• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଝିଅକୁ ହତ୍ୟା କଲା ବାପା । ଧାରୁଆ ଅସ୍ତ୍ରରେ ନିଜ ଝିଅକୁ ହତ୍ୟା କରିବା ପରେ ବାଇକ୍‌ ପଛରେ ବାନ୍ଧି ରାସ୍ତାରେ ଟାଣିଟାଣି ନେଲା । ଖାଲି ସେତିକି ନୁହେଁ, ଝିଅର ମୃତଦେହକୁ ଟ୍ରେନ୍‌ ଲାଇନ୍‌ରେ ପକାଇବା ପୂର୍ବରୁ ନୃଶଂସ ବାପା ଏପରି କରିଥିବା ଜଣାପଡ଼ିଛି । ଯାହାକୁ ନେଇ ବର୍ତ୍ତମାନ ପୋଲିସ ତଦନ୍ତ କରୁଥିବାବେଳେ ଏନେଇ ପରିବାରର ସମସ୍ତ ସଦସ୍ୟଙ୍କୁ ପଚରାଉଚରା କରୁଛି ।

ସୂଚନା ଅନୁସାରେ ଝିଅର ଚରିତ୍ରକୁ ସନ୍ଦେହ କରି ବ୍ୟକ୍ତି ଜଣକ ଏପରି ଏକ ନୃଶଂସ ହତ୍ୟାକାଣ୍ଡ ଘଟାଇଛି । ପୋଲିସର ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଏହି ଘଟଣା ଘଟିଛି । ଅଭିଯୁକ୍ତ ବାପାର ଏହି ନିଷ୍ଠୁର କାର୍ଯ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣାକୁ ନେଇ ପୋଲିସ ଜୋରଦାର ତଦନ୍ତ କରୁଛି ।

ପୋଲିସ ଆହୁରି କହିଛି କି, ସେହିଦିନ ଝିଅଟି ଘରୁ ବାହାରକୁ ଯାଇଥିଲା । ହେଲେ କିଛି ଘଣ୍ଟା ପରେ ଘରକୁ ଫେରିଆସିଥିଲା । ଘରକୁ ଫେରିବା ପରେ ତା’ର ବାପା ତାଙ୍କ ସହ ପାଟିତୁଣ୍ଡ କରିଥିଲେ । ପରେ ପରେ ଘର ଭିତରୁ ଏକ ଧାରୁଆ ଅସ୍ତ୍ର ଆଣି ଝିଅକୁ ହତ୍ୟା କରିଥିଲେ । ହେଲେ ହତ୍ୟା ପଛର ସଠିକ୍‌ କାରଣ କ’ଣ ଜଣାପଡ଼ିନାହିଁ ବୋଲି ପୋଲିସ କହିଛି ।

ଅଧିକ ପଢ଼ନ୍ତୁ: ନୃଶଂସ ପ୍ରେମିକ !! ସ୍ୱାମୀର ଶବ ପାଖରେ ସ୍ତ୍ରୀକୁ କଲା ଦୁଷ୍କର୍ମ

ସେପଟେ ଝିଅକୁ ହତ୍ୟା କରିବା ସମୟରେ ପରିବାରର ଅନ୍ୟ ସଦସ୍ୟଙ୍କୁ ବ୍ୟକ୍ତି ଜଣକ ଏକ ଘର ଭିତରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ତାହାସହ ପରିବାର ସଦସ୍ୟମାନଙ୍କୁ ମାରିଦେବାକୁ ଧମକ ଦିଆଯାଇଥିବା ପରିବାର ସଦସ୍ୟ କହିଛନ୍ତି । ଫଳରେ ପରିବାରର କୌଣସି ବ୍ୟକ୍ତି ବାହାରକୁ ନବାହାରିବା ସହ ବ୍ୟକ୍ତି ଜାଣଙ୍କୁ ବିରୋଧ କରିପାରିନଥିଲେ ।

ଏପରି ଏକ ଘଟଣା ପଞ୍ଜାବର ଅମୃତସର ଜିଲ୍ଲାରୁ ଆସିଛି । ଘଟଣାକୁ ନେଇ ପୋଲିସ ତନାଘନା କରିବା ସମୟରେ ପୀଡ଼ିତାଙ୍କ ଜେଜେମା’ ପୋଲିସ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୋ ନାତୁଣୀ ଘରୁ ବାହାରକୁ ଯାଇଥିଲା । ପୁଣି ସେ ନିଜେ ନିଜେ ଘରକୁ ଫେରିଥିଲା । ସେ ଫେରିବା ପରେ ଏପରି କାଣ୍ଡ ଘଟିଛି । ଏ ସମ୍ପର୍କରେ ଅଧିକ ତଥ୍ୟ ଓ ପ୍ରମାଣ ପାଇଁ ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରି ଅଧିକ ପଚରାଉଚରା କରୁଛି ।