Advertisment

Bhubaneswar Sahadev Nayak Murder: ସହଦେବ ନାୟକ ହତ୍ୟାକାଣ୍ଡ: ପୋଲିସର ସିନ୍ ରିକ୍ରିଏସନ

ରାଜଧାନୀରେ ସଦଦେବ ନାୟକ ହତ୍ୟା ମାମଲାରେ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଗିରଫ ୩ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଧଉଳି ନିକଟ ଦୟାନଦୀ ବ୍ରିଜ ପାଖରେ ସରଜମିନ ତଦନ୍ତ ହୋଇଛି।

ଅଦ୍ୟତନ ହୋଇଛି
Bhubaneswar's Rasulgarh Sahadev Nayak Murder Updates

MURDER

Advertisment

ରାଜଧାନୀ ଭୁବନେଶ୍ୱରରେ ସଦଦେବ ନାୟକ ହତ୍ୟା ମାମଲାରେ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ଫୋଲିସ। ଗିରଫ ୩ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ପୋଲିସ ସିନ୍ ରିକ୍ରିଏସନ୍ କରିଛି। ଧଉଳି ନିକଟ ଦୟାନଦୀ ବ୍ରିଜ ପାଖରେ ସରଜମିନ ତଦନ୍ତ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡାକୁ ସେଠାରେ ଫିଙ୍ଗିଥିଲେ ଅଭିଯୁକ୍ତ। ବୁଧବାର ରସୁଲଗଡ଼-ବାଣୀବିହାର ରାସ୍ତା ଓଭରବ୍ରିଜ ଉପରେ ବୀଭତ୍ସ ହତ୍ୟା ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସହଦେବଙ୍କୁ ମୁଣ୍ଡ କାଟି ହତ୍ୟା କରିଥିଲେ ଦୁର୍ବୃତ୍ତ। ଘଟଣାର ତଦନ୍ତ ପାଇଁ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା। ପରେ ନୟାଗଡର ଶରଣକୂଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରିବା ସହ ପୋଲିସ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି।

Advertisment

ଅଧିକ ପଢ଼ନ୍ତୁ : ଅଭିନେତା ସଲମାନ୍‌ଙ୍କୁ ପୁଣି ଧମକ; ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଲା ଧମକପୂର୍ଣ୍ଣ ମେସେଜ୍

ବୁଧବାର ସକାଳୁ ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ରେ ଏକ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ରେ କେହି ଯୁବକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଥିଲା। ପ୍ରଥମେ ପରିଚୟ ମିଳି ନ ଥିବା ବେଳେ ପରେ ପୋଲିସ ମିତ୍ର ସହଦେବ ନାୟକ ବୋଲି ସ୍ପଷ୍ଟ ହୋଇଥିଲା। ଝିଅକୁ ସ୍କୁଲରେ ଛାଡି ଫେରୁଥିବା ସମୟରେ ହତ୍ୟାକାରୀ ମାନେ ଅତର୍କିତ ଆକ୍ରମଣ କରିଥିଲେ।

Advertisment

ହତ୍ୟା କରିବା ପରେ ଗୋଟିଏ ବାଇକରେ ଉଭୟ ହତ୍ୟାକାରୀ ପଳାୟନ କରିଥିଲେ। ଏହାର ସିସିଟିଭି ଫୁଟେଜ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି ହେଲମେଟ ପିନ୍ଧିଥିବା ବେଳେ ଅନ୍ୟ ଜଣଙ୍କ ଏକ ହୁଡି ପିନ୍ଧି ମୁହଁ ଲୁଚାଇଥିଲେ। ସହଦେବଙ୍କ ସ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ଡ୍ରଗ୍ସ ବେପାରକୁ ନେଇ ତାଙ୍କୁ ହତ୍ୟା ଧମକ ମିଳିଥିଲା। ପୋଲିସକୁ ଡ୍ରଗ୍ସ ବେପାର ସମ୍ପର୍କରେ ସୂଚନା ଦେବା କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ତ୍ରୀ ଅଭିଯୋଗ ଆଣିଥିଲେ।

ଅଧିକ ପଢ଼ନ୍ତୁ: ଠକ ହଂସିତା ଅଭିଲିପ୍ସାଙ୍କ ଘରେ IT ରେଡ୍‌, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ

Advertisment
Murder Bhubaneswar Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ