Advertisment

Encounter: ଲୁଟେରାଙ୍କୁ କମିଶନରଙ୍କ ଚରମବାଣୀ; ଫ୍ଲାୱାର ସମଝେ କ୍ୟା, ଫାୟାର ହୈ...

ଗୁରୁବାର ରାତିରେ ରାଜଧାନୀରେ ଡବଲ ଏନ୍‌କାଉଣ୍ଟର ପରେ ଲୁଟେରାଙ୍କୁ ଚରଣବାଣୀ ଶୁଣାଇଲେ ପୋଲିସ କମିଶନରଙ୍କ । ପୁଷ୍ପା ଷ୍ଟାଇଲରେ କହିଲେ, ଫ୍ଲାୱାର ସମଝେ କ୍ୟା ! ଫାୟାର ହୈ ମେଁ...

author-image
Namita Biswal
ଅଦ୍ୟତନ ହୋଇଛି
Double encounter

Double encounter

ଫ୍ଲାୱାର ସମଝେ କ୍ୟା, ଫାୟାର ହୈ ମେଁ...। ପୋଲିସ କମିଶନରଙ୍କ ମୁହଁରେ ପୁଷ୍ପା ଫିଲ୍ମର ଡାଇଲଗ୍‌ । ଗୁରୁବାର ଡବଲ ଏନ୍‌କାଉଣ୍ଟର ପରେ ଲୁଟେରାଙ୍କୁ ଏଭଳି କିଛି ନାଲି ଆଖି ଦେଖାଇଛି ପୋଲିସ୍‌ । ଫିଲ୍ମ ଡାଇଲଗ୍‌ ମାଧ୍ୟମରେ ଦେଇଛି ଚେତାବନୀ । ଅପରାଧୀଙ୍କୁ କରାଇଛନ୍ତି ସତର୍କ । ଏବେ ନସୁଧୁରିଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି ।     

Advertisment

ପୁଣି ଗର୍ଜିଛି କମିସନରେଟ୍‌ ପୋଲିସର ବନ୍ଧୁକ । ବ୍ଲାକ୍‌ ପଲସର୍‌ ଆତଙ୍କରେ ଲଗାଇଛି ଫୁଲ୍‌ଷ୍ଟପ୍‌ । କାବୁ ହୋଇଛନ୍ତି ଦୁଇ ଲୁଟେରା । ଗତକାଲି ରାତିରେ ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରେ ଲୁଟ୍ ଉଦ୍ୟମ ବେଳେ ବିହାରର ଦୁଇ କୁଖ୍ୟାତ ଲୁଟେରାଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଆହତ ହୋଇଛନ୍ତି ଲୁଟେରା ସୋନୁ ଯାଦବ ଓ ମନୀଷ ଯାଦବ । ବୁଧବାର ଉଭୟ ବଡଗଡ଼ ଥାନା ଅଞ୍ଚଳରେ ଲୁଟ୍ ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ପୋଲିସକୁ ଦେଖି ଚମ୍ପଟ୍ ମାରୁଥିଲେ । ହେଲେ ବାଙ୍କୁଆଳ ନିକଟରେ ପୋଲିସ ଲୁଟେରାଙ୍କୁ କାବୁ କରିଥିଲା । 

ଅଧିକ ପଢ଼ନ୍ତୁ: ବଜାର ଉପରେ ଗଡ଼ିଲା ମୁଣ୍ଡ, ଘରୁ ଡାକିଆଣି ଯୁବକଙ୍କୁ ହତ୍ୟା

ହଠାତ୍ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ପରେ ଗୁଳିର ଜବାବ ଗୁଳିରେ ଦେଇଥିଲା ପୋଲିସ । ଏନକାଉଣ୍ଟରରେ ଲୁଟେରାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ନାଁରେ ୧୫ରୁ ଅଧିକ ଛିନତାଇ ମାମଲା ରହିଥିବା ସୂଚନା ମିଳିଛି । 

Advertisment

ବିହାରରୁ ଆସି ଏମାନେ ଭୁବନେଶ୍ବରରେ ଖେଳାଇଥିଲେ ବ୍ଲାକ୍ ପଲସର୍ ଆତଙ୍କ। କଳା ପଲସରରେ ଆସି ଲୁଟ୍‌ କରି ଛୁ ମାରୁଥିଲେ। ବ୍ଲାକ ପଲସର୍‌ରେ ବିନା ହେଲମେଟ୍‌ରେ ଆଚାର୍ଯ୍ୟ ବିହାର ଛକରେ ବୁଲୁଥିଲେ ଏହି ଦୁଇ ଲୁଟେରା। ସେଥିପାଇଁ ଏମାନଙ୍କ ନାଁରେ କଟିଥିଲା ଚାଲାଣ । 

ଗୋଟିଏ ଦିନରେ ରାଜଧାନୀରେ ୬ଟି ଚେନ୍‌ ଛିନ୍‌ତାଇ କରିଥିଲେ ଏହି ଲୁଟେରା ଯୋଡ଼ି । ଯାହା କମିଶନରେଟ ପୋଲିସର ନିଦ ହଜାଇ ଦେଇଥିଲା । କଳା ପଲସର୍‌ରେ ବୁଲିବୁଲି ଏହି ଯୋଡ଼ି ଲୁଟ୍‌ କରିବା ପରେ ହଠାତ୍ ଗାଏବ ହୋଇଯାଇଥିଲେ । ପୋଲିସ ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରି ଏହି ଯୋଡ଼ିଙ୍କୁ ଚିହ୍ନଟ କରିଥିଲା । କିନ୍ତୁ ସେମାନେ ବିହାର ପଳାଇଥିବାରୁ ପୋଲିସ ସେମାନଙ୍କ ଲେଉଟାଣିକୁ ଅପେକ୍ଷା କରିଥିଲା । 

ଗତକାଲି ଏହି ଲୁଟେରା ଯୋଡ଼ି ଭୁବନେଶ୍ବର ଫେରିବା ଜାଣି ପୋଲିସ ପିଛା କରିଥିଲା। ଏମାନଙ୍କ ନିକଟରୁ ୨ଟି ମାଉଜର ଓ କିଛି ଗୁଳି ଜବତ ହୋଇଛି । ତେବେ ଅଭିଯୁକ୍ତଙ୍କ ଏହି ଚୋରି ରାକେଟରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି । ଏହାକୁ ମିଶାଇ କମିସନରେଟ୍‌ ପୋଲିସ ୩ ମାସରେ ତିନିଥର ଏନ୍‌କାଉଣ୍ଟର୍‌ କଲାଣି ଏବଂ ୪ ଜଣ ଅନ୍ତଃରାଜ୍ୟ ଲୁଟେରା ଘାଇଲା ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ନୂଆ ଚାଲ୍ ନା ମୂଳପୋଛ ଭୟ?

Bhubaneswar Encounter Snatching
Advertisment
Advertisment