/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643808838.jpg)
Youth Kidnap Case
ଭୁବନେଶ୍ୱର: ବ୍ୟବସାୟୀ ରାମରୂପ ଅଗ୍ରୱାଲ୍ଙ୍କ ପୁଅଙ୍କୁ ଅପହରଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ୩୦ ଲକ୍ଷ ଟଙ୍କା ପାଇଁ ମୁଣ୍ଡଜାମିନ୍ ରଖିଥିବା ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ଅତି ଚତୁରତାର ସହ ଅପହୃତଙ୍କୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ। ୩୬ ଘଣ୍ଟା ଧରି ପ୍ରାୟ ୮ଶହ କିଲୋମିଟର ଯାଏଁ ଜବରଦସ୍ତ ଅପରେସନ୍ କରି ଲୋମ ଟାଙ୍କୁରା ଅପରାଧର ଖୁଲାସା କରିଛି ସ୍ୱତନ୍ତ୍ର ସ୍କ୍ବାର୍ଡ। ଅପହରଣକାରୀମାନେ ଇଶାନଙ୍କୁ ଅପହରଣ କରିବା ପରେ ଫୋନ୍ କରି ଟଙ୍କା ମାଗିବାର ଅଡିଓ ଏବେ ଓଟିଭି ହାତରେ ଲାଗିଛି। ଏଥିରେ ଅପହରଣକାରୀମାନେ ଟଙ୍କା ମାଗୁଛନ୍ତି। ଆଉ ଟଙ୍କା ନ ଦେଲେ ଇଶାନଙ୍କୁ ହତ୍ୟା କରିବା ଲାଗି ଧମକ ଦେଉଥିବା ଶୁଣିବାକୁ ମିଳିଛି।
କିଡନାପର୍: ତୁମ ପୁଅ ଆମ ହେପାଜତ୍ରେ। ୩୦ ଲକ୍ଷ ଟଙ୍କା ଦେଲେ ପୁଅକୁ ଛାଡିବୁ।
ଅପହୃତ ଯୁବକଙ୍କ ବାପା: ତୁମେ ଅପେକ୍ଷା କର।
କିଡନାପର୍: ଟଙ୍କା ଯୋଗାଡ଼ କରିଛ ନା ନାହିଁ? ପୋଲିସକୁ ସୂଚନା ଦେଲେ ଆମେ ତୁମ ପୁଅକୁ ଜୀବନରୁ ମାରିଦେବୁ। ଜଲଦି ୩୦ ଲକ୍ଷ ପଠାଅ।
ଅପହୃତ ଯୁବକଙ୍କ ବାପା: ସାର୍, ଏତେ ପରିମାଣର ଟଙ୍କା ମୁଁ କୋଉଠୁ ଆଣିବି। ଜଣକୁ କହିଛି, ସେ ସୁବିଧା ହେଲେ ଦେବେ ବୋଲି କହିଛନ୍ତି। କରୋନା ଯୋଗୁଁ ମୋ ବ୍ୟବସାୟ କ୍ଷତିରେ ଚାଲିଛି।
କିଡନାପର୍: ପୁଅର ଜୀବନ ପ୍ରତି ଯଦି ଭଲ ପାଇବା ନାହିଁ କି? ୪ରୁ ୫ ଘଣ୍ଟା ଭିତରେ ଟଙ୍କା ପଠାଅ।
ଅପହୃତ ଯୁବକଙ୍କ ବାପା: ମୋ ନିଜ ପାଖରେ ଏତେ ପଇସା ନାହିଁ। ଏତେ ପରିମାଣର ଟଙ୍କା କେମିତି ଆଣିବି? ଟିକିଏ ଅପେକ୍ଷା କର, ମୁଁ ସ୍କୁଟି ନେଇ ଯାଉଛି। ମୁଁ ଜଣେ ଡାଇବେଟିସ୍ ରୋଗୀ, ଦୟାକର।
କିଡନାପର୍: ଆମେ ସେସବୁ କଥା ଶୁଣିବୁନି। ଆମକୁ ଟଙ୍କା ଜଲଦି ପଠାଅ। ଏଇଟା ଶେଷ କଲ୍, ଯଦି ୧୫ ମିନିଟରେ ଟଙ୍କା ଦେବନି, ତାହାହେଲେ ପୁଅକୁ କାଟିକି ଫୋପାଡି ଦେବୁ
ଅପହୃତ ଯୁବକଙ୍କ ବାପା: ସେ ଆପଣଙ୍କ ବି ପୁଅ। ଆପଣବି ବାପା ହୋଇଥିବେ। ପୁଅକୁ କିଛି କରନ୍ତୁନି। ମୁଁ ଟଙ୍କା ଯୋଗାଡ଼ କରି ଦେବି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)