Advertisment

Police Satation Vandalised: ଅଭିଯୋଗ ରଖିଲାନି ପୋଲିସ, ଥାନା ଭଙ୍ଗାରୁଜା କଲେ କିନ୍ନର

ଜଣେ କିନ୍ନରଙ୍କ ଭଉଣୀଙ୍କୁ ବହଳଦା ଥାନା ଅନ୍ତର୍ଗତ ଗମାରିଆ ଗାଁର ଜଣେ ଯୁବକ ଦୁଷ୍କର୍ମ କରି ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ନେଇ ଆସିଥିଲେ। ପ୍ରଥମେ ରାଜନଗର ଥାନାକୁ ଯାଇଥିଲେ। ସେଠାରୁ ପୋଲିସ ଏମାନଙ୍କୁ ବହଳଦା ଥାନା ପଠାଇ ଦେଇଥିଲା। ବହଳଦା ଥାନା ଅଧିକାରୀ ଏମାନଙ୍କୁ ସକାଳୁ ଥାନାରେ ବସାଇ ରଖିଲେ।

ଅଦ୍ୟତନ ହୋଇଛି
kinnar

kinnar

Advertisment

ଦଳବଳ ହୋଇ ଆସିଲେ। ଥାନାରେ ପଶିଲେ। ସବୁ ଚୁରମାର କରିଦେଲେ। କିଏ ଥାନାର ଚେୟାର ଧରି ରାସ୍ତାରେ କଚାଡ଼ିଲା ତ ଆଉ କିଏ ଟେବୁଲ ଧରି କଲା ତାଣ୍ଡବ। ଖାଲି ସେତିକି ନୁହେଁ ଥାନାରେ ଲାଗିଥିବା ଫୁଲ କୁଣ୍ଡ ବି ଛାଡ଼ିଲେନି, ଭାଙ୍ଗିଦେଲେ। ଫାଇଲ ପତ୍ର ସବୁ ରାସ୍ତା ଉପରେ ଫିଙ୍ଗିଦେଲେ। ଏ ଦୃଶ୍ୟ କୌଣସି ପ୍ରତିବାଦ କିମ୍ବା ଆନ୍ଦୋଳନର ନୁହେଁ। ଏ ହେଉଛି କିନ୍ନରଙ୍କ ଆକ୍ରୋଶର ଦୃଶ୍ୟ। ଦେଖନ୍ତୁ ଏହି ଭିଡିଓକୁ। ଥାନାରେ ପୋଲିସ ଏତଲା ନରଖିବା ଅଭିଯୋଗରେ କିନ୍ନରମାନେ କଣ କରିଛନ୍ତି ।

Advertisment

ଝାଡ଼ଖଣ୍ଡ ରାଜନଗର ଅଞ୍ଚଳରୁ ଆସିଥିଲେ ଏହି କିନ୍ନରମାନେ। ଜଣେ କିନ୍ନରଙ୍କ ଭଉଣୀଙ୍କୁ ବହଳଦା ଥାନା ଅନ୍ତର୍ଗତ ଗମାରିଆ ଗାଁର ଜଣେ ଯୁବକ ଦୁଷ୍କର୍ମ କରି ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ନେଇ ଆସିଥିଲେ। ପ୍ରଥମେ ରାଜନଗର ଥାନାକୁ ଯାଇଥିଲେ। ସେଠାରୁ ପୋଲିସ ଏମାନଙ୍କୁ ବହଳଦା ଥାନା ପଠାଇ ଦେଇଥିଲା। ବହଳଦା ଥାନା ଅଧିକାରୀ ଏମାନଙ୍କୁ ସକାଳୁ ଥାନାରେ ବସାଇ ରଖିଲେ। ୨ଟା ଯାଏଁ କିଛି କହିଲେନି। ଶେଷରେ ଏଥିରେ ଅସନ୍ତୁଷ୍ଟ ହୋଇ କିନ୍ନରମାନେ ତାଣ୍ଡବଲୀଳା ରଚିଥିଲେ । ବହଳଦା ଥାନା ଓଆଇସି ଜଗନ୍ନାଥ ମୁଣ୍ଡାଙ୍କ ସହ ପ୍ରଥମେ ଯୁକ୍ତିତର୍କ କରିଥିଲେ । ଆଉ ସେ ତାଙ୍କ ଅଭିଯୋଗ ନ ଶୁଣିବାରୁ ଆରମ୍ଭ ହୋଇଥିଲା ଆତଙ୍କ। ପୋଲିସ ଅଧିକାରୀଙ୍କୁ ଧକ୍କା ବି ମାରିଥିଲେ ଏମାନେ।

ବେଶ କିଛି ସମୟ ଏଭଳି କରିବାପରେ ଥାନା ଛାଡି ପଳାଇଥିଲେ କିନ୍ନରମାନେ। ଆଉ ଶେଷରେ ସବୁ ସରିଯିବା ପରେ ବାହାରେ ପଡିଥିବା କାଜଗପତ୍ର ଉଠାଇ ସଜାଡ଼ି ରଖିଥିଲା ପୋଲିସ। ତେବେ ପ୍ରଶ୍ନ ବାହାର ରାଜ୍ୟରୁ ଆସି ଥାନାରେ ଏଭଳି କାଣ୍ଡ ଘଟାଇଲେ କେମିତି। ଲୋକଙ୍କ ସୁରକ୍ଷା ପାଇଁ ଥିବା ପୋଲିସ କ’ଣ ନିଜେ ଅସୁରକ୍ଷିତ କି। ଏତେ ସବୁ ଘଟିଲା ପରେ ବି ପୋଲିସ କାହିଁକି କିଛି ଆକ୍ସନ ନେଇ ପାରିଲା ନାହିଁ।

Advertisment

ଅଧିକ ପଢ଼ନ୍ତୁ: ଘାଣ୍ଟୁଛି EOW, ମମତା କହିଲେ- ପାଣ୍ଡିଆନ, ବବି ବଳରେ ରାଜା ଚକ୍ର ବଳୀୟାନ

Police Kinnar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ