• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବାରିପଦାରେ ଚାଞ୍ଚଲ୍ୟ । ଘରେ ପଶି ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା । ଆଜି ସକାଳୁ ବାରିପଦା ଫରେଷ୍ଟ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । କେହି ଦୁର୍ବୃତ୍ତ ଜଣେ ଜଣାଶୁଣା ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା କରିଛି । ମୃତକ ହେଲେ ସ୍ନେହାଶିଷ ପଣ୍ଡା । କିଏ ଓ କାହିଁକି ତାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କଲା ତାହା ଜଣାପଡିନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । 

ଅଧିକ ପଢ଼ନ୍ତୁ: ରାଜଧାନୀର ସାଲିଆସାହିରେ ରେଡ୍; ବିପୁଳ ପରିମାଣର ଦେଶୀ ମଦ ଜବତ, ୯ ଗିରଫ

ସୂଚନା ମୁତାବକ, ସ୍ନେହାଶିଷ ପଣ୍ଡା ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ । ଆଜି ସକାଳୁ ଜଣେ ଅଜଣା ବ୍ୟକ୍ତି ସ୍ନେହାଶିଷଙ୍କ ଘରେ ପଶି ତାଙ୍କର ବେକ କାଟି ଦେଇଥିଲା । ପଡୋଶୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । 

ପୋଲିସ ପହଞ୍ଚି ବ୍ୟବସାୟୀଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରିଥିଲା । ହେଲେ ସେତେବେଳକୁ ସ୍ନେହାଶିଷଙ୍କ ମୃତ୍ୟୁ ହୋଇସାରିଥିଲା । ଏହି ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛି । ହତ୍ୟାକାଣ୍ଡ ହୋଇଥିବା ସ୍ଥାନରେ ଅଷ୍ଟପ୍ରହରୀ ଚାଲିଥିଲା । ଘଟଣାସ୍ଥଳରେ ଗହଳି ଥିଲେ ବି କେହି ବି କିଛି ବୁଝିବା ଆଗରୁ ଦୁର୍ବୃତ୍ତ ଜଣକ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।  

ଅଧିକ ପଢ଼ନ୍ତୁ: ଆଜି କୋର୍ଟରେ ହାଜର ହେବେ ରାଜା ଚକ୍ର, ରିମାଣ୍ଡରେ ଆଣିବ EOW