Varsha Priyadarshini
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ହୋଇଥିବା ଏତଲା ପଛର କାରଣ ଖୋଜିବ କମିଶନରେଟ ପୋଲିସ । ଏନେଇ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବର୍ଷାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ଅଭିଯୋଗ ପଛର କାରଣ ଖୋଜିବ ପୋଲିସ । ଚନ୍ଦ୍ରଶେଖରପୁର ଥାନାରେ ଦିଆଯାଇଥିବା ଏତଲା ମିଛ ଓ ଭିତ୍ତିହୀନ ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି । ଏହାସହ ଚନ୍ଦ୍ରଶେଖରପୁର ଥାନାରେ ମହିଳା ଜଣକ ଦେଇଥିବା ଏତଲାର ଆଉ ଅଗ୍ରଗତି ଚାହୁଁନାହାନ୍ତି ବୋଲି ଲିଖିତ ଭାବେ ପୋଲିସକୁ ଜଣେଇଛନ୍ତି ।
ତେବେ ସମାନ ଢଙ୍ଗରେ ସହିଦନଗର ଥାନାରେ ବର୍ଷାଙ୍କ ବିରୋଧରେ ଦିଆଯାଇଥିବା ଏତଲାର ପୋଲିସ ସତ୍ୟତା ଖୋଜିବ । ଏଭଳି ଭାବେ ମିଛ ଏତଲା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହାପଛରେ କଣ କାରଣ ରହିଛି, ତଦନ୍ତ ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)