Advertisment

KIIT Suicide Row: ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା, କିଟ ସାମ୍ନାରେ ପୋଲିସର ଲାଠିମାଡ଼

କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ହତ୍ୟା ମାମଲାରେ ମଙ୍ଗଳବାର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାଳନା କରିଛି ପୋଲିସ। ଆତ୍ମହତ୍ୟା ଘଟଣାକୁ ୧୫ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନଥିଲା। ମାମଲା ଶିଥିଳ ପଡି ଯାଇଥିବା ବେଳେ ମଙ୍ଗଳବାର କଂଗ୍ରେସ ସଂଖ୍ୟାଲଘୁ ସେଲ୍ ପକ୍ଷରୁ କିଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଅଦ୍ୟତନ ହୋଇଛି
KIIT

KIIT

Advertisment

କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ହତ୍ୟା ମାମଲାରେ ମଙ୍ଗଳବାର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାଳନା କରିଛି ପୋଲିସ। ଆତ୍ମହତ୍ୟା ଘଟଣାକୁ ୧୫ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନଥିଲା। ମାମଲା ଶିଥିଳ ପଡି ଯାଇଥିବା ବେଳେ ମଙ୍ଗଳବାର କଂଗ୍ରେସ ସଂଖ୍ୟାଲଘୁ ସେଲ୍ ପକ୍ଷରୁ କିଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Advertisment

ଏହି ଘଟଣାକୁ ନେଇ ପୋଲିସ ଓ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୋଲିସ ପକ୍ଷରୁ ଲାଠିଚାଳନା ମଧ୍ୟ କରାଯାଇଥିଲା। ମଙ୍ଗଳବାର କିଟ ପାଇଁ ଅଡୁଆ ଆହୁରି ବଢିବାରେ ଲାଗିଛି। ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ସରଜମିନ ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନ NHRC ନିର୍ଦ୍ଦେଶ ଦେଇଛନ୍ତି। ଏକ ଟିମ୍ ଗଠନ କରି ଘଟଣାର ସରଜମିନ ତଦନ୍ତ ପାଇଁ କମିଶନ NHRCର ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। NHRCଙ୍କ ଇନଭେଷ୍ଟିଗେସନ ଡିଭିଜନ୍ ଓ ଲ ଡିଭିଜନର ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିବ। ତଦନ୍ତ ପରେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କମିଶନ୍ ନିର୍ଦ୍ଦେଶ ଦେଇଥିଲେ।

ଆଇନ ବିଭାଗର ରେଜିଷ୍ଟ୍ରାର ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଫେବୃଆରୀ ୧୬ ରାତିରେ KIIT ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତଦେହ ମିଳିଥିଲା। ଏହାର କିଛି ଘଣ୍ଟା ପରେ, ପୋଲିସ ତାଙ୍କ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ କରିଥିଲା ପୋଲିସ। ୩ ବର୍ଷ ଧରି ଉଭୟ ରିଲେସନସିପ୍‌ରେ ଥିଲେ। ଅଦ୍ଭିକ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ପ୍ରକୃତି ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।

Advertisment

କ୍ୟାମ୍ପସରେ ଉପସ୍ଥିତ ନେପାଳୀ ଛାତ୍ରଛାତ୍ରୀ ଭଙ୍ଗାରୁଜା କରିଥିବା ବେଳେ କିଟ କର୍ତ୍ତୃପକ୍ଷ ମାମଲାକୁ ନିୟନ୍ତ୍ରଣ କରିବା ଆଢୁଆଳରେ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରିଥିଲେ। ସିକ୍ୟୁରିଟି ଗାର୍ଡ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହା ସହ କଲେଜର କର୍ମଚାରୀ ହଷ୍ଟେଲ ଅନ୍ତେବାସୀଙ୍କ ଦେଶ ବିଷୟରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ। ବଳ ପୂର୍ବକ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ କଟକରେ ଛଡା ଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଆନ୍ଦୋଳନ ଆହୁରି ବ୍ୟାପକ ହୋଇଥିଲା।

ଫଳରେ ନେପାଳର ସମ୍ମାନ ହାନି କରିଥିବା କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ କିଟ କର୍ତ୍ତୃପକ୍ଷ। ୫ ଜଣଙ୍କୁ ମାମଲାରେ ଗିରଫ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସମାନ ଦିନରେ ଜାମିନ ମଧ୍ୟ ମିଳିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଶୁକ୍ରବାର ଏହି କମିଟି ସମ୍ମୁଖରେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ୮ ଜଣ ହାଜର ହୋଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଭିସିଙ୍କ ସହ ଭିଡିଓ କଲ, କାନ୍ଦି ପକାଇଲେ ନେପାଳୀ ଛାତ୍ରଙ୍କ ବାପା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ