Advertisment

ବାହାରେ ଲାଗିଛି ସ୍ପା ଏଣ୍ଡ ସେଲୁନ୍ ବୋର୍ଡ; ଭିତରେ ଚାଲୁଥିଲା ସେକ୍ସ ରାକେଟ !

ଜୋର ଜବରଦସ୍ତ ନାବାଳିକାକୁ ଅନୈତିକ କାର୍ଯ୍ୟ କରିବା ପାଇଁ କରାଯାଉଥିଲା କି ବାଧ୍ୟ ? ରାଜଧାନୀର ଏକ ସ୍ପାରୁ ଏଭଳି ଅଭିଯୋଗ ପରେ ପୋଲିସର ରେଡ୍, ଆଉ ତାପରେ ସାମ୍ନାକୁ ଆସିଲା ସ୍ପାର ସତ।

author-image
Sujit kumar Swain
Spa Centre

Spa Centre

ସ୍ପାରେ ଚାଲିଥିଲା କି ସେକ୍ସ ସ୍କାଣ୍ଡାଲ୍ ? ଜୋର ଜବରଦସ୍ତ ନାବାଳିକାକୁ ଅନୈତିକ କାର୍ଯ୍ୟ କରିବା ପାଇଁ କରାଯାଉଥିଲା କି ବାଧ୍ୟ ? ରାଜଧାନୀର ଏକ ସ୍ପାରୁ ଏଭଳି ଅଭିଯୋଗ ପରେ ପୋଲିସର ରେଡ୍, ଆଉ ତାପରେ ସାମ୍ନାକୁ ଆସିଲା ସ୍ପାର ସତ। ବଡଗଡ ଥାନା ରବି ଟକିଜ ଅଞ୍ଚଳର ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି।  

Advertisment

ବାହାରେ ବୋର୍ଡ ଲାଗିଛି ସ୍ପା ଏଣ୍ଡ ସେଲୁନ୍ । ଭିତରେ ଚାଲୁଥିଲା ସେକ୍ସ ରାକେଟ ।  ଜୋରଜବରଦସ୍ତ ନିୟୋଜିତ ହେଉଥିଲେ ନାବାଳିକା ! ମନା କଲେ ଘର ଭିତରେ ବନ୍ଦ କରି ଦିଆଯାଉଥିଲା ମାଡ ! ରାଜଧାନୀ ଭୁବନେଶ୍ବରର ରବି ଟକିଜ୍ ଅଂଚଳରୁ ଆସିଛି ଏହି ଅଭିଯୋଗ। ଏଠାରେ ଥିବା ଏକ ସ୍ପାରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ ପାଇବା ପରେ ଅତର୍କିତ ଚଢଉ କରିଥିଲା ପୋଲିସ। ଏହାପରେ ସାମ୍ନାକୁ ଆସିଥିଲା ସ୍ପାର ଭିତିରି କଥା। ସ୍ଥାନୀୟଲୋକଙ୍କଠୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏହାସହ ସ୍ପାରେ ତାଲା ପକାଇଛି ପୋଲିସ। 

ଥାନାରେ ନାବାଳିକାଙ୍କ ଅଭିଯୋଗ ମୁତାବକ, ତାଙ୍କର ଜଣେ ସଂପର୍କୀୟ ଭଉଣୀ ଏଠାରେ ରିସେପ୍ସନରେ ଚାକିରି କରାଇ ଦେବାକୁ କହି ଆଣିଥିଲେ। ହେଲେ ଏଠାକୁ ଆସିବା ପରେ ବନ୍ଦ କୋଠରୀ ଭିତରେ କଷ୍ଟମର ସହ ଅନୈତିକ କାମ କରିବା ପାଇଁ ବାଧ୍ୟ କରାଯାଉଥିଲା। ମନା କଲେ ମାଡ଼ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଫୋନ ଛଡାଇ ନେଇ କାହା ସହ କଥାହେବା ପାଇଁ ଦେଇନଥିଲେ। ବହୁ କଷ୍ଟରେ ଭାଇଙ୍କ ସହ ଯୋଗାଯୋଗ ହୋଇଥିଲା। ହେଲେ ଏଠାରୁ ଉଦ୍ଧାର କରିବା ପାଇଁ ଆସିଥିବା ଭାଇକୁ ସ୍ପା ମ୍ୟାନେଜର ମାଡ ମାରିଥିବା ଅଭିଯୋଗ କରିଛନ୍ତି ସେ।

Advertisment

ଏନେଇ ବଡଗଡ଼ ପୋଲିସ ୬୮୫ /୨୪ରେ ଏକ ମାମଲା ରୁଜୁ କରିଛି। ପୀଡିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଘଟଣାରେ ଜଡିତ ଦୁଇଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ରାଜଧାନୀରେ ଛତୁ ଫୁଟିଲା ଭଳି ଚାଲୁଛି ସ୍ପା। ଏଭଳି ଘଟଣା  ସମ୍ନାକୁ ଆସିବା ପରେ ଏବେ ପୋଲିସର ରାଡାରରେ ଅନ୍ୟ ସ୍ପା ଓ ସେଲୁନ୍। 

Sex Racket
Advertisment
Advertisment