Advertisment

କୁଆଡ଼େ ଗଲେ ଡାକ୍ତରାଣୀ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ

ସନ୍ଦେହଜନକ ଅବସ୍ଥାରେ ଘରୁ ତାଙ୍କ ମୃତଦେହ ମିଳିଥିଲା।

ଅଦ୍ୟତନ ହୋଇଛି
Subhashree Kar Boyfriend's Photos

boyfriend of deceased Subhashree Kar

Advertisment

କେନ୍ଦୁଝର ଯୋଡାର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାରେ ଟ୍ବିଷ୍ଟ। ସନ୍ଦେହ ଭିତରକୁ ଆସିଥିବା ତାଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ ଇସ୍ତଫା ଦେଇ ସାରିଥିବା ସୂଚନା ମିଳିଛି । ଗତ ଡିସେମ୍ବର ୧ରେ ସେ ଇସ୍ତଫାପତ୍ର ଲେଖିଛନ୍ତି। ତେବେ ଏହାକୁ ସେ ୨୦ ତାରିଖରେ ପଠାଇଥିବା ସୂଚନା ମିଳିଛି। ଗୁଆଲି ନୂଆଗାଁ JSW ଫାଷ୍ଟଏଡ୍ ସେଣ୍ଟରରୁ ସେ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ରରେ ବିବାହ ପାଇଁ ଭୁବନେଶ୍ୱର ଯାଉଥିବା ଉଲ୍ଲେଖ କରିଛନ୍ତି।

Advertisment

ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ନାଁରେ ଡିସେମ୍ବର ୨୦ ତାରିଖରେ ଏତଲା ଦେଇଥିଲେ ଶୁଭଶ୍ରୀ। ଏଥିରେ ସେ ଉଲ୍ଲେଖ କରିଥିଲେ, ଉଭୟଙ୍କ ମଧ୍ୟରେ କିଛି ବର୍ଷ ହେଲା ସଂପର୍କ ଥିଲା। ବିବାହର ପ୍ରତିଶ୍ରୁତି ଦେଇ ଦିବ୍ୟରଂଜନ ଶାରୀରିକ ସଂପର୍କ ରଖିବା ପରେ ବାହା ହେବାକୁ ମନା କରୁଛନ୍ତି। ତେବେ ଦିବ୍ୟରଞ୍ଜନଙ୍କ ସଂପର୍କରେ ପୋଲିସ ପାଖରେ ସୂଚନା ନାହିଁ।

ଅଧିକ ପଢ଼ନ୍ତୁ: ରହସ୍ୟ ଘେରରେ ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ; ଏକ୍ସ ବୟଫ୍ରେଣ୍ଡର ଫୋନ୍ ସ୍ୱିଚ୍‌ ଅଫ୍‌

Advertisment

ସେପଟେ ପୋଷ୍ଟମର୍ଟମ ରିପୋର୍ଟରେ ବିଷକ୍ରିୟାରୁ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଶବ ବ୍ୟବଛେଦ କରାଯାଇଥିଲା। ଘଟଣାସ୍ଥଳରୁ ଜବତ ବିଷ ବୋତଲ ଏବଂ ଭିସେରା ଭୁବନେଶ୍ୱରସ୍ଥିତ ଫୋରେନସିକ୍ ଲ୍ୟାବ୍‌କୁ ପଠାଯିବ।

ସେଠାରୁ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ। ସନ୍ଦେହଜନକ ଅବସ୍ଥାରେ ଘରୁ ତାଙ୍କ ମୃତଦେହ ମିଳିଥିଲା। ବିଳମ୍ବିତ ରାତି ଯାଏଁ ଡ୍ୟାନ୍ସ, ସହକର୍ମୀଙ୍କ ସହିତ ଭୋଜିଭାତ ପରେ ହଠାତ୍ କିଭଳି ହେଲା ଏହି ୨୫ ବର୍ଷିୟା ଡାକ୍ତରାଣୀଙ୍କ ମୃତ୍ୟୁ, ସେ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ