• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀରେ ରୋବାବ୍ ଦେଖାଉଛନ୍ତି ଅଜଣା ଯୁବତୀ । ଦିନ ଦ୍ୱିପ୍ରହରରେ ଯୁବକଙ୍କୁ କରୁଛନ୍ତି ଟାର୍ଗେଟ୍ । ଛଡ଼ାଇ ନେଉଛନ୍ତି ଟଙ୍କା, ମୋବାଇଲ୍ ଓ ମୂଲ୍ୟବାନ ସାମଗ୍ରୀ । ପାଟି ଖୋଲିଲେ ମାଡ଼, ନହେଲେ ଦେଉଛନ୍ତି ରେପ୍ କେସର ଧମକ । ସମସ୍ତେ ଦେଖୁଛନ୍ତି, ହେଲେ କେହି ଫିଟାଉ ନାହାନ୍ତି ପାଟି । ସେପଟେ ଅଭିଯୁକ୍ତ ଯୁବତୀଙ୍କ ଖୁଲମଖୁଲା ବୟାନ, ଆମେ ସବୁଦିନ ଏମିତ କରୁ, ଆଜି ଦିନେ ନୁହେଁ ।

ରାଜଧାନୀ ଛାତି ଉପରେ, ଦିନ ଦ୍ୱିପ୍ରହରେ, ଖୁଲମଖୁଲା ବେଧଡକ । ଜଣେ ଯୁବକଙ୍କ କଲର୍ ଧରି ଟଣା ଓଟରା କରୁଛନ୍ତି ଦୁଇ ଯୁବତୀ । ଲୋକବାକ ଯାଆସ କରୁଛନ୍ତି, ଗାଡିମଟର ଯିବା ଆସିବା କରୁଛି । ହେଲେ କେହି ସେପଟକୁ ଆଡ ଅଖିରେ ଅନାଉନାହାନ୍ତି କି ଅଟକାଉ ନାହାନ୍ତି । ଯୁବକ ଜଣକ ଗୋଡ ହାତ ଧରି ନେହୁରା ହେଉଛନ୍ତି। ତଥାପି ଏ ଦୁଇ ଯୁବତୀ ନଛଡୋବନ୍ଧା । ଯୁବକ ଜଣକ କାକୁତିମିନତି ହେଉଛନ୍ତି ପଛେ, ଏ ଦୁହେଁ କିନ୍ତୁ ଛାଡ଼ିବାର ନାଁ ନେଉ ନାହାନ୍ତି ବରଂ ଘେରି ଯାଇଛନ୍ତି !

ଯୁବକ ଜଣକ ଗୋଡ଼ହାତ ଧରି କାନ୍ଦକାନ୍ଦ ହେଉଛନ୍ତି ପଛେ ଏ ଦୁଇ ଅଜଣା ଯୁବତୀ ତାଙ୍କୁ ସେଠି ନାକେଦମ କରି ସାରିଲେଣି । କିଛିଦିନ ହେବ ଯୁବତୀମାନେ ରେଳଯାତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି । ରୂପ ଯୌବନର ଇସାରା ଦେଖାଇ ଯୁବକଙ୍କୁ ପାଖକୁ ଡାକୁଛନ୍ତି । ହଠାତ୍ ଆକ୍ରମଣ କଲାଭଳି ଟଙ୍କା ମାଗୁଛନ୍ତି । ଆଉ ଟଙ୍କା ନ ଦେଲେ ଏମିତି ଡ୍ରାମା କରୁଛନ୍ତି । କଥା ନ ମାନିଲେ ବିଚ୍ ରାସ୍ତାରେ ହାଲ୍ଲା କରି ପାଟି ତୁଣ୍ଡ କରୁଛନ୍ତି । ଏମତିକି ବେଶି କିଛି ହେଲେ ଥାନାରେ ରେପ୍ କେସ୍ ଠୁଙ୍କି ଦେବାର ନାଲିଆଖି ମଧ୍ୟ ଦେଖାଉଛନ୍ତି । ଆଜି କମିଶନରେଟ୍ ପୋଲିସ୍ ଏହି ଲୁଟେରା ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁସାରେ ଜଣେ ଯୁବକ ଚେନ୍ନାଇ ଯାଉଥିବା ବେଳେ ଏହି ଲେଡି ଲୁଟେରାମାନେ ତାଙ୍କୁ ଫସାଇ ଥିଲେ । ଏ ନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହେଲା ପରେ ମାମଲାରେ ସଂପୃକ୍ତ ଦୁଇ ଯୁବତୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ମୋବାଇଲ ଓ ଟଙ୍କା ଜବତ କରିଛି ପୋଲିସ୍ । ଗିରଫ ଦୁଇ ଯୁବତୀଙ୍କ ନାଁରେ ଏକାଧିକ ମାମଲା ରହିଥିବା ବେଳେ ଏମିତି ଏକାଧିକ ଯୁବତୀ ସମାନ୍ ଷ୍ଟ୍ରାଟେଜି ଆପଣାଇ ଯୁବକଙ୍କୁ ଟାର୍ଗେଟ୍ କରୁଥିବା ଜଣାପଡ଼ିଛି । ସେପଟେ ଗିରଫ ହୋଇଥିବା ଜଣେ ଯୁବତୀଙ୍କୁ ଏହାର କାରଣ ପଚାରିଲାରୁ କହୁଛନ୍ତି ସବୁଦିନ ଏମିତି କରୁଛୁ ଆଜି ନୂଆ ନୁହେଁ ।

  • Reported by:
  • CHANDAN PAIKRAY