Advertisment

ପିଇଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ

ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ନାୟକଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରକୁ କଚ୍ଚା ଘର ଦର୍ଶାଇ ନିଜ ଇଚ୍ଛା ମୁତାବକ ଲୋକଙ୍କୁ ବାଣ୍ଟିବାକୁ ଚାପ ପକାଉଥିଲେ ସ୍ଥାନୀୟ ସରପଞ୍ଚ ସ୍ବାମୀ ସୁର ଭୂୟାଁ। ଏମିତିକି ଗତକାଲି ବ୍ଲକ ଅଫିସ୍ ପରିସରରେ ସୁର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
PEO mada

PEO mada

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ-ପିଇଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ଖାଳିଆମେଣ୍ଟ ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ। ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି। ପୂର୍ବରୁ ସରପଞ୍ଚଙ୍କ ଘରୁ ୨ଟି ଗାଡ଼ି ଜବତ କରିଥିଲା ଘସିପୁରା ପୋଲିସ।  ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓ ଖାଳିଆମେଣ୍ଟା ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ ଆକ୍ରମଣ କରିଥିବା ଅଭିଯୋଗ ନେଇ ଗତକାଲି ପୋଲିସ ଡିଜିଙ୍କୁ ଭେଟିଥିଲା। ବିଜେପିର ଏକ ପ୍ରତିନିଧି ଦଳ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଘଷିପୁରା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ କୁଅଁରଙ୍କ ନେତୃତ୍ୱରେ ଏକ ଟିମ୍ ଡିଜିପିଙ୍କୁ ଭେଟିଥିଲେ। 

Advertisment

ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ନାୟକଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରକୁ କଚ୍ଚା ଘର ଦର୍ଶାଇ ନିଜ ଇଚ୍ଛା ମୁତାବକ ଲୋକଙ୍କୁ ବାଣ୍ଟିବାକୁ ଚାପ ପକାଉଥିଲେ ସ୍ଥାନୀୟ ସରପଞ୍ଚ ସ୍ବାମୀ ସୁର ଭୂୟାଁ। ଏମିତିକି ଗତକାଲି ବ୍ଲକ ଅଫିସ୍ ପରିସରରେ ସୁର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଛନ୍ତି।

ପରେ ସ୍ଥାନୀୟ ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ତାଙ୍କୁ ଅନ୍ୟ ଏକ ସ୍ଥାନକୁ ଡାକି ଘଟଣାର ସମାଧାନ ପାଇଁ ୫୦ ହଜାର ଟଙ୍କାର ଲୋଭ ଦେଖାଇଥିଲେ। ହେଲେ ସେଥିରେ ରାଜି ନହେବାରୁ ଉଭୟ ଦେବାଶିଷ ଓ ସୁର ପୁଣି ତାଙ୍କୁ ମାଡ଼ ମାରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏନେଇ ରାମଚନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ରାଜି ନହେବାରୁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ଏନେଇ ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି। 

Advertisment

ଆବାସ ଯୋଜନାରେ ଅନିୟମିତତା ନେଇ ଅନେକ ଅଭିଯୋଗ ଆସୁଛି। ଅନେକ ବାତ୍ୟା ବିପନ୍ନଙ୍କ ଜୀବନ ବିପଦପୂର୍ଣ୍ଣ ଜରି ପାଲ ଓ ଭଙ୍ଗା ଦଦରା ଘରେ ବିତୁଥିଲେ ବି ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ବିପନ୍ନ ଚାତକ ଭଳି ଚାହିଁଛନ୍ତି, ହେଲେ କେବେ ମିଳିବ ଜଣାନାହିଁ।

Odisha News PMAY
Advertisment
Advertisment