Advertisment

SCBରେ ୨ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ

ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କମିଟିରେ DMET ସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ର ଓ ଯୁଗ୍ମ DMET ରୋମା ରତନ ରହିଛନ୍ତି।

author-image
Satyendu Shekher Mishra
SCB Crime

SCB Crime

କଟକ SCBରେ ୨ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାନ କରାଯାଇଛି। କାର୍ଡିଓଲୋଜି ବିଭାଗର ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କଲା ପୋଲିସ। ଇକୋ କରିବା ବାହାନାରେ ଡାକ୍ତର ଜଣକ ୨ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଆଧାରରେ ଦୁଇ ପୀଡ଼ିତାଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଥିବା ବେଳେ, ଆସନ୍ତକାଲି ୧୬୪ ଧାରାରେ ବୟାନ ରେକର୍ଡ କରାଯିବ।

Advertisment

ସେପଟେ ପୀଡ଼ିତାଙ୍କ ସଂପର୍କୀୟଙ୍କ ଆକ୍ରମଣରେ ଡାକ୍ତର ଜଣକ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଯୁକ୍ତ ଡାକ୍ତରଙ୍କ ପକ୍ଷରୁ ମଧ୍ୟ ମଙ୍ଗଳବାଗ ଥାନାରେ ପାଲଟା ଅଭିଯୋଗ ହୋଇଛି । ଜଣେ ପୀଡ଼ିତାଙ୍କ ପୁଅ ଏସସିବି ମେଡିକାଲର ୟୁଜି ଡାକ୍ତର ବୋଲି ମଧ୍ୟ ସୂଚନା ମିଳିଛି ।

ସେପଟେ ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କମିଟିରେ DMET ସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ର ଓ ଯୁଗ୍ମ DMET ରୋମା ରତନ ରହିଛନ୍ତି।

Advertisment

Advertisment
Advertisment