Advertisment

ଝିଅକୁ ମାରି ପୋଡ଼ିଦେବା ଘଟଣା: ବାପାଙ୍କ ସମେତ ୩ ମାଲଭାଇ ଗିରଫ

ପୁରୀ ଗୋପ ଥାନା ବିଜିପୁରରେ ଝିଅକୁ ହତ୍ୟା ଅଭିଯୋଗ ମାମଲାରେ ଅଭିଯୁକ୍ତ ବାପାଙ୍କ ସମେତ ସହ ଗାଁର ୩ ଜଣ ମାଲଭାଇ ଗିରଫ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Monali Death Case

Puri Girl Killed

ପୁରୀ ଗୋପ ଥାନା ବିଜିପୁରରେ ଝିଅକୁ ହତ୍ୟା ଅଭିଯୋଗ ମାମଲାରେ ଅଭିଯୁକ୍ତ ବାପାଙ୍କ ସମେତ ସହ ଗାଁର ୩ ଜଣ ମାଲଭାଇ ଗିରଫ ହୋଇଛନ୍ତି। ଦାହସଂସ୍କାରରେ ସହଯୋଗ କରିବା ଅଭିଯୋଗରେ ମାଲଭାଇଙ୍କୁ ପୋଲିସ ଗିରଫ କରିଛି। ଗତକାଲି ମୃତ ସୋନାଲିଙ୍କ ବାପା ଦୁର୍ଗାଚରଣ ମହାରଣାଙ୍କୁ ପୋଲିସ୍‌ ଗିରଫ କରିଥିଲା। ମାମଲାକୁ ରେଡ୍ ଫ୍ଲାଗ ଭାବେ ବିବେଚନା ପାଇଁ ପୁରୀ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।  ରେଡ୍ ଫ୍ଲାଗ ବିବେଚନା କରି ଶୀଘ୍ର ଚାର୍ଜସିଟ୍ କରିବ ପୋଲିସ୍‌। 

Advertisment

ସୂଚନା ଅନୁସାରେ, ସାବତ ମା’ ମମତା ଓଝା, ବାପା ଦୁର୍ଗା ଚରଣ ମହାରଣା ଓ ମମତାଙ୍କ ଭାଇ ଜୀବନ ଓଝା  ମିଶି ସାନ ଭଉଣୀକୁ ହତ୍ୟା କରିଥିବା ବଡ଼ ଉଉଣୀ ସାଂଘାତିକ ଅଭିଯୋଗ ଆଣିଥିଲେ। ଗତ ୨୦୧୮ରେ ଦୁର୍ଗାଚରଣଙ୍କ ପ୍ରଥମ ସ୍ତ୍ରୀ ମୃତ୍ୟୁବରଣ କରିବା ପରେ ୨ ଝିଅ ରଞ୍ଜିତା ଓ ମୋନାଲି ତାଙ୍କ ପାଖରେ ରହୁଥିଲେ। ରଞ୍ଜିତା କୋଲକାତାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ମୋନାଲି ଗୋପ ମହାବିଦ୍ୟାଳୟରେ ଯୁକ୍ତ ୩ରେ ପଢ଼ୁଥିଲେ। ୨୦୨୦ରେ ଦୁର୍ଗାଚରଣ ଦ୍ୱିତୀୟ ବିବାହ କରିବା ପରେ ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ସାବତ ମା’ ନିର୍ଯାତନା ଦେଉଥିବା ରଞ୍ଜିତା ଅଭିଯୋଗ କରିଛନ୍ତି। 

ଅଧିକ ପଢ଼ନ୍ତୁ: କଲେଜ ପଢୁଆ ଝିଅକୁ ମାରିଦେଲେ ବାପା-ସାବତ ମା’, ପ୍ରମାଣ ଲୁଚାଇବାକୁ ରାତାରାତି ପୋଡ଼ିଦେଲେ

Advertisment

ସାବତ ମା’ର ନିର୍ଯାତନା ସମ୍ପର୍କରେ ମୋନାଲି ସବୁବେଳେ ଫୋନ୍‌ରେ ବଡ଼ ଭଉଣୀ ରଞ୍ଜିତାଙ୍କୁ କହୁଥିଲେ। ଗତ ୭ ତାରିଖ ରାତିରେ ମୋନାଲିଙ୍କୁ ସାବତ ମା’ ମମତା ଓ ତାଙ୍କ ଭାଇ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାପରେ ମୃତଦେହକୁ ପୋଡ଼ିବା ପରେ ପ୍ରମାଣ ଲୁଚାଇବା ପାଇଁ ମଶାଣିକୁ ଧୋଇ ଦେଇଥିଲେ। ଏ ସମ୍ପର୍କରେ ରଞ୍ଜିତାଙ୍କୁ ଗାଁ ଲୋକେ ଫୋନ୍‌ରେରେ ଜଣାଇବା ପରେ କୋଲକାତାରୁ ଘରକୁ ଆସି ସାନ ଭଉଣୀଙ୍କୁ ସେ ଖୋଜାଖୋଜି କରିଥିଲେ। ପରେ ମଶାଣିକୁ ଯାଇ ଦେଖିଲା ବେଳକୁ ମଶାଣିକୁ ଧୁଆ ହୋଇଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଏନେଇ ରଞ୍ଜିତା ଗୋପ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍‌ ଛାନ୍‌ଭିନ୍‌ କରିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ୍‌ ମଶାଣିକୁ ଯାଇ ମଶାଣିରୁ କିଛି ପାଉଁଶ ଜବତ କରିବା ସହ  ତଦନ୍ତ ଚଳାଇଛି। ସେପଟେ ସାନ ଭଉଣୀକୁ ସବୁଦିନ ପାଇଁ ହରାଇ ବଡ଼ ଭଉଣୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। 

Murder Murder Case Puri Girl Murder
Advertisment
Advertisment