Advertisment

School Headmaster Arrested: ରସିକିଆ ପ୍ରଧାନ ସାର୍‌! ସରସ୍ୱତୀ ପୂଜାରେ ଗଲେ ଜେଲ୍‌

ଛାତ୍ରୀ ଜଣକ ଖ୍ରୀଷ୍ଟ ମାସ ଛୁଟିରେ ଘରକୁ ଆସିଥିଲେ। ଜାନୁଆରୀରେ ବିଦ୍ୟାଳୟ ଖୋଲିଥିଲା। ହେଲେ ବିଦ୍ୟାଳୟ ଯିବେନି ବୋଲି ରୋକ୍‌ଠୋକ୍‌ ଭାବେ କହିଥିଲେ। ଘର ଲୋକେ ବିଦ୍ୟାଳୟ ଯିବା ପାଇଁ ଯେତେ କହିଲେ ମଧ୍ୟ ସେ ଯିବା ପାଇଁ ରାଜି ହୋଇନଥିଲେ।

ଅଦ୍ୟତନ ହୋଇଛି
Teacher

Teacher

Advertisment

ଆଜି ସରସ୍ୱତୀ ପୂଜା। ବିଦ୍ୟାଦାତ୍ରୀ ମାଆ ବାଗ୍‌ଦେବୀଙ୍କୁ ଆରାଧନା କରୁଛନ୍ତି ଛାତ୍ରଛାତ୍ରୀ। ସେଥିପାଇଁ ଶିକ୍ଷାର ମନ୍ଦିର ବିଦ୍ୟାଳୟ ଉତ୍ସବ ମୁଖର ହୋଇଛି। ଉତ୍ସବର ଏହି ମାହୋଲ୍‌ ଭିତରେ କଳଙ୍କର ଟୀକା ମୁଣ୍ଡାଇଛନ୍ତି ଶିକ୍ଷାର ମନ୍ଦିରର ଜଣେ ପୂଜକ। ଅସଦାଚରଣ ପରି କଳଙ୍କିତ ଅପବାଦରେ ଛନ୍ଦି ହୋଇ ଗିରଫ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରୁ ଆସୁଛି ଏପରି ସଙ୍ଗୀନ ଅଭିଯୋଗ।

Advertisment

ତେଲକୋଇ ଥାନାରେ ଏସି/ଏସ୍‌ଟି ବିଭାଗ ଅଧୀନରେ ଥିବା ଏକ ଛାତ୍ରୀ ନିବାସରେ ରହି ପାଠ ପଢ଼ୁଥିଲେ ଜଣେ ଛାତ୍ରୀ। ସିଏ ଅଷ୍ଟମ ଶ୍ରେଣୀରେ ପଠ ପଢୁଥିଲେ। ଗତ କିଛି ମାସ ହେଲା ସ୍କୁଲର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସାହୁ ତାଙ୍କୁ ବିଭିନ୍ନ ବାହାନାରେ ନିଜ କର୍ଯ୍ୟାଳୟକୁ ଡାକୁଥିଲେ। ଆଉ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରୁଥିଲେ। ବାରଣ ସତ୍ତ୍ୱେ ପ୍ରଧାନ ସାର୍‌ ଏମିତି କଳଙ୍କିତ କାର୍ଯ୍ୟ ବାରମ୍ୱାର କରୁଥିବା ଅଭିଯୋଗ ହୋଇଛି। ପ୍ରତିବାଦ କଲେ ଧମକଚମକ ମିଳୁଥିବା ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ: କିଏ ଦେବୀ ସରସ୍ୱତୀ ? ବ୍ରହ୍ମାଙ୍କ କନ୍ୟା ନା ପତ୍ନୀ !

ଛାତ୍ରୀ ଜଣକ ଖ୍ରୀଷ୍ଟ ମାସ ଛୁଟିରେ ଘରକୁ ଆସିଥିଲେ। ଜାନୁଆରୀରେ ବିଦ୍ୟାଳୟ ଖୋଲିଥିଲା। ହେଲେ ବିଦ୍ୟାଳୟ ଯିବେନି ବୋଲି ରୋକ୍‌ଠୋକ୍‌ ଭାବେ କହିଥିଲେ। ଘର ଲୋକେ ବିଦ୍ୟାଳୟ ଯିବା ପାଇଁ ଯେତେ କହିଲେ ମଧ୍ୟ ସେ ଯିବା ପାଇଁ ରାଜି ହୋଇନଥିଲେ। ବିଦ୍ୟାଳୟ ନଯିବାର କାରଣ ସମ୍ପର୍କରେ ପରିବାର ଲୋକେ ପଚାରିବାରୁ ସେ ସବୁ କଥା କହିପକାଇଥିଲେ। ତା’ପରେ ଛାତ୍ରୀଙ୍କ ବାପା ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

Advertisment

ଛାତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ। ସେ ଘଟଣାର ତଦନ୍ତ ପାଇଁ ବାଂଶପାଳ ବ୍ଲକ୍‌ ଶିକ୍ଷା ଅଧିକାରୀ, ତେଲକୋଇ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ତଦନ୍ତ ପାଇଁ ବିଦ୍ୟାଳୟକୁ ଆସିଥିଲା ଓ ପିଲାମାନଙ୍କୁ ପଚରାଉଚରା କରିଥିଲା। ତଦନ୍ତ ବେଳେ ଘଟଣାର ସତ୍ୟାସତ୍ୟ ଥିବା ଜାଣିବାକୁ ପାଇଥିଲା।

ଅଧିକ ପଢ଼ନ୍ତୁ: ଏତେ ବାଦ୍ୟଯନ୍ତ୍ର ଥାଉ ଥାଉ ମା’ ସରସ୍ୱତୀ ବୀଣା ଧରିଲେ କାହିଁକି

ଗତ ଶୁକ୍ରବାର ଜିଲ୍ଲା ମଙ୍ଗଳ ଅଧିକାରୀ ଛାତ୍ରୀଙ୍କ ବାପାଙ୍କୁ ଡାକି ଥାନାରେ ଅଭିଯୋଗ କରିବା ପାଇଁ କହିଥିଲେ। ଶନିବାର ଛାତ୍ରୀଙ୍କ ବାପା ଏନେଇ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସାହୁଙ୍କୁ ଉଠାଇ ଆଣି ଜେରା କରିଥିଲା। ଏଥିସହ ପୋଲିସ୍‌ ସ୍କୁଲ ଯାଇ ତଥ୍ୟ ସଂଗ୍ରହ କରିଥିଲା। ଆଜି ସରସ୍ୱତୀ ପୂଜାରେ ପ୍ରଧାନଶିକ୍ଷକ ଶ୍ରୀ ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment
Schools Student Govt Teacher Kendujhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ