• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁଇ ମାସର ଶିଶୁକୁ ଲୁହା ଚେଙ୍କ ଦେଲେ କ୍ୱାକ୍ । କାଶ ଓ ଶିଶୁଟିର ଦେହ ଫୁଲିଯିବାକୁ ନେଇ ଏହି ନକଲି ଡାକ୍ତର ଶିଶୁଟିକୁ ଚେଙ୍କ ଦେଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଅଭିଯୋଗ ହେବା ପରେ ସଂପୃକ୍ତ କ୍ୱାକ୍‌ଙ୍କ ସହ ଶିଶୁଟିର ମା’କୁ ପୋଲିସ ଗିରଫ କରିଛି ।

ବର୍ତ୍ତମାନ ଶିଶୁଟିକୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଡାକ୍ତର ପ୍ରତିକ୍ରିୟା ରଖିଛନ୍ତି । ଡାକ୍ତର କହିଛନ୍ତି, ଶିଶୁଟି ଦେହରେ ଲୁହା ଚେଙ୍କ ଲଗାଯାଇଥିଲା । ବର୍ତ୍ତମାନ ସେ ଆଇସିୟୁରେ ରହିଛି । ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

ଅଧିକ ପଢ଼ନ୍ତୁ: ୩ ମାସ ଶିଶୁର ଜୀବନ ସହ ଖେଳ: ନିମୋନିଆରୁ ସୁସ୍ଥ ପାଇଁ ୫୧ ଥର ଗରମ ଲୁହା ଚେଙ୍କ ଦେଲେ, ଶେଷରେ...

ଗୁଜରାଟର ପୋରବନ୍ଦର ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ଗୋଟିଏ ସପ୍ତାହ ପୂର୍ବରୁ ଶିଶୁଟି କୌଣସି କାରଣରୁ ଫୁଲିଯିବା ସହ ପ୍ରବଳ କାଶ ହୋଇଥିଲା । ଫଳରେ ଶିଶୁଟିର ବାପା ଓ ମା’ ତାକୁ ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ।

ହେଲେ ସେଠାରେ ସେମିତି କିଛି ପିଲାଟିକୁ ଉପଶମ ମିଳିନଥିଲା । ତେଣୁ ଶିଶୁଟିକୁ ଅନ୍ୟ ଜଣେ ଚିକିତ୍ସକଙ୍କ ନିକଟକୁ ନେଇଥିଲେ ତାର ମା’ ।

ସେଠାରେ କ୍ୱାକ୍ ଜଣକ ପିଲାଟିକୁ ଲୁହା ଚେଙ୍କ ଦେଇଥିଲେ । ଯେଉଁଥିପାଇଁ ପିଲାଟି ଗୁରୁତର ହୋଇଥିଲା । ପରେ ପିଲାଟିକୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଶିଶୁଟିକୁ ଚେଙ୍କ ଦେବା ଅଭିଯୋଗରେ ପୋଲିସ କ୍ୱାକ୍‌ ସହ ଶିଶୁଟିର ମା’କୁ ଗିରଫ କରିଛି ।