Advertisment

School Girl Rescue: ସ୍କୁଲ ଝିଅ ବେକରେ ଛୁରୀ ଲଗେଇ ଧମକାଉ ଥିଲା ଯୁବକ, ତାପରେ ଯାହା ଘଟିଲା....

ଘଟଣାଟି ଅପରାହ୍ନ ୪ଟା ସମୟରେ ଘଟିଥିଲା ଯେତେବେଳେ ଝିଅଟି ସ୍କୁଲରୁ ଘରକୁ ଫେରୁଥିଲା। ଝିଅଟି ସତାରା ସହରର ଏକ ଅଞ୍ଚଳରେ ରୁହନ୍ତି । ରିପୋର୍ଟ ଅନୁସାରେ ଅଭିଯୁକ୍ତ ଯୁବକଟି ଝିଅଟିକୁ ଅଟକାଇ ତା’ର ବେକରେ ଛୁରୀ ଲଗେଇ ଦେଇଥିଲା । ଏହା ଦେଖି ଆଖପାଖରେ ଲୋକମାନେ ଜମା ହୋଇଥିଲେ।

author-image
Manasranjan Mohanty
School Girl Rescue

School Girl Rescue

ମହାରାଷ୍ଟ୍ରର ସତାରା ସହରର ଏକ ଆବାସିକ ଅଞ୍ଚଳରେ ସୋମବାର ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟ ଯୁବକ ଜଣେ ନାବାଳିକା ଝିଅକୁ ଛୁରୀ ଦେଖାଇ ଧମକ ଦେଇଥିଲା। ଦଶମ ଶ୍ରେଣୀରେ ପଢୁଥିବା ଏହି ଝିଅକୁ ଯୁବକଟି ଛୁରୀ ତା’ର ବେକରେ ଲଗେଇ ଦେଇଥିଲା । କିନ୍ତୁ ଘଟଣାସ୍ଥଳରେ ଉପସ୍ଥିତ ଲୋକ ଓ ପୋଲିସ କର୍ମଚାରୀ ତୁରନ୍ତ ଝିଅଟିକୁ ଉଦ୍ଧାର କରିଥିଲେ ।ଯାହା ଦ୍ୱାରା ଏକ ସମ୍ଭାବ୍ୟ ବିପଦରୁ ରକ୍ଷା ପାଇଥିଲା ନାବାଳିକା ଝିଅଟି ।

Advertisment

ଅଭିଯୁକ୍ତ ଯୁବକଙ୍କୁ ଦ୍ୱାଦଶ ଶ୍ରେଣୀର ଛାତ୍ର ଆର୍ୟନ ଓ୍ଵାଘମାଲେ ବୋଲି ଚିହ୍ନଟ କରାଯାଇଛି। ପୋଲିସ ତାଙ୍କୁ ହେପାଜତରେ ନେଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଏହି ଘଟଣା, ଯାହା ସର୍ବସାଧାରଣରେ ଘଟିଥିଲା ଓ କ୍ୟାମେରାରେ ରେକର୍ଡ ହୋଇଛି ।

ଘଟଣାଟି ଅପରାହ୍ନ ୪ଟା ସମୟରେ ଘଟିଥିଲା ଯେତେବେଳେ ଝିଅଟି ସ୍କୁଲରୁ ଘରକୁ ଫେରୁଥିଲା। ଝିଅଟି ସତାରା ସହରର ଏକ ଅଞ୍ଚଳରେ ରୁହନ୍ତି । ରିପୋର୍ଟ ଅନୁସାରେ ଅଭିଯୁକ୍ତ ଯୁବକଟି ଝିଅଟିକୁ ଅଟକାଇ ତା’ର ବେକରେ ଛୁରୀ ଲଗେଇ ଦେଇଥିଲା । ଏହା ଦେଖି ଆଖପାଖରେ ଲୋକମାନେ ଜମା ହୋଇଥିଲେ।

Advertisment

ସୂଚନା ପାଇବା ମାତ୍ରେ ପୋଲିସ କନଷ୍ଟେବଲ ସାଗର ନିକମ ଓ ଧୀରଜ ମୋରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁବକକୁ ବୁଝାଇଥିଲେ । କିନ୍ତୁ ସବୁ ଚେଷ୍ଟା ବିଫଳ ହେବା ପରେ, ଜଣେ କନଷ୍ଟେବଲ ତା’ର ଧ୍ୟାନ ହଟାଇଥିଲେ । ସେହି ସମୟରେ ଯୁବକଙ୍କୁ ପଛରୁ ଜଣେ ମାଡ଼ି ବସିଥିଲେ ।

ପୋଲିସ ଝିଅଟିକୁ ଯୁବକଙ୍କ ଠାରୁ ମୁକ୍ତ କରିଥିଲା ।  ଝିଅଟି ମୁକ୍ତ ହେବା ପରେ ଉପସ୍ଥିତ ଲୋକ ଅଭିଯୁକ୍ତ ଯୁବକଙ୍କୁ ଘେରିଯାଇ ମାଡ଼ ମାରିଥିଲେ । ପୋଲିସକୁ ତାକୁ ଭିଡ଼ରୁ ଉଦ୍ଧାର କରିଥିଲା ।

ଅଭିଯୁକ୍ତ ଓ ଝିଅଟିର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ପରେ ସନ୍ଧ୍ୟାରେ ଶାହୁପୁରୀ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଥିଲା । କୁହାଯାଉଛି ଆକ୍ରମଣର କାରଣ ହେଉଛି ଝିଅଟି ପୁଅର ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ।

Rescued Knife
Advertisment
Related Articles
Advertisment