• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରେମିକାକୁ ଅନ୍ୟ ପୁରୁଷ ସହ ଦେଖି ସହିପାରିଲାନି ପ୍ରେମିକ । ଶେଷରେ ରାକ୍ଷସ ପାଲଟିଲା । ପ୍ରଥମେ ପ୍ରେମିକାର ସ୍ୱାମୀକୁ ବିଭତ୍ସ ଭାବେ ହତ୍ୟା, ତା’ପରେ ପ୍ରେମିକା ସହ ଦୁଷ୍କର୍ମ । ଏଭଳି ଭୟଙ୍କର ଘଟଣା ଛତିଶଗଡ଼ ଅମ୍ବିକାପୁର୍‌ରେ ଘଟିଛି । ଅଧରାତିରେ ପ୍ରେମିକା ଘରେ ପଶି ତାଙ୍କ ସ୍ୱାମୀ ସହ ପ୍ରଥମେ ପାଟିଟୁଣ୍ତ କରିବା ସହ ତାଙ୍କୁ ନିର୍ମମ ଭାବେ ହତ୍ୟା କଲା ଅଭିଯୁକ୍ତ । ସେତିକିରେ ମନ ପୁରିଲାନି ଯେ ସ୍ୱାମୀର ଶବ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ ବି କଲା । ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବାର ସୂଚନା ମିଲିଛି ।

ପୋଲିସର ସୂଚନାନୁଯାୟୀ ସୋମବାର ୨୧ ବର୍ଷୀୟ କାର୍ତ୍ତିକ୍‌ ଅଧରାତିରେ ସୁଖଲାଲ୍‌ଙ୍କ ଘରକୁ ଯାଇଥିଲେ । ଦୁହିଁଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା । ପରେ ସୁଖଲାଲ୍‌ ନିଜ ପତ୍ନୀଙ୍କ କାର୍ତ୍ତିକ ସହ ଅନୈତିକ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ । ପାଟିଟୁଣ୍ତ ଶେଷରେ ହତ୍ୟାର ରୂପ ନେଲା । ବାଡ଼ିରେ ପିଟିପିଟି ସୁଖଲାଲ୍‌ଙ୍କୁ ହତ୍ୟା କରିଥିଲେ କାର୍ତ୍ତିକ । ପରେ ତାଙ୍କ ସ୍ତ୍ରୀ ଅର୍ଥାତ ତାଙ୍କ ପ୍ରେମିକାକୁ ଜୀବନରୁ ମାରିଦେବାର ଧମକ ଦେଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲେ । ସ୍ୱାମୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିବା ବେଳେ କାର୍ତ୍ତିକ ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଥିଲା ।

ଘଟଣା ସମ୍ପର୍କରେ ସୁଖଲାଲ୍‌ଙ୍କ ସ୍ତ୍ରୀ ପୋଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟା ନେଇ ପଚରାଉଚରା କରିଥିଲା । କାର୍ତ୍ତିକ ପୋଲିସ ହାଜତରେ ସବୁ ସତ ମାନି ଯାଇଥିଲା । ଏହାପରେ ତାଙ୍କ ବିରୁଦ୍ଧରେ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ କରି ଜେଲ୍‌ ପଠାଇଛି ପୋଲିସ ।