/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712492302.jpg)
Ganja Seized
ଆନ୍ଧ୍ରପ୍ରଦେଶରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ। କୋରାପୁଟ ଜିଲ୍ଲା ନନ୍ଦପୁର ପୋଲିସ ହାତରେ ଧରାପଡିଲା ଗଞ୍ଜେଇ ଭର୍ତ୍ତି ଗାଡ଼ି । ପ୍ରାୟ ୧୨୦ କେଜି ଗଞ୍ଜେଇ ସହ ଏକ ପିକ୍-ଅପ୍ ଭ୍ୟାନ ଜବତ କରିଛି କୋରାପୁଟ ପୋଲିସ। ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଆନ୍ଧ୍ର ସୀମାନ୍ତ ଜଲାପୁଟ ଅଂଚଳରୁ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ନନ୍ଦପୁର ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା । ଖବର ମିଳିବା ପରେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ପାତ୍ରପଣ୍ଡି ଛକ ନିକଟରେ ଗାଡ଼ି ମୋଟର ଯାଞ୍ଚ କରିଥିଲେ। ସେହି ସମୟରେ ସାଗର ରାସ୍ତା ଦେଇ ଏକ ଆନ୍ଧ୍ରପ୍ରଦେଶ ନମ୍ବର ଥିବା ଏକ ଗାଡ଼ିକୁ ଅଟକାଇଥିଲା ପୋଲିସ୍ । ତେବେ ପୋଲିସକୁ ଦେଖି ଡ୍ରାଇଭର ଫେରାର ହୋଇଯାଇଥିଲା । ପରେ ନନ୍ଦପୁର ପୋଲିସ ଗଞ୍ଜେଇ ଗାଡ଼ିକୁ ନନ୍ଦପୁଟ ଥାନାରେ ଆଣି ଏକ ସିକ୍ରେଟ୍ ଚାମ୍ବର ଭିତରୁ ଗଞ୍ଜେଇ ବାହାର କରିଥିଲେ । ଏହି ଘଟଣାର ନନ୍ଦପୁର ପୋଲିସ କାହାରିକୁ ଗିରଫ କରି ନ ଥିବା ବେଳେ ଜବତ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)