଳେ ସର୍ଭରରୁ ଡାଟା ଡିଲିଟ୍ କରାଯାଇଥିବାରୁ ଏ ସମ୍ପର୍କରେ ବି ତଦନ୍ତ ଜାରି ରହିଛି।

ରାଜ କୁନ୍ଦ୍ରା ଗିରଫ ହେବା ପରେ ସର୍ଭରରୁ କିଛି ଡାଟା ଡିଲିଟ୍ ହୋଇଥିବାରୁ, କିଏ ଏହି କଣ୍ଟେଟ୍ ଡିଲିଟ୍ କରିଛି, ତାକୁ ଏବେ ଖୋଜୁଛି କ୍ରାଇମବ୍ରାଞ୍ଚ୍। ଏ ମାମଲାରେ ଡାଟା ଉଦ୍ଧାର ପାଇଁ ଫୋରେନସିକ୍ ଟିମ୍‌ର ସହାୟତା ନିଆଯାଉଛି। ସେହିଭଳି ଶିଳ୍ପାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ବି ତଦନ୍ତକାରୀ ଟିମରୁ ସ୍କାନରକୁ ଆସିଛି। ପର୍ଣ୍ଣ ଫିଲ୍ମ କାରବାରରୁ ଶିଳ୍ପାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା କି ନାହିଁ, ଏବଂ ସେ ଫାଇଦା ପାଉଥିଲେ କି ନାହିଁ, ସେ ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ୍ ତଦନ୍ତ କରୁଛି।

Advertisment

ଶିଳ୍ପା ଏକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶିଳ୍ପା ନିଜ ପୋଷ୍ଟରେ ଲେଖକ ଜେମସ୍‌ ଥବରଙ୍କ ଏକ ପୁସ୍ତକର ଏକ ପୃଷ୍ଠାକୁ ହାଇଲାଇଟ୍‌ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି,“ଆମେ କ୍ରୋଧରେ ଏପରି ଲୋକଙ୍କ ଆଡ଼କୁ ନଜର ପକାନ୍ତି, ଯେଉଁମାନେ ଆମକୁ ଆଘାତ ଦେଇଛନ୍ତି, ଆମକୁ ଅସୁବିଧାରେ ପକାଇଛନ୍ତି। ଏପରି ସ୍ଥିତିର ସାମ୍ନା କରିବାକୁ ଆମକୁ ବାଧ୍ୟ କରିଛନ୍ତି। କିନ୍ତୁ କ୍ରୋଧରେ ପଛକୁ କିମ୍ବା ଡରିକି ଆଗକୁ ଦେଖିବା ଉଚିତ ନୁହେଁ। ସ୍ଥିର ମନରେ ଚାରି ଆଡ଼କୁ ନଜର ପକାଇବା ଉଚିତ।

ଏପରିକି ନିଜ ଚାକିରି ହରାଇବାର, କିଛି ବଡ଼ ବେମାରୀ ହେବାର ତଥା ନିଜର କାହାକୁ ହରାଇ ବସିବାର ଦୁଃଖ ବି ମନରେ ଘର କରିଦିଏ। ତେଣୁ ଯାହା ହୋଇସାରିଛି ତାହାକୁ ନେଇ ବ୍ୟସ୍ତ ବିବ୍ରତ ହେବା ଉଚିତ ନୁହେଁ। କିନ୍ତୁ ଏ ସବୁ ସମ୍ପର୍କରେ ଅଧିକ ସଜାଗ ରହିବା ଆବଶ୍ୟକ। ବୋଲି ଶିଳ୍ପା କହିଛନ୍ତି।

Crime Branch Porn Content India News Bollywood
Advertisment
Advertisment