• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁରତରୁ ଧରାପଡ଼ିଲେ ସାଇକେଲ ଚୋର ଗ୍ୟାଙ୍ଗ । ଟ୍ୟୁସନ, ସ୍କୁଲ, ଶିକ୍ଷାନୁଷ୍ଠାନକୁ ଟାଗେର୍ଟ କରି ବଛା ବଛା ଷ୍ଟାଇଲିସ୍ ଓ ମହଙ୍ଗା ସାଇକେଲକୁ ଗାଏବ କରୁଥିଲେ । ଏମିତି କିଛି ଚୋର ଗ୍ୟାଙ୍ଗକୁ ଧରିବା ପରେ ଅନେକ ଗୁମର ସାମ୍ନାକୁ ଆସିଛି ।

ଗଞ୍ଜାମର ତିନି ଜଣ ଅଭିଯୁକ୍ତ ହେଉଛନ୍ତି ସନିଆ ସ୍ୱାଇଁ, ପଞ୍ଚା ସୁବୁଦ୍ଧି ଏବଂ ଗୌତମ ପ୍ରଧାନ...ଏହି ତିନି ଜଣ ଗତ କିଛି ଦିନ ଧରି ସୁରତ ପୋଲିସର ନାକେଦମ୍ କରି ରଖିଥିଲେ । ଏମାନେ ଏମିତି ସେମିତାକା ଚୋର ନୁହଁନ୍ତି । ସାଇକେଲ ଚୋରି କରିବାକୁ ଆପଣାଇଥିଲେ ହାଇଟେକ୍ ପ୍ଲାନ । ନିଜକୁ ଛାତ୍ର ସଜେଇ ଦେଉଥିଲେ, ସ୍କୁଲ ଟ୍ୟୁସନ ପାଖରେ କାନ୍ଧରେ ବ୍ୟାଗ୍ ପକାଇ ରେକି କରୁଥିଲେ ।

ପିଲାଙ୍କ ସହ ମିଶି ଯାଉଥିବାରୁ ଏମାନଙ୍କୁ ଧରିବାକୁ ବେଶ୍ ସମସ୍ୟା ହେଉଥିଲା । ସାଇକେଲର ଲକ୍ ଭାଙ୍ଗି ଏହାକୁ କିଛି ଦୂର ନେବା ପରେ ଅଟୋରେ ପକାଇ ଛୁ’ମାରୁଥିଲେ ଏମାନେ । ଶେଷରେ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ବିନା ୟୁନିଫର୍ମରେ ପଇନ୍ତରା ମାରିଥିଲେ ।

ଚୋରି ସ୍ପଟର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଏମାନେ ଧରାପଡ଼ିଛନ୍ତି । ସେମାନଙ୍କ ପାଖରୁ ୪୨ଟି ସାଇକେଲ୍, ଅଟୋ ରିକ୍ସା ଏବଂ ଅଢ଼େଇ ଲକ୍ଷରୁ ଅଧିକ ସାମଗ୍ରୀ ମିଳିଛି । ଗଲା ଦେଢ଼ ବର୍ଷ ଧରି ସୁରତର ବିଭିନ୍ନ ସ୍ଥାନରେ ହୋଇଥିବା ସାଇକେଲ୍ ଚୋରିରେ ଏମାନଙ୍କ ରହିଛି ସଂପୃକ୍ତି ।