Advertisment

ଭୋଟ୍ ତାତି ଲଗାଇଲା ରାଜନୈତିକ ହିଂସାର ନିଆଁ

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ବଳଦା ଗାଁରେ ଗୋଷ୍ଠୀ ସଂଘର୍ଷର ଭୟଙ୍କର ପରିଣତି।

author-image
Chandan Shishu
Panchayat Election

Panchayat Election

ପଞ୍ଚାୟତ ଭୋଟ୍ ପୂର୍ବରୁ ହିଂସା। ରାତି ଅଧରେ ସରପଞ୍ଚ ପ୍ରାର୍ଥିନୀଙ୍କ ଘରକୁ ଢେଲାମାଡ଼। ସୂଚନାକ୍ରମେ ଭୁବନ ଥାନା ମହୁଲପାଳ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଲଢୁଥିବା ମମତା ସାହୁଙ୍କ ଜଣେ ସମର୍ଥକ କୁଳମଣି ପ୍ରଧାନଙ୍କୁ ଗତକାଲି ସନ୍ଧ୍ୟାରେ ବିରୋଧୀ ପକ୍ଷର କିଛି ଲୋକ ଉଠାଇ ନେଇ ଗୁଣିଗାରେଡ଼ି ସନ୍ଦେହରେ ମାରଧର କରୁଥିଲେ। ଏହି ସମୟରେ ମମତା ଥାନାକୁ ଖବର ଦେବାରେ, ପୋଲିସ ଆସି ଘଟଣାର ସମାଧାନ କରିଥିଲା। ହେଲେ ରାତିରେ ପୁଣି ବିରୋଧୀ ପକ୍ଷର ଶତାଧିକ ଲୋକ ତାଙ୍କ ଘର ଉପରକୁ ଢେଲା ମାଡ଼ କରିବା ସହ ମାରଣାସ୍ତ୍ର ଧରି ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ମମତା। ସ୍ଥାନୀୟ ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିବାରେ ସେ କହିଛନ୍ତି ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି।

Advertisment

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ବଳଦା ଗାଁରେ ଗୋଷ୍ଠୀ ସଂଘର୍ଷର ଭୟଙ୍କର ପରିଣତି। ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବେଡ୍‌ରେ ପଡ଼ିଛନ୍ତି ଗୋଟିଏ ଗୋଷ୍ଠୀର ୩ଜଣ। ଅଭିଯୋଗ ଅନୁସାରେ ବଳଦା ଗାଁର ଗୋଟିଏ ଗୋଷ୍ଠୀ ନିର୍ବାଚନ ପ୍ରଚାର କରି ଫେରୁଥିବାବେଳେ ଅନ୍ୟ ଗୋଷ୍ଠୀର ଲୋକେ ସେମାନଙ୍କୁ ବାଟରେ ଅଟକାଇ ମାରପିଟ୍ କରିବା ସହ ପ୍ରଚାର ପାଇଁ ନଆସିବାକୁ ଧମକ ମଧ୍ୟ ଦେଇଛନ୍ତି। ଏସ୍‌ପି କହିଛନ୍ତି- ଯେଉଁଠୁ ନିର୍ବାଚନୀ ହିଂସାର ଅଭିଯୋଗ ଆସୁଛି, ତୁରନ୍ତ ସେଠାକୁ ଫୋର୍ସ ପଠାଯାଉଛି।

ନିର୍ବାଚନୀ ହିଂସାର ଖବର ଏଇଠି ଥମିନି, ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଏ ମହିଳା ଜଣକ ହେଲେ ବଣାଇ ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ପୁଷ୍ପିତା ଜେନା। ପୁଷ୍ପିତା ପ୍ରଚାର ସାରି ଘରକୁ ଫେରୁଥିବାବେଳେ ତାଙ୍କୁ ୩ଜଣ ଦୁବୃର୍ତ୍ତ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ସେମିତି ଆକ୍ରୋଶର ଅନ୍ୟଦୁଇ ଚିତ୍ର କ୍ରମେ ନରସିଂହପୁର ଥାନା କାଠଖୁଣ୍ଟ ଗାଁରେ। ସ୍ବାଧୀନ ସରପଞ୍ଚ ପ୍ରାର୍ଥୀ ସୁଶିଲ ମଲ୍ଲିକଙ୍କ ଘର ଉପରକୁ ରାତି ଅଧରେ ବୋମା ମାଡ଼ ହୋଇଥିବାବେଳେ ଗୋପ ବ୍ଲକ ମହଲପଡ଼ା ପଞ୍ଚାୟତର ରେଢୁଆଁ ଗାଁରେ ଶାସକଦଳର ଜିଲ୍ଲା ପରିଷପ ପ୍ରାର୍ଥୀଙ୍କ ଅସ୍ଥାୟୀ ପ୍ରଚାର ଅଫିସ୍‌କୁ କେହି ଦୁର୍ବୃର୍ତ୍ତ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।

Advertisment
Panchayat Election Pre-poll Violence
Advertisment
Advertisment