/odishatv-khabar/media/post_attachments/uploadimage/library/16_9/16_9_0/deadbody-1_1627278607.jpg)
deadbody
ପ୍ରତିଶୋଧ ପରାୟଣ ହୋଇ ଜଣେ ଡାକ୍ତରଙ୍କ ୮ ବର୍ଷର ପୁଅକୁ ଅପହରଣ । ପ୍ରଥମେ ଅପହରଣ କଲେ ପରେ ହତ୍ୟା କଲେ । ଉତ୍ତରପ୍ରଦେଶ ବୁଲନ୍ଦସହର ଛତ୍ରୀ ଥାନା ଅଂଚଳରେ ଦେଖିବାକୁ ମିଳିଛି ଏହି ଘଟଣା । ଗଲା ୨ ଦିନ ହେଲା ପୁଅକୁ କେହି ଅପହରଣ କରିନେଇଥିବା ନେଇ ଡାକ୍ତର ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ ।
Advertisment
ତେବେ ତଦନ୍ତ କରିବା ପରେ ଡାକ୍ତରଙ୍କ ପାଖରେ କାମ କରୁଥିବା ୨ ଜଣ ପୂର୍ବତନ କମ୍ପାଉଣ୍ଡର ଏଭଳି କାଣ୍ଡ ଭିଆଇଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ବୟାନ ଆଧାରରେ ପିଲାର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ୨ ବର୍ଷ ତଳେ ଡାକ୍ତର ଜଣଙ୍କ ସଂପୃକ୍ତ ୨ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ପରେ ସେମାନେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ । ସେମାନେ ଡାକ୍ତରଙ୍କ ଉପରେ ରାଗ ରଖି ଏପରି କରିଥିବା ପୋଲିସ କହିଛି । ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)