/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728835145.jpg)
Ujjwala Gas Scheme
ଉଜ୍ବଳା ଯୋଜନା ନାଁରେ ମହିଳାଙ୍କୁ ଠକେଇ ଅଭିଯୋଗ । କେନ୍ଦ୍ର ସରକାରଙ୍କୁ ପକ୍ଷରୁ ମାଗଣାରେ ଦିଆଯାଉଥିବା ଗ୍ୟାସକୁ ଟଙ୍କା ନେଇ ହିତାଧିକାରୀଙ୍କୁ ବିକିଦେଲେ ଅସାଧୁ । ଯୋଜନାର ଫାଇଦା ହିତାଧିକାରୀ ନେବା ବଦଳରେ ଅସାଧୁ ହୋଇଛନ୍ତି ମାଲେମାଲ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ।
ଉଜ୍ବଳା ଯୋଜନାରେ ଠକେଇ ! ଗ୍ୟାସ୍ ସିଲିଣ୍ଡର ଦେଇ ନେଇଗଲେ ଟଙ୍କା । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ବାହାନଗା ବ୍ଲକ ଅଞ୍ଚଳରୁ । ଆରୁହାବାଡ଼, ବିଷ୍ଣୁପୁର, ଅଭଣା, ଦୋଳପୁର, କଲ୍ୟାଣୀ ଆଦି ଗାଁର ମହିଳା ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ୮ ମାସ ତଳେ କିଛି ଯୁବକ ମାଗଣା ଗ୍ୟାସ ଦେବାକୁ କହି ମହିଳାମାନଙ୍କଠାରୁ କାଗଜପତ୍ର ନେଇଥିଲେ। ୨ ମାସ ବିତିଥିଲେ ବି ଗ୍ୟାସ ସଂଯୋଗ ମିଳିନଥିଲା । କିଛିଦିନ ପରେ ହଠାତ କେତେଜଣ ମହିଳାଙ୍କ ଖାତାକୁ ଟଙ୍କା ଆସିଥିଲା । ବ୍ୟାଙ୍କରେ ପାସବୁକ ପ୍ରିଣ୍ଟ ପରେ ଖାତାକୁ ଗ୍ୟାସ ସବସିଡି ଟଙ୍କା ଆସିଥିବା ଜାଣିବାକୁ ପାଇଲେ ମହିଲା । ଗ୍ୟାସ କନେକ୍ସନ ନଥିବା ବେଳେ ସବସିଡ ଟଙ୍କା ଆସିବା ସମସ୍ତଙ୍କୁ ଚକିତ କରିଥିଲା ।
ପରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଢୁଆଁର ଏକ ଏଜେନ୍ସିଠାରୁ ଗ୍ୟାସ୍ କନେକ୍ସନ ଥିବା ଜାଣିବାକୁ ପାଇଲେ । ସେଠାକୁ କିଛି ମହିଳା ଯିବା ପରେ ଗ୍ୟାସ ଏଜେନ୍ସି କର୍ମଚାରୀ ଗ୍ୟାସ ଟାଙ୍କି, ରେଗୁଲେଟର, ପାଇପ ଓ ଚୁଲା ଧରାଇ ୧୪ଶହରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
ଏପଟେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି, ଏହି ଯୋଜନାରେ ସମ୍ପୂର୍ଣ୍ଣ ଭାବେ ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଆଦି ଯୋଗାଯିବା କଥା । ହେଲେ ସଂପୃକ୍ତ ଗ୍ୟାସ ଏଜେନ୍ସି ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି। ଜିଲ୍ଲାପାଳଙ୍କୁ ଜଣାଇବା ପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ।ଏଭଳି ଠକେଇ ଘଟଣାରେ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ଉଠିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)