Advertisment

ମିଛ ଜଏନିଂ ଲେଟର୍ ଦେଇ ଟଙ୍କା ହଡ଼ପ କରୁଥିଲେ ଗୁରୁ

ଅନେକ ନକଲି ନିଯୁକ୍ତି ପତ୍ର ଜବତ କରିଛି ପୋଲିସ।

author-image
Chandan Shishu
ଅଦ୍ୟତନ ହୋଇଛି
ଅଭିଯୁକ୍ତ ଶିକ୍ଷକ

ଅଭିଯୁକ୍ତ ଶିକ୍ଷକ

ପୋଲିସ ହାବୁଡରେ ୪୨୦ ଶିକ୍ଷକ। ଚାକିରି ଦେବା ନାଁରେ ବେକାର ଯୁବକଙ୍କଠାରୁ ଟଙ୍କା ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଶିକ୍ଷକ ମନୋରଂଜନ ନନ୍ଦ। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ। ଉକ୍ତ ଶିକ୍ଷକ ଜିଲ୍ଲାର ବିଭିନ୍ନ ଲୋକଙ୍କ ଠାରୁ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ନେଇ ଲୋକଙ୍କୁ ଫେକ୍ ଲେଟର୍ ଦେଇ ଚକମା ଦେଖାଉଥିଲେ।

Advertisment

ଭବାନୀପାଟଣାର ଜଣେ ଚାକିରି ଆଶାୟୀଙ୍କ ଠାରୁ ୨ଟି କିସ୍ତିରେ ୭ ଲକ୍ଷ ୬୦ ହଜାର ଟଙ୍କା ନେଇ ଫେକ୍ ଜଏନିଂ ଲେଟର୍ ଦେଇ ଟଙ୍କା ଆତ୍ମସାତ୍ କରିଥିବାବେଳେ ୪ ବର୍ଷ ଧରି ମାଗିବା ପରେବି ଦେଉନଥିବାରୁ ପୋଲିସର ଦ୍ୱାରସ୍ଥ ହୋଇଥିଲେ ଯୁବକ ଜଣଙ୍କ। ପୋଲିସ ତଦନ୍ତ କରି ଉକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଏହାସହ ଅନେକ ନକଲି ନିଯୁକ୍ତି ପତ୍ର ଜବତ କରିଛି ପୋଲିସ।

Teacher Fake Joining Letter
Advertisment
Advertisment