Advertisment

ପୋଲିସକୁ ଅତର୍କିତ ଆକ୍ରମଣ; କନଷ୍ଟେବଲଙ୍କୁ ହାଣି ପାପୁଲି ଛିଡ଼ାଇ ଦେଲା ଦୁର୍ବୃତ୍ତ

ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲି ଗାଁରେ ପୋଲିସକୁ ଅତର୍କିତ ଆକ୍ରମଣ ହୋଇଛି । ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଥିଲା ଅଭିଯୁକ୍ତ।

author-image
Sujit kumar Swain
ଅଦ୍ୟତନ ହୋଇଛି
Attack on Police

Attack on Police

ବୁର୍ଲାରେ ପୋଲିସକୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଦୁର୍ବୃତ୍ତମାନେ ଜଣେ କନଷ୍ଟେବଲଙ୍କ ପାପୁଲିକୁ ହାଣି ଛିଡ଼ାଇ ଦେଇଥିବା ଜଣାପଡ଼ିଛି । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲି ଗାଁରେ ପୋଲିସ ଉପରେ ଏଭଳି ଅତର୍କିତ ଆକ୍ରମଣ ହୋଇଛି । 

Advertisment

ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ପୋଲିସ ଯାଇଥିବା ବେଳେ ଆକ୍ରମଣ କରିଥିଲା ଅଭିଯୁକ୍ତ। ଆହତ କନଷ୍ଟେବଲଙ୍କ ନାଁ ସରୋଜ ଭୋଇ। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ୩ଟି ଆଙ୍ଗୁଳି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି।

ଏପଟେ ଗତକାଲି ଗାଡି ହର୍ଣ୍ଣ ମାରିବାକୁ ନେଇ ଗଣ୍ଡଗୋଳରୁ ଛୁରାମାଡ଼ ହୋଇଥିଲା । ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ମଧ୍ୟ ଅତର୍କିତ ଛୁରାମାଡ଼ ହୋଇଥିଲା। ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଏହି ଘଟଣା ଘଟିଥିଲା । ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଶ୍ରୀରାମନଗରଠାରେ ୪ ଯୁବକ ବସିଥିଲେ। ଏତିକିବେଳେ ଏକ ବାଇକରେ ଦୁଇ ଯୁବକ ଆସି ହର୍ଣ୍ଣ ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ପକ୍ଷ ଭିତରେ ପାଟିତୁଣ୍ଡ ପରେ ଛୁରାମଡ଼ ହୋଇଥିଲା। ଖବର ପାଇ ପୋଲିସ କାବୁ କରିବା ପାଇଁ ଆସିଥିବା ବେଳେ ଜଣେ କନଷ୍ଟେବଳଙ୍କୁ ବି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Advertisment

ଖବର ପାଇ ତୁରନ୍ତ ପିସିଆର ଭ୍ୟାନ୍‌ ଶ୍ରୀରାମନଗରରେ ପହଞ୍ଚିଥିଲା। ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲେ। ଏପରିକି ହିତାହିତ ଜ୍ଞାନ ଭୁଲି ବସିଥିବା ଯୁବକଜଣକ ଜଣେ ପୋଲିସ କନଷ୍ଟେବଳଙ୍କୁ ମଧ୍ୟ ଛୁରା ମାଡ଼ କରିବାକୁ ପଛାଇ ନ ଥିଲେ ।

Police Attack Crime News Police Constable
Advertisment
Advertisment