Advertisment

ରାଜଧାନୀବାସୀଙ୍କୁ ଘାରିଛି ଭଣ୍ଡବାବା ଡର, ସାଧୁବେଶଧାରୀ ଲୋକଙ୍କୁ ଅଯଥାରେ ଘରକୁ ନ ଡାକିବାକୁ ପରାମର୍ଶ

ଗତକାଲି ରାଜଧାନୀ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ନାଗା ବେଶଧାରୀ କିଛି ଭଣ୍ଡବାବା ଭଜନ କୀର୍ତ୍ତନ ଆଳ ଦେଖାଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ। ଆଉ କାଲିର ଖବର ଗଣମାଧ୍ୟମରେ ଜଣାପଡ଼ିବା ପରେ ଆଜି ଏମାନଙ୍କୁ ସନ୍ଦେହ କରି ଲୋକେ ନିଜଆଡୁ ପୋଲିସକୁ ଖବର ଦେଇଦେଇଛନ୍ତି।

author-image
Chandan Shishu
undefined

Police detain 5 sadhus suspecting as fraud in Bhubaneswar

କାଲି ଚମ୍ପଟ ମାରିଥିଲେ ୬, ଆଜି ଥାନାରେ ଅଟକ ଆଉ ୫। ଉତ୍ତର ପ୍ରଦେଶରୁ ଓଡ଼ିଶା ଆସି ନାଗା ବେଶରେ ବୁଲୁଥିବା କିଛି ଭଣ୍ଡ ବାବା ଏବେ ରାଜଧାନୀରେ ପଇନ୍ତରା ମାରୁଛନ୍ତି। ସୁଯୋଗ ଦେଖି ବଡ଼ବଡିଆଙ୍କ ଘରକୁ ଯାଇ କଳକନା ବୁଲାଇବାକୁ ଚେଷ୍ଟା କରୁଛନ୍ତି। ଗତକାଲି ଜଣଙ୍କ ଘରୁ ସୁନା ଚେନ୍ ଲୁଟି ୬ ଜଣ ଚମ୍ପଟ ମାରିଥିବା ବେଳେ ଆଜି ମଞ୍ଚେଶ୍ୱର ଥାନାରେ ପୋଲିସ୍ ଆଉ ଗୋଟିଏ ଗ୍ରୁପର ୫ଜଣଙ୍କୁ ଅଟକ ରଖି ତନାଘନା ଚଳାଇଛି।

Advertisment

ଲଡ଼ୁ ବାଣ୍ଟିଲେ, ପୋଲିସକୁ ଫୋନ୍ କରି ଆମକୁ ଫସେଇ ଦେଲେ। ଜଳପାନ କରିବାକୁ କହି ଘରକୁ ଡାକିଲେ, ପୋଲିସ୍ ହାତରେ ଧରେଇଦେଲେ। ଏହା କହି ମଞ୍ଚେଶ୍ୱର ଥାନାରେ ବସିଛନ୍ତି ବାବା। ପୋଲିସ୍ ଆଜି ଏମାନଙ୍କୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଥାନାକୁ ଉଠାଇ ଆଣି ଅଟକ କରିଛି। ପୁରୀରେ ରଥଯାତ୍ରା ଚାଲିଥିବା ବେଳେ ଏମାନେ ସମସ୍ତେ ସପ୍ତାହେ ହେଲାଣି ଉତ୍ତରପ୍ରଦେଶରୁ ଓଡ଼ିଶା ଆସି ବିଭିନ୍ନ ସ୍ଥାନ ବୁଲୁଛନ୍ତି। ଆଉ ଏଇ ବୁଲାବୁଲି ଭିତରେ ଆଜି ମଞ୍ଚେଶ୍ୱର ପୋଲିସ୍ ହାବୁଡରେ ପଡ଼ିଛନ୍ତି। କାରଣ ଏମାନଙ୍କ କହିବା କଥା ଏମାନେ ସମସ୍ତେ ସାଧୁ ସନ୍ଥ ଲୋକ, ଭ୍ରମଣ କରିବାକୁ ଆସିଛିନ୍ତି। ହେଲେ କେହିଜଣେ ଲୋକ ଘରେ ଆତିଥ୍ୟ ଦେବ କହି ଡାକିନେଇ ପୋଲିସକୁ ଫୋନ୍ କରିବାରୁ ପୋଲିସ୍ ଉଠାଇ ଆଣିଛି।

ସୂଚନା ଅନୁସାରେ ଗତକାଲି ରାଜଧାନୀ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ନାଗା ବେଶଧାରୀ କିଛି ଭଣ୍ଡବାବା ଭଜନ କୀର୍ତ୍ତନ ଆଳ ଦେଖାଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ। ଆଉ କାଲିର ଖବର ଗଣମାଧ୍ୟମରେ ଜଣାପଡ଼ିବା ପରେ ଆଜି ଏମାନଙ୍କୁ ସନ୍ଦେହ କରି ଲୋକେ ନିଜଆଡୁ ପୋଲିସକୁ ଖବର ଦେଇଦେଇଛନ୍ତି। ହେଲେ ଏ ବାବାଙ୍କ କହିବା କଥା ଆମେ କିଛି ଜାଣିନୁ, ଆମେ ଭ୍ରମଣ କରିବାକୁ ଆସିଛୁ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତକାଲିର ଘଟଣା ସହିତ ଏମାନଙ୍କର ମଧ୍ୟ ଅନେକ ସାମଞ୍ଜସ୍ୟ ରହିଛି। ସେମାନେ ବି ୬ ଜଣିଆ ଗ୍ରୁପ୍ ଥିଲେ, ଆଉ ଏମାନେ ବି ୫ଜଣିଆ ଗୋଟେ ଗ୍ରୁପ୍। ତାଙ୍କ ପାଖରେ ବି ଥିଲା ବୋଲେରୋ, ଏମାନଙ୍କ ପାଖରେ ବି ବୋଲେରୋ। କାଲିର ଗାଡି ନମ୍ବର ଉତ୍ତର ପ୍ରଦେଶର ଆଉ ଆଜିର ଗାଡି ନମ୍ବର ବି ଉତ୍ତର ପ୍ରଦେଶର। ସେମାନେ ଯାଇଥିଲେ କୀର୍ତ୍ତନ କରି, ଆଉ ଏମାନେ ଯାଇଥିଲେ ଜଳପାନ କରି। କେବଳ ଗୋଟିଏ ପାର୍ଥକ୍ୟ କାଲି ସେମାନେ 
ଚମ୍ପଟ ମାରିବାରେ ସଫଳ ହେଲେ, ଆଜି ଏମାନେ ଥାନାରେ ଅଟକ ରହିଲେ। କିନ୍ତୁ ଯେତେ ଯାହା ପଚାରିଲେ ବି ଏମାନଙ୍କର ଗୋଟିଏ ଉତ୍ତର ଆମେ ସାଧୁ।

ଏମିତି  କି ଆମ ପ୍ରତିନିଧିଙ୍କ ମୁଣ୍ଡରେ ହାତମାରି ଆଶୀର୍ବାଦ ବି କରିଦେଉଛନ୍ତି। ହେଲେ ମନ୍ତ୍ର ପଦଟିଏ ଉଚ୍ଚାରଣ କର କହିଲେ ଇଆଡୁ ସିଆଡୁ କହି ଭୁଲେଇ ଦେଉଛନ୍ତି। ଏନେଇ ପୋଲିସ୍ କହିଛି ଏମାନଙ୍କ ବାବଦରେ ସବୁ ଥାନାକୁ ଆଲର୍ଟ କରି ଦିଆଯାଇଛି। ଉତ୍ତରପ୍ରଦେଶ ପୋଲିସ ସହ କମିଶନରେଟ ପୋଲିସ ଯୋଗାଯୋଗ ମଧ୍ୟ କରିଛି। ଏମିତି କୌଣସି ସାଧୁବେଶଧାରୀ ଲୋକଙ୍କୁ ଅଯଥାରେ ଘରକୁ ନ ଡାକିବା ପାଇଁ ପରାମର୍ଶ ଦେବା ସହ ପୋଲିସକୁ 
ତୁରନ୍ତ ଖବର ଦେବା ପାଇଁ ଅପିଲ୍ ବି କରିଛି। କିନ୍ତୁ କଥା ହେଲା କାଲି ଛୁ ମାରିଥିବା ୬ ଭଣ୍ଡବାବାଙ୍କର ଏଯାଏଁ କୌଣସି ପତ୍ତା ମିଳିନି।

Naga Baba
Advertisment
Advertisment