Advertisment

Sex Racket Busted: ବାଙ୍କୀରେ ସେକ୍ସ ରାକେଟ୍ ଠାବ: ଗ୍ରାହକ ବେଶରେ ଯାଇ ୨ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

ଗ୍ରାହକ ବେଶରେ ଯାଇ ସେକ୍ସ ରାକେଟ ଠାବ କଲା ପୋଲିସ ।  ଗତକାଲି ବିଳମ୍ବିତ ରାତିରେ ବୈଦେଶ୍ୱର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଚାଲୁଥିବାବେଳେ ପୋଲିସ ଚଢାଉ କରିଥିଲା ।

ଅଦ୍ୟତନ ହୋଇଛି
Sex Racket Busted in Kalapathar

Sex Racket Busted in Kalapathar

Advertisment

ବାଙ୍କୀ ନିକଟସ୍ଥ କଳାପଥରରେ ସେକ୍ସ ରାକେଟ୍ ଠାବ। ଗ୍ରାହକ ବେଶରେ ଯାଇ ସେକ୍ସ ରାକେଟ ଠାବ କରିଛି ପୋଲିସ ।  ଗତକାଲି ବିଳମ୍ବିତ ରାତିରେ ବୈଦେଶ୍ୱର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଚାଲୁଥିବାବେଳେ ପୋଲିସ ଚଢାଉ କରିଥିଲା । 

Advertisment

ମାମଲାରେ ଦୁଇ ଯୁବକଙ୍କୁ ଅଟକ ରଖିବା ସହ ଦୁଇ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଦୀର୍ଘଦିନ ଧରି ଏହି ସ୍ଥାନରେ ସେକ୍ସ ରାକେଟ ଚାଲୁଥିବା ପୋଲିସ ସୂଚନା ଦେଇଛି । 

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

Advertisment

ନିକଟରେ କଟକରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଥିଲା ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। ଏ ଘଟଣାରେ କଟକରେ ଏକ ଦମ୍ପତ୍ତିଙ୍କୁ ପୋଲିସ ମଧ୍ୟ ଗିରଫ କରିଥିଲା। ସେପଟେ ଭୁବନେଶ୍ବରରେ ବି ଦଲାଲଙ୍କ ଜରିଆରେ ବହୁ ବାଂଲାଦେଶୀ ଯୁବତୀଙ୍କ ଫଟୋ ବୁଲୁଥିବାରୁ, କେଉଁଠି ଏ ବେଆଇନ୍ କାରବାର ଚାଲିଛି, ସେଭଳି ଠିକଣା ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ ଡିସିପି। 

ରାଜଧାନୀ ଭୁବନେଶ୍ବର ସହ ଲିଙ୍କ୍ ଥାଇ କଟକରୁ ସନ୍ଦିଗ୍ଧ ବାଲାଂଦେଶୀ ନାବାଳିକା ଉଦ୍ଧାର ପରେ ଖୋଲିବାରେ ଲାଗିଥିଲା ସ୍ମାର୍ଟ ସିଟିରେ ଚାଲିଥିବା ବାଂଲାଦେଶୀ ସେକ୍ସ ରାକେଟର ଗୁମର । ବହୁ ବାଂଲାଦେଶୀ ଯୁବତୀ ସେକ୍ସ ୱାର୍କର ଭାବେ ସକ୍ରିୟ ଥିବା କୁହାଯାଉଛି। ଯାହାର ପ୍ରମାଣ ଦେଉଛି ଦଲାଲଙ୍କଠାରୁ ମିଳିଥିବା ଯୁବତୀଙ୍କ ଫଟୋ। କିଏ ଚାକିରି ଲୋଭ ତ ଆଉ କିଏ ଦଲାଲଙ୍କ ଜାଲରେ ପଡ଼ି ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ। କିଛି ହୋଟେଲ, ଆପାର୍ଟମେଣ୍ଟ, ପାର୍ଲରରେ ଏମାନଙ୍କୁ ରଖି ଲୁଚାଚୋରାରେ ରାକେଟ୍ ଚଳାଉଛନ୍ତି ଦଲାଲ ଓ ଅସାଧୁ ବ୍ୟକ୍ତି। ଯାହାର ପ୍ରମାଣ ଦେଉଥିଲା ଯୁବତୀଙ୍କ ବୟାନ। 

Advertisment

କଟକରୁ ନାବାଳିକା ଉଦ୍ଧାର, ଭୁବନେଶ୍ବରେ ବାଂଲାଦେଶୀ ଯୁବତୀଙ୍କ ଭେରାଇଟି ଫଟୋ ବୁଲିବା ଆଉ ଏମାନେ ସେକ୍ସ ରାକେଟ୍ ଚଳାଇଥିବା କଥା ସାମ୍ନାକୁ ଆସିବା ପରେ ରାଜଧାନୀରେ ଆଲର୍ଟ ମୋଡକୁ ଆସିଥିଲା କମିଶନରେଟ୍ ପୋଲିସ। ଡିସିପି କହିଥିଲେ ଯେ କେଉଁ ଦଲାଲ ବାଂଲାଦେଶୀ ଯୁବତୀଙ୍କୁ ରଖି ଅନୈତିକ କାର୍ଯ୍ୟ କରାଉଛନ୍ତି ତାର ଖୋଳତାଡ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢନ୍ତୁ: ନାଁ ଯେମିତି ଅନନ୍ୟା, ପ୍ରତିଭା ବି ଅନନ୍ୟ; ତାଙ୍କ ତୁଳୀର ମୁନରେ ଜୀବନ୍ତ ହୁଏ ଚିତ୍ର 

Police Sex Racket Arrested Sex Racket Busted
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ