/odishatv-khabar/media/post_attachments/uploadimage/library/16_9/16_9_0/suicide_1754985266.jpg)
suicide
ପୋଲିସର ନିର୍ଯାତନା ସହିନପାରି କୀଟନାଶକ ପିଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ I ଏମିତି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଲଛିପୁର ଥାନା ଚୌକାମାଲ ଗାଁରୁ I ମୃତ ଚାଷୀ ହେଲେ ଚୌକାମାଲ ଗାଁର ସୁରେନ୍ଦ୍ର ବିଶ୍ୱାଳ I କିଛିଦିନ ହେଲା ସୁରେନ୍ଦ୍ରଙ୍କ ପରିବାରରେ ଜମିବାଡ଼ି ବିବାଦ ଲାଗି ରହିଥିଲା I ଏନେଇ ସୁରେନ୍ଦ୍ରଙ୍କ ପରିବାର ଲୋକେ ଗତ ରବିବାର ଦିନ ଲଛିପୁର ଥାନାର ଦ୍ୱାରସ୍ତ ହୋଇଥିଲେ। ପୋଲିସ ପରିବାରର ସଦସ୍ୟଙ୍କୁ ବୁଝାସୁଝା କରି ସମାଧାନ କରିଥିଲା I ହେଲେ ପୋଲିସ ଏକତରଫା ନ୍ୟାୟ କରି ସୁରେନ୍ଦ୍ରଙ୍କଠାରୁ ଜୋର ଜବରଦସ୍ତ ଦସ୍ତଖତ ନେବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି I ଫଳରେ ଚାଷୀ ସୁରେନ୍ଦ୍ର ପୋଲିସର ନିର୍ଯାତନା ସହିନପାରି କୀଟନାଶକ ପିଇ ଦେଇଥିଲେ ।
ପରିବାର ଲୋକେ ତାଙ୍କୁ ପ୍ରଥମେ ବିନିକା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଲଛିପୁର ଥାନା ଅଧିକାରୀଙ୍କୁ ଫୋନଯୋଗେ ପଚାରିବାରୁ ସେ କହିଛନ୍ତି, ପାରିବାରିକ କଳହ ତଥା ଜମିବାଡ଼ି ବିବାଦ ପାଇଁ ଥାନାରେ କମ୍ପରମାଇଜ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)