/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683533767.jpg)
Commissionerate Police
ବନ୍ଧାହେଲେ ରୋଡ୍ ରୋମିଓ । ତିନି ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଶୁକ୍ରବାର ରାତିରେ କମେଣ୍ଟମରାକୁ କେନ୍ଦ୍ର କରି ତାଣ୍ଡବ ରଚିଥିଲେ । ନୟାପଲ୍ଲୀ ଲେଡିଜ ହଷ୍ଟେଲରେ ଦୁର୍ବତ୍ତଙ୍କ ଆକ୍ରମଣ ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।
ଗିରଫ ଅଭିଯୁକ୍ତ ହେଲେ ସୋନୁ ଓରଫ ସନିଆ ଦାସ, ପିଙ୍କୁ ଓରଫ ଶଶିକାନ୍ତ ଭୋଇ ଓ ସଞ୍ଜୟ ବେହେରା । ଏହି ଘଟଣାରେ ସଂପୃକ୍ତ ଆଉ ୭ ଜଣ ଫେରାର ଅଛନ୍ତି । ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଘର ନୟାପଲ୍ଲୀ ଭୋଇ ସାହିରେ ବୋଲି ପୋଲିସ ସୂଚନା ଦେଇଛି । ଗତ ୫ ତାରିଖ ସନ୍ଧ୍ୟାରେ ହଷ୍ଟେଲ ଭିତରେ ପଶି ଅଭିଯୁକ୍ତ ଯୁବତୀଙ୍କୁ ଅସଦାଚାରଣ କରିଥିଲେ । ନିଜ ବନ୍ଧୁଙ୍କ ସହ କଥା ହେବା ସମୟରେ ପ୍ରଥମେ ମହିଳାଙ୍କୁ ପଥର ପକାଇଥିଲେ ଅଭିଯୁକ୍ତ ।
ରୋଡ଼ ରୋମିଓଙ୍କ ଉତ୍ପାତ ପରେ ପୋଲିସର ଚୋତା ପଶିଛି। ଘଟଣା ନେଇ ପଚରା ଉଚରା କରିବାକୁ ହଷ୍ଟେଲକୁ ମହିଳା ପୋଲିସ ଯିବେ । ହଷ୍ଟେଲରେ ଥିବା ଯୁବତୀଙ୍କ ସହ ଆଲୋଚନା କରି ସେମାନଙ୍କ ଅସୁବିଧା ବିଷୟରେ ପଚାରି ବୁଝିବେ । ସେପଟେ ଲେଡ଼ିଜ ହଷ୍ଟେଲରେ ସୁରକ୍ଷା ଗାଇଡ ଲାଇନ ପାଳନ ଲାଗି ପୋଲିସ ତାଗିଦ କରିଛି । ଲେଡିଜ ହଷ୍ଟେଲରେ ସିସିଟିଭି ଲଗାଇବା ସହ ସୁରକ୍ଷା କର୍ମୀ ରଖିବା ଲାଗି ପୋଲିସ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)