ପ୍ରୋଜେକ୍ଟରେ ସୁଯୋଗ ଦେବାକୁ କହି ଅଭିନେତ୍ରୀଙ୍କ ଠାରୁ ଠକି ନେଲେ ଟଙ୍କା। ପ୍ରଡ୍ୟୁସର ବୋଲି କହି ଅଭିନେତ୍ରୀଙ୍କ ଠାରୁ ଏଭଳି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ପରିଚିତ ହେବା ପରେ ବିଭିନ୍ନ ଲୋଭ ଦେଖାଇ ଠକେଇ ହୋଇଥିବା ଜଣାପଡିଛି । ସଂପୃକ୍ତ ପ୍ରଡ୍ୟୁସର ଏକାଧିକ ଯୁବତୀଙ୍କୁ ଠକିଥିବା ଜଣାପଡ଼ିଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଭୁବନେଶ୍ବରରୁ ।
ଠେକେଇ ଶିକାର ହୋଇଥିବା ଆଲବମ ହିରୋଇନ ଏ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଚନ୍ଦକା ଥାନାରେ ଏତଲା ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ପୋଲିସର କିଛି ପ୍ରତିକ୍ରିୟା ମିଳିନଥିବା ବେଳେ ଅଭିଯୁକ୍ତଙ୍କ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନି।
Also Read
ଏପଟେ ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ଚାଲିଥିଲା ପ୍ରି ପ୍ଲାନ । ଏହି ଖବର ପାଇ କମିଶନରେଟ ପୋଲିସର ସାଇବର ଟିମ ଚଢ଼ାଉ କରିଥିଲା । ଏହି ଘଟଣାରେ ପୋଲିସ ଆପାର୍ଟମେଣ୍ଟରୁ ଅନେକ ଡିଜିଟାଲ ଡିଭାଇସ ଠାବ କରିଛି । ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢ଼ାଉ ହୋଇଛି । ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ଏହି କଲ୍ ସେଣ୍ଟର ଚାଲିଥିଲା ।
ସାଇବର ଠକେଇ ପାଇଁ ଆପାର୍ଟମେଣ୍ଟରେ ପ୍ଲାନ୍ ଚାଲିଥିଲା । ଚଢ଼ାଉ ପରେ ଘରୁ ସିମ୍ ବକ୍ସ ଭଳି ଦେଖା ଯାଉଥିବା କିଛି ଡିଭାଇସ୍ ଠାବ ହୋଇଛି । ଏଥିସହ କିଛି ଲାପ୍ଟପ୍ ଓ ମୋବାଇଲ ଜବତ କରିବା ସହ ୬ଜଣଙ୍କୁ ପୋଲିସ ଅଟକ ରଖିଛି । ଭୁବନେଶ୍ୱର ଡିସିପି କହିଛନ୍ତି ୬ ଜଣଙ୍କୁ ରିମାଣ୍ଡରେ ନିଆଯିବ । ସମସ୍ତ ୬ ଜଣ କୋଲକାତା ଅଞ୍ଚଳର, ଆଉ କିଏ ଅଛନ୍ତି ଜେରା ହେବ ବୋଲି ସେ ସୂଚନା ଦେଇଛନ୍ତି ।