/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692601889.jpg)
tragic incident,
ସମ୍ବଲପୁର ସହରର ଅନୁଗୁଳିଆପଡ଼ାରେ ମାଆ-ପୁଅଙ୍କ ସନ୍ଦେହଜନକ ମୃତ୍ୟୁ। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ଜ୍ୟୋତ୍ସ୍ନାରାଣୀ ଦାସ ଓ ତାଙ୍କ ପୁଅ ସୁଧୀର ପଣ୍ଡା । ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଜଣାଇଥିଲେ ଲୋକେ ।
ଘଟଣାସ୍ଥଳରେ ଅଇଁଠାପାଲି ଥାନା ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ, ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ ସନ୍ଦେହ କରୁଛି । ଅନ୍ୟପଟେ ମୃତକ ସୁଧୀରଙ୍କ ସ୍ତ୍ରୀ ସୁନ୍ଦରଗଡ ସ୍ଥିତ ତାଙ୍କ ବାପାଙ୍କ ଘରକୁ ଯାଇଥିବା ବେଳେ ଖବର ପାଇ ଫେରୁଛନ୍ତି ।
#ମାଆ_ପୁଅଙ୍କ_ଝୁଲନ୍ତା_ମୃତଦେହ
ସମ୍ବଲପୁର: ଘର ଭିତରେ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଠାବ । ଅଇଁଠାପାଲି ଥାନା ଅନୁଗୁଳିଆପଡ଼ାରେ ମୃତଦେହ ଠାବ । ପାରିପାର୍ଶ୍ୱିକ ସ୍ଥିତିରୁ ଆତ୍ମହତ୍ୟା କରିଥିବା ପୋଲିସର ସନ୍ଦେହ ।#Sambalpur#Odisha#OTVpic.twitter.com/byPcpBxCh4— ଓଟିଭି (@otvkhabar) August 21, 2023
ପଡ଼ୋଶୀଙ୍କ କହିବା ଅନୁସାରେ, ପୂର୍ବରୁ କୌଣସି କାରଣରୁ ତାଙ୍କ ସାନ ପୁଅଙ୍କ ମୃତ୍ୟୁ ଘଟିଥିଲା । ଆଉ ସେବେଠାରୁ ପରିବାର ଲୋକ ବିଷାଦଗ୍ରସ୍ତ ହୋଇ ପଡ଼ିଥିଲେ । ପୁଅର ମୃତ୍ୟୁ ପର ଠାରୁ ସେମାନେ ପଡ଼ୋଶୀ ଲୋକଙ୍କ ସହିତ ଅଧିକ ମିଳାମିଶା କରୁନଥିବା ଜଣାପଡ଼ିଛି । ଘର ଭିତର ପଟରୁ ବନ୍ଦ ଥିବାରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।
ହେଲେ ସେମାନଙ୍କ ମୃତ୍ୟୁ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)