Advertisment

୧୬ ବର୍ଷ ହେଲା ବନ୍ଦି ହୋଇ ଖତ ଖାଉଛି କୋଟି କୋଟିର ରକ୍ତ ଚନ୍ଦନ କାଠ !

୨୦୦୭ରେ ଚାଲାଣବେଳେ ଲକ୍ଷ୍ମଣନାଥ ଗେଟ୍‌ରୁ ଜବତ ହୋଇଥିଲା । ତାମିଲନାଡୁରୁ ପଶ୍ଚିମବଙ୍ଗ ଚାଲାଣବେଳେ ଜବତ ହୋଇଥିଲା ।

ଅଦ୍ୟତନ ହୋଇଛି
Red Sandalwood Worth Over Crores Rotting In Odisha

Sandalwood

Advertisment

୧୬ ବର୍ଷ ହେଲା ହାଜତରେ ବନ୍ଦ ରକ୍ତ ଚନ୍ଦନ କାଠ । କୋଟି କୋଟି ଟଙ୍କାର ସାମଗ୍ରୀକୁ ତାଲା ମାରି ବସିଛି ବନ ବିଭାଗ । କେତେବେଳେ ହାଜତ ତ କେତେବେଳେ ଗୋଦାମ ୧୬ ବର୍ଷ ହେଲା ଏଠାରୁ ସେଠାକୁ ଓ ସେଠାରୁ ଏଠାକୁ ବୁହା ଚାଲିଛି କୋଟି କୋଟି ଟଙ୍କାର ରକ୍ତ ଚନ୍ଦନ କାଠ । ବାଲେଶ୍ୱର ଜିଲ୍ଲା ଶାନ୍ତିଆ ବନ ବିଭାଗ ହାଜତର ଅପରାଧିଙ୍କ ବଦଳରେ ତାଲା ବନ୍ଦ ହୋଇ ପଡ଼ିଛି କୋଟି କୋଟି ମୂଲ୍ୟର ରକ୍ତ ଚନ୍ଦନ । କାହିଁକି ହାଜତ ଓ ଗୋଦାମରେ ଏତେ ବର୍ଷ ହେଲା ପଡ଼ି ରହିଛି ଏହି ଜଙ୍ଗଲୀ ହୀରା ? ଅସୁରକ୍ଷିତ ଭାବେ ମୂଲ୍ୟବାନ କାଠକୁ ଏଠାରୁ ସେଠାକୁ ସ୍ଥାନାନ୍ତର ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ରକ୍ତଚନ୍ଦନ ସ୍ଥାନାନ୍ତର ବେଳେ କିଛି ଘୋଟାଲା ହୋଇନି ତ ?

Advertisment

୨୦୦୭ ମସିହା ସ୍ମଗ୍ଲିଂକୁ ନେଇ ପ୍ରସ୍ତୁତ ଫିଲ୍ମ ପୁଷ୍ପା ଷ୍ଟାଇଲ୍‌ରେ ୧୬ ବର୍ଷ ତଳେ ତାମିଲନାଡ଼ୁରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଏକ ଟ୍ରକ୍‌ରୁ ଧରା ପଡ଼ିଥିଲା ୬.୩୫ ମେଟ୍ରିକ୍ ଟନ୍ ରକ୍ତ ଚନ୍ଦନ କାଠ । ତଳେ ରକ୍ତ ଚନ୍ଦନ ଓ ଉପରେ ଘୋଡ଼ାଇ ହୋଇ ଥିଲା ପିଆଜ ବସ୍ତା । ଏନେଇ ଖବର ମିଳିବା ପରେ ଜଳେଶ୍ୱର ବନ ବିଭାଗ ଓ ତତ୍କାଳୀନ ତହସିଲଦାର ଲକ୍ଷ୍ମଣନାଥ ଗେଟ୍ ନିକଟରେ ଟ୍ରକ୍ ଅଟକାଇ ଜବତ କରିଥିଲେ ୨୪୭ ଖଣ୍ଡ ରକ୍ତ ଚନ୍ଦନ କାଠ । ସେହି ଟ୍ରକ୍ ବି ଏବେ ଖତ ଖାଇ ନଷ୍ଟ ହେବାକୁ ବସିଲାଣି । ଏହା ଭିତରେ ଘଟଣାକୁ ୧୬ ବର୍ଷ ବିତିଥିଲେ ବି ରକ୍ତ ଚନ୍ଦନ କାଠ କାହିଁକି କରାଯାଇ ପାରିନି ଅକ୍ସନ ?

ଅଧିକ ପଢ଼ନ୍ତୁ: ଖୋଲା ଆକାଶ ତଳେ ୪ ଶହ କୋଟିର ରକ୍ତ ଚନ୍ଦନ : ଖଣ୍ଡିଏ ବାଡ଼ି ଧରି ଜଗିଛନ୍ତି ଜଣେ ମାତ୍ର ସିକ୍ୟୁରିଟି ଗାର୍ଡ

Advertisment

ବନ ବିଭାଗର ସୂଚନା, ଗାଇଡ୍‌ଲାଇଇନ୍ସ ଅନୁଯାୟୀ ରକ୍ତ ଚନ୍ଦନ କାଠ ଆନ୍ଧ୍ର ପ୍ରଦେଶର ଚିତୁର ଜିଲ୍ଲାରେ ମିଳୁଥିବାରୁ ଦେଶର ଯେକୌଣସି ସ୍ଥାନରେ ଏହା ଜବତ ହେଲେ ବି ଗ୍ଲୋବାଲ ଟେଣ୍ଡର କରିବା ଅଧିକାର କେବଳ ଆନ୍ଧ୍ର ସରକାରଙ୍କର ରହିଛି । ଏ ପ୍ରସଙ୍ଗରେ ପିସିସିଏଫ୍‌ଙ୍କୁ ଜଣାଇ ଦିଆଯାଇଥିଲେ ବି କୌଣସି ଆଦେଶ ଆସିନଥିବା କହିଛନ୍ତି ବାଲେଶ୍ୱର ACF ।

କିଛି ଦିନ ତଳେ ବ୍ରହ୍ମପୁର ଓଏଫ୍‌ଡିସି ଗୋଦାମରେ ୮ଶହ ମାଟ୍ରିକ୍ ଟନ୍‌ରୁ ଅଧିକ ରକ୍ତ ଚନ୍ଦନ କାଠ ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଥିବା ଖବର ନଜରକୁ ଆସିଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ୨୦୧୮ ତିତିଲି ବାତ୍ୟାରେ ଗଜପତି ଜିଲ୍ଲାର ଜଙ୍ଗଲରେ ପ୍ରଚୁର ପରିମାଣର ରକ୍ତ ଚନ୍ଦନ ଗଛ ନଷ୍ଟ ହୋଇଯାଇଥିଲା । ସେସବୁ ମୂଲ୍ୟବାନ କାଠକୁ ଆଣି ବ୍ରହ୍ମପୁରରେ ରଖାଯାଇଛି ।

Advertisment

Sandalwood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ