/odishatv-khabar/media/post_attachments/uploadimage/library/16_9/16_9_0/Mahaprabhu_1752422119.jpg)
Mahaprabhu
ଅଳିଆ ଗଦାରେ ବିଶ୍ବ ବ୍ରହ୍ମାଣ୍ଡ ଠାକୁର । ପୁରୀ ଜଗନ୍ନାଥବଲ୍ଳଭ ପାର୍କିଂ ପରିସରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବନ୍ଧା ହୋଇ ପଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି l ଯିଏ ଦେଖୁଛନ୍ତି ସମସ୍ତଙ୍କ ହୃଦୟକୁ ବେଶ କଷ୍ଟ ଦେଉଛି । ମହାପ୍ରଭୁଙ୍କ ପ୍ରତି ଏଭଳି ଅସମ୍ମାନକୁ ନେଇ ଭକ୍ତଙ୍କ ମହଲରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ । ସେପଟେ ତୁରନ୍ତ ମହାପ୍ରଭୁଙ୍କ ମୂର୍ତ୍ତିକୁ ଉଚିତ ଯାଗାରେ କିମ୍ବା ମ୍ୟୁଜିୟମରେ ରଖିବାକୁ ଦାବି କରିଛନ୍ତି ବରିଷ୍ଠ ସେବକ ।
ଶ୍ରୀକ୍ଷେତ୍ରରେ ଅଭାବନୀୟ ଦୃଶ୍ୟ । ପୁଣି ମହାପ୍ରଭୁଙ୍କୁ ଅପମାନ । ଅଳିଆଗଦାରେ ବିଶ୍ବ ବ୍ରହ୍ମାଣ୍ଡ ଠାକୁର । କିଛି ଦିନ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସରିଥିବାବେଳେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ପରିତ୍ୟକ୍ତ ଅବସ୍ଥାରେ ପକାଇ ରଖିବା କେତେ ଠିକ୍ । ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥ ବଲ୍ଳଭ ପରିସରରେ ଅସୁରକ୍ଷିତ ଅବସ୍ଥାରେ ପଡିଛନ୍ତି ତିନି ଠାକୁର ।
ଗତବର୍ଷ ଆରମ୍ଭରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ବେଳେ ତତ୍କାଳୀନ ସରକାରଙ୍କ ସମୟରେ ଜଗନ୍ନାଥବଲ୍ଳଭ ପରିସରରେ ମହାପ୍ରଭୁଙ୍କ ୩୨ ପ୍ରକାର ବେଶ ପ୍ରଦର୍ଶିତ କରାଯାଇଥିଲା l ଦର୍ଶନାର୍ଥୀମାନେ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସି ଗୋଟିଏ ସ୍ଥାନରେ ଏସମସ୍ତ ବେଶ ଦେଖି କୃତାଥ୍ୟ ହେଉଥିଲେ l ଶ୍ରୀମନ୍ଦିରକୁ ଯାଇ ପାରୁନଥିବା ଭକ୍ତଟିଏ ଜଗନ୍ନାଥ ବଲ୍ଳଭକୁ ଆସି ଠାକୁରଙ୍କ ଆଭୂଷଣ ଦେଖି ଧନ୍ୟ ହେଇ ଯାଉଥିଲେ l ହେଲେ ମହାପ୍ରଭୁଙ୍କ ଧାମରେ ବିଶ୍ବର ଠାକୁରଙ୍କୁ ଏଭଳି ଅପମାନ ଭକ୍ତ ମନକୁ ବହୁତ କଷ୍ଟ ଦେଇଛି।
ଶ୍ରୀମନ୍ଦିର ସେବକମାନେ ଏଭଳି ସ୍ଥିତକୁ ଦେଖି ନିନ୍ଦା କରିଛନ୍ତି । ତୁରନ୍ତ ମହାପ୍ରଭୁଙ୍କ ତିନି ରଥ ଓ ପ୍ରତିଦିନ ମହାପ୍ରଭୁଙ୍କ ସେବାରେ ଲାଗୁଥିବା ସାମଗ୍ରୀକୁ ନେଇ ମ୍ୟୁଜିୟମ ନିର୍ମାଣ କରାଯାଉ। ନଚେତ ଏହାକୁ ସେବକ ମାନଙ୍କୁ ଅର୍ପଣ କରାଯାଉ । ସେପଟେ ସରକାର ମହାନଗର ଘୋଷଣା ପରେ ବିରାଟ ଏକ ମ୍ୟୁଜିୟମ ନିର୍ମାଣ ପାଇଁ ଅଣ୍ଟା ଭିଡିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ସର୍ବବୃହତ ମ୍ୟୁଜିୟମ କରିବେ ଏବଂ ଏହି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସେଠାରେ ଶୋଭାପାଇବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)