/odishatv-khabar/media/post_attachments/uploadimage/library/16_9/16_9_0/Drowning_1724471010.jpg)
Drowning
ମହାନଦୀକୁ ଡେଇଁପଡ଼ିଲେ ଛାତ୍ରୀ। ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁ ପଡିଥିବା ସୂଚନା। ଛାତ୍ରୀଜଣକ ହାଇସ୍କୁଲରେ ପଢୁଥିବା ସୂଚନା ମିଳିଛି। ବ୍ରିଜ ଉପରେ ସାଇକେଲ ରଖି ଡେଇଁପଡ଼ିଛନ୍ତି । ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
ଆଜି ଶନିବାର ହୋଇଥିବାରୁ ଛାତ୍ରୀଜଣକ ସକାଳୁ ସ୍କୁଲ ଯିବାକୁ କହି ଘରୁ ବାହାରିଥିଲେ। ତେବେ କିଛି ବାଟ ଆସିବା ପରେ ସେ ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁ ପଡିଥିଲେ। ଘଟଣାସ୍ଥଳରେ ତାଙ୍କର ସାଇକେଲ୍ ରଖାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇକେଲ ଜବତ କରିଛି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲାଯାଇଥିବା ବେଳେ ଏବେ ପ୍ରଖର ସ୍ରୋତ ରହିଛି। ତେବେ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଝିଅଟି ସାଇକେଲ୍ ରଖି ବ୍ରିଜ ଉପରକକୁ ଚଢିଥିଲେ। ତାଙ୍କୁ ଡାକିବା ପୂର୍ବରୁ ସେ ଡେଇଁପଡିଥିଲେ। ତେବେ ଘରେ କୌଣସି ଗଣ୍ଡଗୋଳ କିମ୍ୱା ପାଟିତୁଣ୍ଡ ହୋଇନଥିବା ପରିବାର ଲୋକ କହିଛନ୍ତି। ତେବେ ସେ କାହିଁକି ଏପରି ପଦକ୍ଷେପ ନେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)