Advertisment

ପୂର୍ବରୁ ଦୁଇ ଦୁଇ ଥର ଶର୍ମିଷ୍ଠାଙ୍କୁ ଡାକି ପୋଲିସ ଛାଡ଼ିଦେଇଥିଲା କାହିଁକି ?

ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି।

author-image
Chandan Shishu
Prime Accused Sarmistha Rout

Prime Accused Sarmistha Rout

କୁଆଡ଼େ ଗଲେ ଶର୍ମିଷ୍ଠା ରାଉତ ? କେଉଁଠି ଲୁଚିଛନ୍ତି ? କିଏ ତାଙ୍କୁ ସହାୟତା କରୁଛି ? ଏବେ ଏସବୁ ଦିଗକୁ ନେଇ ଖୋଲତାଡ଼ କରୁଛି ଭଦ୍ରକ ପୋଲିସ୍। ଓଡ଼ିଶା ବାହାରେ ତିିନିଟି ଟିମ୍ ଏବଂ ରାଜ୍ୟ ଭିତରେ ଶର୍ମିଷ୍ଠାଙ୍କୁ ଧରିବାକୁ ତଦନ୍ତ ଚଲାଯାଇଛିଯ। ପୋଲିସ୍ କାହାରି ଚାପରେ ନାହିଁ, ତଦନ୍ତ ନିରପକ୍ଷ ଭାବେ ହେଉଛି ବୋଲି ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା।

Advertisment

ପୂର୍ବରୁ ଦୁଇ ଥର ପୋଲିସ୍ ଶର୍ମିଷ୍ଠାଙ୍କୁ ଡାକି ପଚରାଉଚରା ପରେ ଛାଡ଼ି ଦେଇଥିଲା। ଏସମ୍ପର୍କରେ ବି ପ୍ରତିକ୍ରିୟା ରଖିଛନ୍ତି ଏସ୍‌ପି। ପ୍ରାଥମିକ ତଦନ୍ତ ପରେ ପୋଲିସ୍ ହାତରେ ପ୍ରମାଣ ଲାଗିଥିଲା। ଏହାପରେ ତାଙ୍କୁ ଖୋଜା ହେଉଛି ଏବଂ ତଦନ୍ତକୁ ଆଗକୁ ବଢ଼ାଇଥିବା ସେ ଦୋହରାଇଛନ୍ତି। 

ଏହି ମାମଲାରେ ମୁଖ୍ୟ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଅପରପକ୍ଷେ ଗିରଫ ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ଅନ୍ୟ ଅଭିଯୁକ୍ତ ରାଜ ନାୟକଙ୍କୁ ଏବେ ରିମାଣ୍ଡରେ ନେବନି ଭଦ୍ରକ ପୋଲିସ୍। ଅତିରିକ୍ତ ଏସ୍ପିଙ୍କ ସହ ଶର୍ମିଷ୍ଠାଙ୍କ ଫଟୋକୁ ନେଇ ସେ କହିଛନ୍ତି ଯେ ଫଟୋ ବାବଦରେ କିଛି ଜାଣିନି, ତଦନ୍ତ କରିବୁ ଓ କାର୍ଯ୍ୟାନୁଷ୍ଠାନ ନେବୁ।

Advertisment

ସେପଟେ ଏହି ହତ୍ୟା ମାମଲାରେ ଗିରଫ OIS ନିରଞ୍ଜନ ସେଠୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। କଲ୍ ଡିଟେଲ ଲୋକେସନ ଆନାଲିସିସ୍‌ରୁ ରୋଚକ ତଥ୍ୟ ମିଳିଛି। ମାନସ ନିଖୋଜ ପରଠୁ ନିରଞ୍ଜନ ୨୦ରୁ ୩୦ ଥର ଶର୍ମିଷ୍ଠାଙ୍କୁ ଫୋନ୍ କରୁଥିଲେ। ଏପରିକି ଦିନେ ଶର୍ମିଷ୍ଠାଙ୍କୁ ୩୦ ଥର ଫୋନ୍ କରିଥିଲେ ନିରଞ୍ଜନ। ଅପହରଣ ଦିନ ମାନସ ସାଢ଼େ ୩ ଘଣ୍ଟା ଆଶ୍ରମରେ ଥିବା ସୂଚନା ମିଳିଛି। ସେହିପରି ନିରଞ୍ଜନ ବାରମ୍ବାର ଆଶ୍ରମକୁ ଆସୁଥିଲେ ବୋଲି ଅନ୍ତେବାସୀ କହିଛନ୍ତି। ଏନେଇ ତଦନ୍ତକାରୀ ଅଧିକାରୀ ଚାନ୍ଦବାଲି ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି।

Highcourt Cameraman Manas Swain Murder
Advertisment
Advertisment