/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712299696.jpg)
Cannabis Smuggling
ଗାଡ଼ିରେ, ଟ୍ରକରେ, ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ହୁଏ। ହେଲେ କେବେ ଶୁଣିଛନ୍ତି ନିଜ ଦେହରେ ଗଞ୍ଜେଇକୁ ପ୍ୟାକିଂ କରି ଚାଲାଣ କରିବା କଥା। ଏମିତି କିଛି ଘଟଣା ଏବେ ଘଟିଛି ଆଉ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣର ଏହି ଘଟଣା କୋରାପୁଟ ନନ୍ଦପୁରରେ ଘଟିଛି। ନିଜ ଦେହରେ ଗଞ୍ଜେଇକୁ ଗୁଡ଼ାଇଥିଲା ଅଭିଯୁକ୍ତ। ବେଶ୍ ଚାଲାକ ସହ ସେଲୋ ଟ୍ୟାପରେ ପେଟ, ପିଠି ଏବଂ ଛାତିରେ ଗଞ୍ଜେଇକୁ ପ୍ୟାକିଂ କରିଥିଲା ।
Advertisment
ସ୍ଥାନୀୟ ବାଞ୍ଜଲାପୁଟ ବସଷ୍ଟାଣ୍ଡ୍ ନିକଟରୁ ଅନ୍ୟତ୍ର ଯିବା ବେଳେ ପୋଲିସ୍ ଅଭିଯୁକ୍ତକୁ ମାଡ଼ି ବସିଥିଲା । ଯାଞ୍ଚ ପରେ ୨୨ କିଲୋ ଗଞ୍ଜେଇକୁ ଏଭଳି ପେଟରେ ଲୁଚାଇ ନେଉଥିଲେ। ଅଭିଯୁକ୍ତ ଜଣକ ଛତିଶଗଡ଼ର ହୋଇଥିବା ସୂଚନା ମିଳିଛି। ଏତେ ପରିମାଣର ଗଞ୍ଜେଇ କୋଉଠୁ ଆଣିଲା ଏବେ ସେ ଦିଗରେ ତଦନ୍ତ ଚାଲିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)