Advertisment

ଆସିଲା ଅଧିକ ଇଲେକ୍ଟ୍ରିକ୍ ବିଲ୍; ରାଗରେ ମହିଳା ଟେକ୍ନିସିଆନଙ୍କୁ ହାଣିଦେଲେ

ଅଫିସରେ ମହିଳା ଟେକ୍ନିସିଆନ ରିଙ୍କୁ ଥିଟେ ଥିଲେ। ଏନେଇ ପୂର୍ବରୁ ସେ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସେ କହିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
man hacks woman technician In maharastra

man hacks woman technician

ବିଦ୍ୟୁତ ବିଲ୍ ନେଇ ମହିଳା ଟେକନିସିଆନଙ୍କୁ ନିର୍ମମ ହତ୍ୟା। ବୁଧବାର ପୁଣେ ଜିଲ୍ଲାରେ ଘଟିଛି ଏହି ହତ୍ୟାକାଣ୍ଡ। ବିଦ୍ୟୁତ୍ ବିଲ୍ ବିବାଦକୁ ନେଇ ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀ ଲିମିଟେଡ୍ (MSEDCL) ର ଜଣେ ମହିଳା ଟେକ୍ନିସିଆନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ସୁପା ପୋଲିସ ଷ୍ଟେସନର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ମୃତକ ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀ ଲିମିଟେଡର ମହିଳା ଟେକ୍ନିସିଆନ ରିଙ୍କୁ ଥିଟେ। ଅଭିଯୁକ୍ତ ଅଭିଜିତ୍ ପୋଟେ ସକାଳେ ବିଦ୍ୟୁତ ଅଫିସ ଆସିଥିଲେ। ସେଠାରେ ସେ ୫୭୦ଟଙ୍କାର ବିଦ୍ୟୁତ ବିଲ୍ ଆସିଥିବା କଥା କହିଥିଲେ। ଏନେଇ ପୂର୍ବରୁ ସେ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସେ କହିଥିଲେ।

ଅଧିକ ପଢ଼ନ୍ତୁ: ପାରିବାରିକ ବିବାଦ! ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦେଢଶୂର

Advertisment

ଅଫିସରେ ମହିଳା ଟେକ୍ନିସିଆନ ରିଙ୍କୁ ଥିଟେ ଥିଲେ। ଅଭିଜିତ୍ ପୋଟେ ରିଙ୍କୁଙ୍କୁ ମଧ୍ୟ ଏକଥା ଜଣାଇଥିଲେ। ମାତ୍ର ରିଙ୍କୁ ୧୦ଦିନ ଛୁଟିରେ ଥିବାରୁ ଏବିଷୟରେ ଅବଗତ ନଥିବା ଜଣାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।ଯେଉଁଥିରେ ଉତକ୍ଷିପ୍ତ ହୋଇ ଅଭିଜିତ୍ ମହିଳା ଟେକନିସିଆନଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ପୋଲିସ ଏହି ଘଟଣା ପରେ ଅଭିଯୁକ୍ତ ଅଭିଜିତ୍ ପୋଟେଙ୍କୁ ଗିରଫ କରିଛି। ପୋଲିସ ତାଙ୍କ ବିରୋଧରେ ହତ୍ୟାମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ଅଧିକ ଇଲେକ୍ଟ୍ରିକ୍ ବିଲ ପାଇଁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି।

Murder Murder Case
Advertisment
Advertisment