Advertisment

୩ ମାସ ଶିଶୁର ଜୀବନ ସହ ଖେଳ: ନିମୋନିଆରୁ ସୁସ୍ଥ ପାଇଁ ୫୧ ଥର ଗରମ ଲୁହା ଚେଙ୍କ ଦେଲେ, ଶେଷରେ...

ନିମୋନିଆରେ ଆକ୍ରାନ୍ତ ୩ ମାସର ଶିଶୁକୁ ସୁସ୍ଥ ଲାଗି ଚିକିତ୍ସା ପରିବର୍ତ୍ତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁର ପେଟରେ ଥରେ କି୨ ଥର ନୁହେଁ ୫୧ ଥର ଗରମ ଲୁହା ଚେଙ୍କ ଦିଆଯାଇଥିଲା।

author-image
Rajalaxmi Sahoo
3-Month-Old Baby Poked 51 Times With Hot Rod

3-Month-Old Baby Poked 51 Times With Hot Rod

ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ଏବେବି ବାହାରି ପାରୁନି ମଣିଷ। ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ ଉପରେ ଲୋକେ ବିଶ୍ୱାସ କରୁଛନ୍ତି। ଚିକିତ୍ସା ପରିବର୍ତ୍ତେ କେଉଁଠି ଝଡାଫୁଙ୍କାକୁ ଆପଣାଉଛନ୍ତି ତ ଆଉ କେଉଁଠି ଚେଙ୍କ ଉପରେ ଭରସା କରାଯାଉଛି। ହେଲେ ଏହି ଅନ୍ଧବିଶ୍ୱାସ ଯୋଗୁ ଅନେକ ଜୀବନ ଚାଲି ଯାଉଛି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଅନ୍ଧବିଶ୍ୱାସ ଯୋଗୁ ୩ ମାସ ଶିଶୁର ଜୀବନ ଚାଲି ଯାଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଆଦିବାସୀ ଅଧ୍ୟ୍ୟୁଷିତ ଶହଡୋଲ ଜିଲ୍ଲାରେ ନିମୋନିଆରେ ଆକ୍ରାନ୍ତ ୩ ମାସର ଶିଶୁକୁ ସୁସ୍ଥ ଲାଗି ଚିକିତ୍ସା ପରିବର୍ତ୍ତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁର ପେଟରେ ଥରେ କି୨ ଥର ନୁହେଁ ୫୧ ଥର ଗରମ ଲୁହା ଚେଙ୍କ ଦିଆଯାଇଥିଲା। ଏହାଦ୍ୱାରା ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ପରେ ପରିବାର ଲୋକ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା।

ଶହଡୋଲ ଜିଲ୍ଲାର ସିଂହପୁର କଠୌତିଆର ୩ ମାସର ଶିଶୁ ନିମୋନିଆରେ ଆକ୍ରାନ୍ତ ହେବା ଯୋଗୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ପରିବାର ଲୋକ ଚିକିତ୍ସା ବଦଳରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ବ୍ୟକ୍ତିଙ୍କ ପାଖକୁ ନେଇଥିଲେ। ବ୍ୟକ୍ତି ଜଣକ ଔଷଧ ବଦଳରେ ଥରେ କି ୨ ଥର ନୁହେଁ ୫୧ ଥର ଶିଶୁକୁ ଗରମ ଲୁହା ଚେଙ୍କ ଦେଇଥିଲେ।  ଏହାଦ୍ୱାରା ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ଏହାପରେ ପରିବାର ଲୋକ ଶିଶୁକୁ ଶହଡୋଲ ମେଡିକାଲ୍‌ କଲେଜରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା।

Advertisment

ଘଟଣାକୁ ନେଇ ଶହଡୋଲ ଜିଲ୍ଲାପାଳ କହିଛନ୍ତି, ‘ଚେଙ୍କ ନଦେବା ଲାଗି ଶିଶୁର ମା’ଙ୍କୁ ଅଙ୍ଗନବାଡିକର୍ମୀ ବହୁତ ବୁଝାଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଚେଙ୍କ ଦିଆଯାଇଥିଲା। ଯେତେବେଳେ ମହିଳା ଏବଂ ଶିଶୁ ବିକାଶ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ଯାଞ୍ଚ କରିଥିଲେ, ଜଣାପଡ଼ିଥିଲା ଏହି ଘଟଣା ୧୫ ଦିନ ପୂର୍ବର। ନିମୋନିଆ ବଢ଼ି ଯାଇଥିଲା। ସଂକ୍ରମଣ ବୃଦ୍ଧି ଯୋଗୁ ଶିଶୁର ଜୀବନ ଚାଲି ଯାଇଥିଲା।’

ସୂଚନାଥାଉ କି, ମଧ୍ୟପ୍ରଦେଶର ଅନେକ ସ୍ଥାନରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁଙ୍କୁ ଗରମ ଲୁହା ଚେଙ୍କ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏହି କୁପ୍ରଥା ବିରୋଧରେ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହେଉଛି, ତଥାପି କୌଣସି ଫାଇଦା ମିଳୁ ନାହିଁ। 

Superstition
Advertisment
Advertisment