Advertisment

Police Encounter in Rourkela: ଢାବା ମାଲିକଙ୍କୁ ଗୁଳିକରି ଛୁ' ମାରୁଥିଲେ, ୨ ଡକାୟତଙ୍କୁ ଏନକାଉଣ୍ଟର

ରାଉରକେଲାରେ ୨ ଡକାୟତଙ୍କୁ ପୋଲିସର ଏନ୍‌କାଉଣ୍ଟର । ଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ଏନ୍‌କାଉଣ୍ଟର କଲା ପୋଲିସ । ୨ ଜଣ ଆହତ ଅବସ୍ଥାରେ ରାଉରକେଲା ମେଡିକାଲରେ ଭର୍ତ୍ତି ।

 Police encounter

Police encounter

Advertisment

ରାଉରକେଲାରେ ଫୁଟିଲା ଗୁଳି । ଡକାୟତମାନେ ଢ଼ାବା ମାଲିକଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି । ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ଡୁଗ୍ରୁ ଢ଼ାବା ମାଲିକଙ୍କ ଉପରେ ଗୁଳିମାଡ଼ ହୋଇଛି । ଏଥିରେ ତାଙ୍କ ଗୋଡରେ ଗୁଳି ବାଜିଛି । ୬ରୁ ୭ ଦୁର୍ବୃତ୍ତ କିଛି ଟଙ୍କା ପାଇଁ ବନ୍ଧୁକ ଓ ଛୁରୀ ମୁନରେ ଡକାୟତି କରିବାକୁ ଆସିଥିଲେ । ତେବେ ଦୁବୃର୍ତ୍ତମାନେ ଗୁଳିମାଡ଼ କରି ଫେରାର ହେବା ବେଳେ ପୋଲିସ ସହ ହୋଇଛି ଗୁଳି ବିନିମୟ । 

Advertisment

ଅଧିକ ପଢ଼ନ୍ତୁ: ହତ୍ୟା କରିବା ପାଇଁ ଯୋଜନା କରୁଥିଲା ହୁଣ୍ଡ; ଫାୟାରିଂ କଲା ପୋଲିସ

ଦୃର୍ବୁତ୍ତମାନେ ପୋଲିସକୁ ଦେଖି ଗୁଳିମାଡ କରିଥିଲେ । ଏହାର ପାଲଟା ଜବାବ ଦେଇଛି ପୋଲିସ । ପୋଲିସ ଏନକାଉଣ୍ଟରରେ ଦୁଇ ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି । ଦୁଇ ଜଣଙ୍କୁ ଆହତ ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନର ବ୍ୟବଧାନ ପରେ ପୁଣିଥରେ ରାଉରକେଲାରେ ଏପରି ଏନକାଉଣ୍ଟର ହୋଇଛି ।

ଦିନକୁ ଦିନ ଅଶାନ୍ତ ହେଉଛି ଷ୍ଟିଲ ସିଟି । ଦିନ ହେଉ ଅବା ରାତି, ରାଉରକେଲାରେ ମାତିଛନ୍ତି ଅପରାଧୀ । କେତେବେଳେ ଡକାୟତି ପାଇଁ ତ ଆଉ କେତେବେଳେ ନିଶା ଏବଂ ପୂର୍ବ ଶତ୍ରୁତାରୁ ହେଉଛି ଆକ୍ରମଣ । କିଛି ଦିନ ତଳେ ରାଉରକେଲାରେ ପୋଲିସ ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାୟାସ ଲକୁଆ ଆହତ ହୋଇଥିଲା । ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । 

Advertisment

ଅଧିକ ପଢ଼ନ୍ତୁ: ଖସି ପଳାଉଥିଲେ ଦୁଷ୍କର୍ମକାରୀ, ଏନକାଉଣ୍ଟର କଲା ପୋଲିସ

Rourkela Encounter Robbery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ