Serial Killer Arrested In Punjab
ପିଶାଚ ସିରିଏଲ କିଲର୍। ବାଇକ୍ରେ ଲିଫ୍ଟ ଦେଇ ପୁରୁଷଙ୍କୁ କରୁଥିଲା ହତ୍ୟା। ୧୮ ମାସରେ ୧୧ଜଣଙ୍କୁ ହତ୍ୟା କରିଥିବା ମାନିଲା ସିରିଏଲ୍ କିଲର୍ । ଖାଲି ଏତିକି ନୁହେଁ ସିରିଏଲ୍ କିଲିଂର ପୂରା କାହାଣୀ ଶୁଣିଲେ ରୁମ ଟାଙ୍କୁରି ଉଠିବ। ଏହି ଅପରାଧର କାହାଣୀ କୌଣସି ଫିଲ୍ମର କାହାଣୀ ଠାରୁ କମ ନୁହେଁ ।
ଅଭିଯୁକ୍ତ ୩୩ ବର୍ଷୀୟ ରାମ ସରୂପ ପୋଲିସ ଆଗରେ ସ୍ବୀକାର କରିଥିଲା ଯେ, ସେ ସାଧାରଣତଃ ଲୋକଙ୍କୁ ଲିଫ୍ଟ ଦେଇ ଲୁଟ୍ କରୁଥିଲା। କିଛି ଜଣଙ୍କ ସହ ସମଲିଙ୍ଗୀ ସଂପର୍କ ରଖିଥିଲା। କେହି ଟଙ୍କା ଦେବାକୁ କିମ୍ବା ଶାରିରୀକ ସଂପର୍କ ରଖିବାକୁ ମନା କଲେ ସେମାନଙ୍କୁ ତଣ୍ଟିଚିପି କିମ୍ବା ଇଟା ଛେଚି ହତ୍ୟା କରୁଥିଲା। ଏହାପରେ ସେମାନଙ୍କ ପାଦକୁ ଛୁଇଁ ଅନୁତାପ କରୁଥିଲା ଓ କ୍ଷମା ମାଗୁଥିଲା ବୋଲି କହିଛି ରାମସରୂପ ।
ଅଧିକ ପଢନ୍ତୁ: ସ୍ତ୍ରୀକୁ ହତ୍ୟା କରି ଯାଇଥିଲା ଜେଲ୍, ଏବେ ହାତୁଡ଼ିରେ ପିଟି ପିଟି ସାଙ୍ଗକୁ ମାରିଦେଲା
ଜଣଙ୍କୁ ହତ୍ୟା କରିବା ପରେ ମୃତଦେହ ପିଠିରେ ଧୋକେବାଜ୍ ଲେଖୁଥିଲା । ରୂପନଗର, ହୋସିଆରପୁର, ଫତେଗଡ଼ ଆଦି ସ୍ଥାନରେ ସେ ନୃଶଂସ ହତ୍ୟାକାଣ୍ଡ ଭିଆଉଥିବା ବେଳେ, ସିକ୍ୟୁରିଟି ଗାର୍ଡ, ଟୋଲ୍ ପ୍ଲାଜାରେ ଚା ବିକାଳି, ଶ୍ରମିକ, ଟ୍ରାକ୍ଟର ମେକାନିକ୍ ଆଦି ତାର ଶିକାର ବନିଛନ୍ତି। ରାମସରୂପ ବିବାହିତ ଏବଂ ତାର ସମଲିଙ୍ଗୀ ସଂପର୍କ ସାମ୍ନାକୁ ଆସିବା ପରେ ପରିବାରଲୋକେ ତାକୁ ଘରୁ ତଡ଼ିଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735179659.jpg)