Advertisment

‘ପୋଲିସ ସେବା ଆଇନ ଉଲ୍ଲଙ୍ଘନ, କ୍ଷମତାର ଅପବ୍ୟବହାର’, IPS ରାଜେଶ ପଣ୍ଡିତ ସସପେଣ୍ଡ

ଶନିବାର ରାତିରେ କ’ଣ ଥିଲା ଅସଲ ଘଟଣା, ବଢ଼ିଲା ଚର୍ଚ୍ଚା । RTI କର୍ମୀଙ୍କ ପିଟିସନ ପରେ ଶନିବାର ଘଟଣାକୁ ନେଇ ବଢ଼ିଲା ଚର୍ଚ୍ଚା ।

author-image
Satyendu Shekher Mishra
undefined

IPS Rajesh Pandit Suspend

ଶନିବାର ରାତିରେ ଅଘଟଣ.. ମଙ୍ଗଳବାର ଆକ୍ସନ । ସିନିୟର IPS ଅଫିସର ପଣ୍ଡିତ ରାଜେଶ ଉତ୍ତମରାଓ ଓରଫ୍ ରାଜେଶ ପଣ୍ଡିତ। ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଥିବା ରାଜେଶ ପଣ୍ଡିତଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି, ଗତ ଶନିବାର ଅର୍ଥାତ ଜୁଲାଇ ୨୭ ତାରିଖ ରାତିରେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣା ପାଇଁ ନିଆଯାଇଛି ଆକ୍ସନ।

Advertisment

ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ, କ୍ଷମତାର ଅପବ୍ୟବହାର ଏବଂ ପଦ ମର୍ଯ୍ୟାଦାର ସମ୍ମାନହାନି ଅଭିଯୋଗ ସହ ଡିଜିପିଙ୍କ ରିପୋର୍ଟ ଆଧାରରେ ତାଙ୍କୁ ତ୍ୱରିତ ନିଲମ୍ବନ କରାଯାଇଥିବା ରାଜ୍ୟ ସରକାର ଦର୍ଶାଇଛନ୍ତି। କେବଳ ଏତିକି ନୁହେଁ, ରାଜେଶଙ୍କୁ ଏବେ କଟକସ୍ଥିତ ପୋଲିସ୍ ହେଡ୍ କ୍ୱାର୍ଟରରେ ଅବସ୍ଥାପିତ କରାଯାଇଛି। ଡିଜିପିଙ୍କ ବିନା ଅନୁମତିରେ ସେ ହେଡକ୍ୱାର୍ଟର ଛାଡ଼ି ପାରିବେ ନାହିଁ।

ତେବେ ଶନିବାର ରାତିରେ ନିର୍ଦ୍ଦିଷ୍ଟ ଭାବେ ଏମିତି କ’ଣ ଘଟାଇଲେ ଏହି ଆଇପିଏସ୍ ଅଧିକାରୀ ? ସେନେଇ ସ୍ପଷ୍ଟ କରାଯାଇନାହିଁ। ଅପରପକ୍ଷେ ଭୁବନେଶ୍ବର ଡିସିପି କହିଛନ୍ତି, ଶନିବାର ରାତିରେ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା ପିସିଆର। ରାଜେଶ ପଣ୍ଡିତଙ୍କ ବିରୋଧରେ କିନ୍ତୁ ଥାନାରେ ଏଯାଏଁ ଲିଖିତ ଅଭିଯୋଗ ଆସିନାହିଁ। ରିପୋର୍ଟ ଆସିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Advertisment

ଆଇପିଏସ୍ ରାଜେଶ ପଣ୍ଡିତଙ୍କ ବିରୋଧରେ ହଠାତ୍ ୩ ଭିତରେ କାହିଁକି ହେଲା ଆକ୍ସନ? ଶନିବାର ରାତିରେ ଏମିତି କେଉଁ ଘଟଣା ଘଟାଇଥିଲେ ୨୦୦୭ ବ୍ୟାଚର ଏହି ଆଇପିଏସ୍ ଅଫିସର? ଉଠୁଛି ନାନା ପ୍ରଶ୍ନ, ଚାଲିଛି ନାନା ଚର୍ଚ୍ଚା। ଏ ହେଉଛନ୍ତି ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ। NHRCଙ୍କ ନିକଟରେ ଗତ ୨୮ ତାରିଖରେ ସେ ଦାଖଲ କରିଥିଲେ ଏକ ପିଟିସନ୍। 

ଜୟନ୍ତ ଅଭିଯୋଗ କରିଛନ୍ତି, ଆଇପିଏସ୍ ରାଜେଶ ପଣ୍ଡିତ ଶନିବାର ରାତିରେ ଜଣେ ମହିଳା ପୋଲିସ ଅଧିକାରିଣୀଙ୍କ ସରକାରୀ କ୍ବାର୍ଟରକୁ ଯାଇ ଦୁର୍ବ୍ୟବହାର କରିଥିଲେ। ଏପରିକି ସଂପୃକ୍ତ ଅଧିକାରିଣୀଙ୍କ ସାମ୍ନାରେ ତାଙ୍କ ସ୍ବାମୀଙ୍କୁ ଆକ୍ରମଣ ବି କରିଥିଲେ । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ପୁରା ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି ।

ଯଦି ସତରେ ଏଭଳି କିଛି ଘଟଣା ଘଟିଥାଏ, ତାହାଲେ ଥାନାରେ କାହିଁକି FIR ଦାୟର ହୋଇନାହିଁ ? ନା ଏହା ପଛରେ ରହିଛି ଆଉ କିଛି ରହସ୍ୟ? 

IPS
Advertisment
Advertisment