Advertisment

ମେଜର ଓ ବାନ୍ଧବୀଙ୍କୁ ରାସ୍ତାରେ ଦୁର୍ବ୍ୟବହାର ଘଟଣା; ବନ୍ଧାହେଲେ ୭ ରୋଡ୍ ରୋମିଓ

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଘଟଣା । ମାମଲାରେ ୭ ଦୁର୍ବୃତ୍ତଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ ।

author-image
Sonali Ojha
ଅଦ୍ୟତନ ହୋଇଛି
 bharatpur case

bharatpur case

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ୭ ଦୁର୍ବୃତ୍ତଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏଡିସିପି କୃଷ୍ଣପ୍ରସାଦ ଦାସ ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ୧୧ଟି ମୋବାଇଲ, ଗୋଟିଏ ଗାଡ଼ି ଜବତ କରିଛି ପୋଲିସ । ମେଜର ଓ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ ଏମାନେ ୧୫ ତାରିଖ ରାତି ୨ଟାରେ ରାସ୍ତାରେ ଗଣ୍ଡଗୋଳ କରିଥିଲେ ।

Advertisment

ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ଭାରତପୁର ଥାନାରେ ହୋଇଥିବା ନିର୍ଯାତନାରେ କେବେ କାର୍ଯ୍ୟାନୁଷ୍ଠାନ? ୫ ନିଲମ୍ବିତ ପୋଲିସ୍ କର୍ମଚାରୀଙ୍କୁ ଖାଲି ସସପେଣ୍ଡ ନା ଆଉ କିଛି? ଏବେ ଏମିତି କିଛି ପ୍ରଶ୍ନ ସବୁ ମହଲରୁ ଛିଡ଼ା ହୋଇଥିବା ବେଳେ ଘନ ଘନ ଜେରା କରୁଛି କ୍ରାଇମବ୍ରାଞ୍ଚ। ୩୬୦ ଡିଗ୍ରୀ ଆଙ୍ଗେଲରୁ ଯାଞ୍ଚ କରୁଛି ତଦନ୍ତକାରୀ ସଂସ୍ଥା। ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍। ସେହିପରି ୧୨୦ ବାଟାଲିୟନରେ ଆର୍ମି ମେଜର୍ ଗୁରୁବଂଶଙ୍କ ବୟାନରେକର୍ଡ କରିଛି କ୍ରାଇମବ୍ରାଞ୍ଚ।

ଭରତପୁର ଥାନାରେ ଅଭିଯୋଗକାରୀଙ୍କୁ ପୋଲିସ ନିର୍ଯାତନା ଓ ବର୍ବରତାକୁ ନିନ୍ଦା କରିଛନ୍ତି ଆରଟିଆଇ କର୍ମୀ । ସରକାର ବଦଳିଛି, କିନ୍ତୁ ଏବେ ବି ପୋଲିସର ପାଣ୍ଡିଆନ ସିଣ୍ଡ୍ରୋମ ଚାଲିଛି । ପୂର୍ବ ସରକାର କ୍ରାଇମବ୍ରାଞ୍ଚର ଅପବ୍ୟବହାର କରୁଥିବା ଆରଟିଆଇ କର୍ମୀ ଅଭିଯୋଗ ଆଣିଛନ୍ତି । ଥାନାରେ ମହିଳା ଅଭିଯୋଗକାରୀଙ୍କୁ କେଉଁ ସାହସରେ ପୋଲିସ ନିର୍ଯାତନା ଦେଲା ? ଓଡ଼ିଶାର ଆଦର୍ଶ ଥାନାରେ କାହିଁକି ସିସିଟିଭି ଲାଗିନି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଆରଟିଆଇ କର୍ମୀ। ମୋହନ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି। ସରକାର ଏ ଦିଗରେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ।

Advertisment

ଅନ୍ୟପଟେ ଆସନ୍ତା ସୋମବାର RTI କର୍ମୀ ଭିଜିଲାନ୍ସରେ ପାଣ୍ଡିଆନଙ୍କ ନାଁ ରେ ଅଭିଯୋଗ କରିବେ ବୋଲି ସେ କହିଛନ୍ତି। ସାମ୍ବାଦିକ ଓ ଆରଟିଆଇ କର୍ମୀଙ୍କ ସୁରକ୍ଷା ପାଇଁ ମୋହନ ସରକାରଙ୍କ ପାଖେ ଦାବି କରିଛନ୍ତି । ଭରତପୁର ଥାନା ଆଇଆଇସିଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ଥିବା ସତ୍ତ୍ୱେ ତାଙ୍କୁ କାହିଁକି ନିଲମ୍ବିତ ନକରି ଆଦର୍ଶ ଥାନାକୁ ଅଣାଯାଇଥିଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଯେଉଁ ପୋଲିସ ଅଧିକାରୀଙ୍କ ନାଁ ରେ ଅଭିଯୋଗ ରହିଛି ତା ଉପରେ ଯାଞ୍ଚ ହେଉ ବୋଲି RTI କର୍ମୀ ଦାବି କରିଛନ୍ତି ।

Police
Advertisment
Advertisment