Advertisment

କାହିଁକି ତରବରିଆ ଭାବେ ପୋଡ଼ି ଦେଲେ ରୁଷ୍‌ ପର୍ଯ୍ୟଟକଙ୍କ ମୃତଦେହ ? ମୃତ୍ୟୁକୁ ନେଇ ସସ୍‌ପେନ୍ସ...

ରୁଷୀୟ ପର୍ଯ୍ୟଟକ ପାଭେଲ୍‌ ଆନ୍ତୋଭଙ୍କ ମୃତ୍ୟୁ ବିବାଦୀୟ ଜାଣିବା ସତ୍ତ୍ୱେ ସଂରକ୍ଷିତ ରଖାଗଲା ନାହିଁ ତାଙ୍କର ଭିସେରା। ସନ୍ଦେହଜନକ ଭାବେ ତରତର ହୋଇ ପୋଡ଼ି ଦିଆଗଲା ତାଙ୍କ ମୃତଦେହ, ଏନେଇ ଏବେ ନାନା ପ୍ରଶ୍ନ ଉଠିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Russian Tourists Death Case

Russian Tourists Death In Odisha

ରୁଷୀୟ ପର୍ଯ୍ୟଟକ ପାଭେଲ୍‌ ଆନ୍ତୋଭଙ୍କ ମୃତ୍ୟୁ ବିବାଦୀୟ ଜାଣିବା ସତ୍ତ୍ୱେ ସଂରକ୍ଷିତ ରଖାଗଲା ନାହିଁ ତାଙ୍କର ଭିସେରା। ସନ୍ଦେହଜନକ ଭାବେ ତରତର ହୋଇ ପୋଡ଼ି ଦିଆଗଲା ତାଙ୍କ ମୃତଦେହ, ଏନେଇ ଏବେ ନାନା ପ୍ରଶ୍ନ ଉଠିଛି। ବିବାଦ ଘେରକୁ ଆସିଛି ଆନ୍ତୋଭଙ୍କ ଶେଷକୃତ୍ୟ। ଗତ ସୋମବାର ଅପରାହ୍ନ ୪ଟାରେ ରାୟଗଡ଼ା ପୋଲିସ ଆନ୍ତୋଭଙ୍କ ମୃତଦେହକୁ ସଂରକ୍ଷଣ ଗୃହରୁ ବାହାର କରି ବ୍ୟବଚ୍ଛେଦ କରିଥିଲା। ସନ୍ଧ୍ୟା ୭ଟାରେ ମୃତଦେହକୁ ପୋଡ଼ି ଦିଆଯାଇଥିଲା। ସିରିଗୁଡ଼ା ଶ୍ମଶାନରେ  ଏହି ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରାୟଗଡ଼ା ତହସିଲଦାର ଓ ପୋଲିସ ଉପସ୍ଥିତ ଥିଲେ। 

Advertisment

ପ୍ରଶ୍ନ ଉଠୁଛି, ଆନ୍ତୋଭଙ୍କ ମୃତଦେହ ପୋଡ଼ିବା ପାଇଁ କିଏ ଅନୁମତି ଦେଇଥିଲା ? ପରିବାର ଲୋକେ ହଁ କହିଥିଲେ କି ନାହିଁ ?  ଏଥିପାଇଁ କାହାର ଚାପ ପଡ଼ିଥିଲା କି ?  ଖ୍ରୀଷ୍ଟୀୟ ପରମ୍ପରା ଅନୁସାରେ ମୃତଦେହକୁ ଦାହ କରାଯାଏ ନାହିଁ, କବର ଦିଆଯାଏ। ତେଣୁ କେମିତି ତରବରିଆ ଭାବେ ଆନ୍ତୋଭଙ୍କ ମୃତଦେହ ପୋଡ଼ାଗଲା ବୋଲି ପ୍ରଶ୍ନ ଉଠିଛି। 

ଅଧିକ ପଢ଼ନ୍ତୁ: ରାୟଗଡ଼ାରେ କୋଟିପତି ଋଷ ସାଂସଦଙ୍କ ରହସ୍ୟଜନକ ମୃତ୍ୟୁ,ରହିଛି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସମ୍ପୃକ୍ତି ?

Advertisment

ରୁଷ୍‌ ଦୂତାବାସ ନିର୍ଦ୍ଦେଶରେ ପାଭେଲ୍‌ ଆନ୍ତୋଭଙ୍କ ଶେଷକୃତ୍ୟ କରାଯାଇଥିବା ପୋଲିସ କହୁଥିବା ବେଳେ କେଉଁ କାରଣ ପାଇଁ ଆନ୍ତୋଭଙ୍କ ମୃତଦେହ ପୋଡ଼ି ଦିଆଗଲା, ସେ ସଂପର୍କରେ କେହି ମୁହଁ ଖୋଲୁ ନାହାନ୍ତି। ଆଶ୍ଚର୍ଯ୍ୟକର ଘଟଣା ତାଙ୍କ ଭିସେରାକୁ ସଂରକ୍ଷିତ ରଖାଯାଇ ନାହିଁ। ପରେ କୌଣସି ପରୀକ୍ଷା ନୀରିକ୍ଷା ଦରକାର ହେବାର ସମ୍ଭାବନା ସତ୍ତ୍ୱେ ପୋଲିସ ଏଥିପ୍ରତି ଧ୍ୟାନ ଦେଇନାହିଁ।  କିନ୍ତୁ ପ୍ରାୟତଃ ବିବାଦ ନ ଥିବା ଅନ୍ୟତମ ରୁଷୀୟ ପର୍ଯ୍ୟଟକ ଭ୍ଲାଦିମିର ବିଦେନୋଭଙ୍କ ଭିସେରା ସଂରକ୍ଷିତ ରଖାଯାଇଛି।  

ଜାଣନ୍ତୁ, କିଏ ପାଭେଲ୍‌ ଆନ୍ତୋଭ ?

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାଭେଲ୍ ଆନ୍ତୋଭ ରୁଷିଆର ଜଣେ କୋଟିପତି ଉଦ୍ୟୋଗୀ। ମାଂସରେ ପ୍ରସ୍ତୁତ ଏକପ୍ରକାର ଖାଦ୍ୟ ତିଆରି କରୁଥିବା ରୁଷିଆର ଏକ ଅଗ୍ରଣୀ କଂପାନୀର ପ୍ରତିଷ୍ଠାତା। ତାଙ୍କ ମାଂସ କମ୍ପାନୀର ନାଁ ଥିଲା ଭ୍ଲାଦିମିର ଷ୍ଟାଣ୍ଡାର୍ଡ। ଫୋର୍ବସ ରୁଷିଆର ରିପୋର୍ଟ  ଅନୁସାରେ, ୨୦୧୯ ମସିହାରେ ଆନ୍ତୋଭଙ୍କ ବାର୍ଷିକ ଆୟ ୧୩୦ ମିଲିୟନ୍ ପାଉଣ୍ଡ ଥିଲା। ଭ୍ଲାଦିମିର ଅଞ୍ଚଳର ଲେଜିସଲେଟିଭ୍ ଆସେମ୍ବଲିର ସଦସ୍ୟ ଥିଲେ। ତାଙ୍କୁ ରୁଷିଆର ଅନ୍ୟତମ ଧନୀ ବ୍ୟକ୍ତି ମଧ୍ୟ କୁହାଯାଉଥିଲା।

ଗତ ଜୁନ୍‌ ମାସରେ ସେ ୟୁକ୍ରେନ୍ ଉପରେ ରୁଷିଆର କ୍ଷେପଣାସ୍ତ୍ର ମାଡକୁ ପାଭେଲ୍ ଆନ୍ତୋଭ ନିନ୍ଦା କରିଥିଲେ। ଏନେଇ ସେ ସୋସିଆଲ୍ ମିଡିଆରେ ମଧ୍ୟ ନିଜର ମତ ପୋଷ୍ଟ କରିଥିଲେ। ହେଲେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପରେ ନିଜର ମତାମତରୁ ସେ ଓହରି ଯାଇଥିଲେ। ଏଥିସହ ନିଜର ସୋସିଆଲ୍ ମିଡିଆ ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ। ଏହା ଦୁର୍ଭାଗ୍ୟଜନକ ଭୁଲ୍‌ ବୁଝାମଣା ଥିଲା ଏବଂ ଏହା ବୈଷୟିକ ତ୍ରୁଟି ଥିଲା ବୋଲି ସେତେବେଳେ ପାଭେଲ୍ ଆନ୍ତୋଭ କହିଥିଲେ।  

Russia
Advertisment
Advertisment