Pregnant Woman Shot Dead: ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ମାମଲା, ମହିଳାଙ୍କ ସ୍ୱାମୀ ଅଟକ

ମହିଳା ଜଣକ କବାଟ ଖୋଲିବାରୁ ତାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୂତ୍ର ଛିଡ଼ାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଏତିକି ବେଳେ ମହିଳା ଜଣକ ପାଟି କରିବାରୁ ତାଙ୍କୁ ଗୁଳି କରି ଦୁର୍ବୃତ୍ତ ଫେରାର ହୋଇଥିବା ଅଭିଯୋଗ ରହିଛି ।

Pregnant Woman Shot Dead

ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଅପଡେଟ୍ । ଗର୍ଭବତୀଙ୍କ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ୍ । ହତ୍ୟା ମାମଲାରେ ସଂପୃକ୍ତି ସନ୍ଦେହରେ ସ୍ୱାମୀଙ୍କ ସହ ଜଣେ ପୋଲିସ କର୍ମଚାରୀ ଏବଂ ଗାଁର ୨ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ୍ । ସେମାନଙ୍କୁ ଏବେ ପଚରାଉଚରା ଚାଲିଛି । ସୁନ୍ଦରଗଡ଼ ବଣାଇ ଝିର୍ଡାପାଲି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ଘର କବାଟ ବାଡ଼େଇଥିଲେ ।

ତେବେ ମହିଳା ଜଣକ କବାଟ ଖୋଲିବାରୁ ତାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୂତ୍ର ଛିଡ଼ାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଏତିକି ବେଳେ ମହିଳା ଜଣକ ପାଟି କରିବାରୁ ତାଙ୍କୁ ଗୁଳି କରି ଦୁର୍ବୃତ୍ତ ଫେରାର ହୋଇଥିବା ଅଭିଯୋଗ ରହିଛି । ତେବେ ଏତେ ବଡ଼ କାଣ୍ଡ ପଛରେ କିଏ ସାମିଲ ରହିଛି ସେ ନେଇ ଏବେ ତଦନ୍ତ ଚାଲିଛି ।

ହାଟରେ ହେଉ କି ବାଟରେ, ଘରେ ହେଉ କି ଦାଣ୍ଡରେ । ସତେ ଯେମିତି ଯମ ସାଜି ଛକି ରହିଥିବା ଅପରାଧୀ, ମଣିଷକୁ ମରଣ କୋରଡ଼କୁ ଝାମ୍ପି ନେଉଛି ଆଖି ପଲକେ । ଗତ ରାତି ସୁନ୍ଦରଗଡ଼ ଜିଲ୍ଲାରେ ନିସ୍ତବ୍ଧ ରାତିରେ ଠକ୍ ଠକ୍ ଶବ୍ଦ ଶୁଣି କବାଟ ଖୋଲିଲା ବେଳକୁ ଗୁଳି ମାଡ଼ରେ ଚାଲିଗଲା ୭ ମାସର ଗର୍ଭଧାରଣ କରିଥିବା ଜଣେ ମହିଳାଙ୍କ ଜୀବନ । କିଏ ଓ କାହିଁକି ଭିଆଇଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ, ସେନେଇ ପୋଲିସ ଖୋଳତାଡ଼ କରୁଥିବାବେଳେ ଏହି ମର୍ଡର ମିଷ୍ଟ୍ରିକୁ ନେଇ ଉଠୁଛି ନାନା ପ୍ରଶ୍ନ ।

ଅଧିକ ପଢନ୍ତୁ: ସାଇବର ଫ୍ରଡ୍‌ର ଶିକାର ହେଲେ ଡାକ୍ତର; ଚୂନ ଲଗାଇଲେ ୭୫ ହଜାର ଟଙ୍କା

ଗର୍ଭରେ ଖେଳୁଥିଲା ୭ ମାସର ରକ୍ତ ମାଂସର ପିଣ୍ଡୁଳାଟିଏ । ୨ ମାସ ପରେ ପାଦ ଥାପିଥାନ୍ତା ନବଜାତ । କିନ୍ତୁ, ଦୁର୍ଭାଗ୍ୟର ରେଖା ଟାଣିଦେଲା ଦଇବ । ଯେଉଁ ମା’ର ଗର୍ଭକୁ ଘର ଭାବି ବଢୁଥିଲା ସନ୍ତକଟିଏ, ସେହି ଗର୍ଭରେ ହିଁ ରକ୍ତରଂଜିତ ହୋଇ ପ୍ରାଣ ହରାଇଲା । ବକ୍ଷସ୍ଥଳରେ ଦୁର୍ବୃତ୍ତର ଗୁଳିମାଡ଼ ଯୋଗୁ ମା’ ତ ଚାଲିଗଲା, ସେହି ମା’ର ଗର୍ଭରେ ଆଖିବୁଜିଲା ୭ ମାସର ଗର୍ଭସ୍ଥ ସନ୍ତାନ । ସ୍ତବ୍ଧ ସାରା ଇଲାକା, କେହି କିଛି ବୁଝିପାରୁନାହାଁନ୍ତି । କୋହରେ କେବଳ ଫାଟିପଡୁଛି ମୃତ ମହିଳାଙ୍କ ବାପା ଆଉ ମା’ଙ୍କ ପ୍ରାଣ ।

ସୁନ୍ଦରଗଡ଼ ଟିକାୟତପାଲି ଥାନା ଝିଡ଼ାପାଲି ଗାଁ । ନିଶବ୍ଦ ରାତିରେ ପରିବାର ସହ ଶୋଇ ଯାଇଥିଲେ ୭ ମାସର ଗର୍ଭବତୀ ସୌମ୍ୟା ବେହେରା । ସ୍ୱାମୀ ଦେବେନ୍ ବେହେରାଙ୍କ କହିବା ଅନୁଯାୟୀ, ସମୟ ରାତି ପ୍ରାୟ ସାଢ଼େ ୧୨ଟା । ହଠାତ୍ କିଏ ଜଣେ କବାଟକୁ ଠକ୍ ଠକ୍ କରି ଡାକିଲେ । ଆଉ ଶବ୍ଦ ଶୁଣି କବାଟ ଖୋଲିଥିଲେ ସୌମ୍ୟା । ଠିକ୍ ଏହି ସମୟରେ ସାମ୍ନାରେ ଥିବା ଜଣେ ଦୁର୍ବୃତ୍ତ ସୌମ୍ୟାଙ୍କ ବେକରୁ ସୁନା ଚେନ୍ ଝାଂପିବାକୁ ଚେଷ୍ଟା କରିଥିଲା । ସୌମ୍ୟା ଚିତ୍କାର କରିବାରୁ ଦୁର୍ବୃତ୍ତ ଜଣକ ତାଙ୍କ ଛାତି ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଖସି ପଳାଇଥିଲା । ଏଣେ ରକ୍ତାକ୍ତ ଅବସ୍ଥାରେ ସୌମ୍ୟାଙ୍କୁ ବଣେଇ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର ।

ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ ବେହେରାଙ୍କୁ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ ଛେଣ୍ଡିପଦାର ସୌମ୍ୟା । ତେବେ ଲୁଟ୍ ପାଇଁ ହତ୍ୟାକାଣ୍ଡ ନା ସୌମ୍ୟାଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ସୁପରିକଳ୍ପିତ ଷଡ଼ଯନ୍ତ୍ର ? ପାଖରେ ସ୍ୱାମୀ ଥାଉ ଥାଉ ଗର୍ଭାବସ୍ଥାରେ ଥିବା ସୌମ୍ୟା ବିଳମ୍ବିତ ରାତିରେ କବାଟ ଖୋଲିବା ପଛର ସତ୍ୟତା କେତେ ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଡିଆଇଜିଙ୍କ ସହ ରାଉରକେଲା ଏସପି ଘଟଣାର ଛାନଭିନ୍ ଚଳାଇଛନ୍ତି ।

ଅଧିକ ପଢନ୍ତୁ: ଡିସେମ୍ବର ଅଧା ହେଲାଣି, ରାଜ୍ୟରେ ଧିରେ ଧିରେ ବଢ଼ୁଛି ଶୀତ